• Odia Blogs
  • Study Materials
  • Bhinabodhaka Sabda(ଭିନ୍ନାର୍ଥବୋଧକ) Ambiguous in Odia Grammer: definition, Example and importance | Hello Odia

    ଶବ୍ଦ: ଗୁରୁତ୍ୱ ଏବଂ ଉଦାହରଣ

    କୌଣସି ଭାଷାକୁ ଶୁଦ୍ଧ ଏବଂ ନିର୍ଭୁଲ ଭାବରେ କହିବା ଓ ଲେଖିବା ପାଇଁ ବ୍ୟାକରଣର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଆ ଭାଷାର ଶବ୍ଦଭଣ୍ଡାରରେ ଏପରି ଅନେକ ଶବ୍ଦ ରହିଛି, ଯାହାର ଉଚ୍ଚାରଣ ଶୁଣିବାକୁ ପ୍ରାୟତଃ ସମାନ ଲାଗିଥାଏ, କିନ୍ତୁ ବନାନ (Spelling) ଏବଂ ଅର୍ଥ (Meaning) ଦୃଷ୍ଟିରୁ ସେଗୁଡ଼ିକ ସମ୍ପୂର୍ଣ୍ଣ ଅଲଗା ହୋଇଥାନ୍ତି। ଏଗୁଡ଼ିକୁ ବ୍ୟାକରଣରେ ‘ସମୋଚ୍ଚାରିତ ଶବ୍ଦ’ ବା ‘ଭିନ୍ନାର୍ଥବୋଧକ ଶବ୍ଦ’ କୁହାଯାଏ।

    ଆଜିର ଏହି ଆର୍ଟିକିଲରେ ଆମେ ଏହି ଶବ୍ଦଗୁଡ଼ିକର ଗୁରୁତ୍ୱ ଏବଂ କିଛି ପ୍ରମୁଖ ଉଦାହରଣ ସମ୍ପର୍କରେ ଆଲୋଚନା କରିବା।

    ଓଡ଼ିଆ ବ୍ୟାକରଣରେ ଏହାର ଗୁରୁତ୍ୱ

    ଛାତ୍ରଛାତ୍ରୀ ଏବଂ ପରୀକ୍ଷାର୍ଥୀମାନଙ୍କ ପାଇଁ ଏହି ବିଷୟଟିକୁ ଅଧ୍ୟୟନ କରିବା କାହିଁକି ଜରୁରୀ, ତାହାର କିଛି ମୁଖ୍ୟ କାରଣ ତଳେ ଦିଆଗଲା:

    ୧. ଅର୍ଥର ଅନର୍ଥରୁ ରକ୍ଷା: ବାକ୍ୟ ଗଠନ ସମୟରେ ଯଦି ଆମେ ସାମାନ୍ୟ ବନାନ ଭୁଲ୍ କରିଦେଉ (ଯେପରିକି ‘ଅଂଶ’ ବଦଳରେ ‘ଅଂସ’ ଲେଖିଦେବା), ତେବେ ସମ୍ପୂର୍ଣ୍ଣ ବାକ୍ୟର ଅର୍ଥ ବଦଳିଯାଏ। ଏହାର ସଠିକ୍ ଜ୍ଞାନ ଆମକୁ ନିର୍ଭୁଲ ଲେଖିବାରେ ସାହାଯ୍ୟ କରେ। ୨. ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି: ଓଡ଼ିଶା ସରକାରଙ୍କ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା (OSSC, OSSSC, OPSC ଇତ୍ୟାଦି) ର ଓଡ଼ିଆ ବ୍ୟାକରଣ ବିଭାଗରେ ଏହି ବିଷୟରୁ ନିଶ୍ଚିତ ଭାବରେ ପ୍ରଶ୍ନ ଆସିଥାଏ। ସଠିକ୍ ଶବ୍ଦ ଚିହ୍ନିବା ଏବଂ ବାକ୍ୟରେ ପ୍ରୟୋଗ କରିବା ଦ୍ୱାରା ସହଜରେ ନମ୍ବର ହାସଲ କରିହୁଏ। ୩. ଶବ୍ଦଭଣ୍ଡାର ବୃଦ୍ଧି (Vocabulary Building): ଏହାକୁ ପଢ଼ିବା ଦ୍ୱାରା ଛାତ୍ରଛାତ୍ରୀମାନେ ନୂଆ ନୂଆ ଶବ୍ଦ ଏବଂ ଏହାର ପ୍ରୟୋଗ ସମ୍ପର୍କରେ ଜାଣିପାରନ୍ତି, ଯାହା ସେମାନଙ୍କର ପ୍ରବନ୍ଧ ଓ ପତ୍ରଲିଖନ ଦକ୍ଷତାକୁ ବଢ଼ାଇଥାଏ।

    କିଛି ଗୁରୁତ୍ୱପୂର୍ଣ୍ଣ ସମୋଚ୍ଚାରିତ ଶବ୍ଦ ଏବଂ ବାକ୍ୟରେ ପ୍ରୟୋଗ (Study Material)

    ନିମ୍ନରେ ପରୀକ୍ଷା ଉପଯୋଗୀ କିଛି ଗୁରୁତ୍ୱପୂର୍ଣ୍ଣ ଶବ୍ଦ, ସେଗୁଡ଼ିକର ଅର୍ଥ ଏବଂ ବାକ୍ୟରେ ବ୍ୟବହାର ଦିଆଗଲା:

    • ଅର୍ଘ (ମୂଲ୍ୟ): ଦିନକୁ ଦିନ ସବୁ ପଦାର୍ଥ ମହାର୍ଘ ହେଉଛି।
    • ଅର୍ଘ୍ୟ (ପୂଜାଉପକରଣ): ଭକ୍ତି-ଅର୍ଘ୍ୟ ପ୍ରଦାନ କଲେ ଦେବତା ପ୍ରସନ୍ନ ହୁଅନ୍ତି।
    • ଅର୍ଘ –    ମୂଲ୍ୟ –                 ଦିନକୁ ଦିନ ସବୁ ପଦାର୍ଥ ମହାର୍ଘ ହେଉଛି ।
    • ଅର୍ଘ୍ୟ –   ପୂଜା ଉପକରଣ –  ଅର୍ଘ୍ୟ ପ୍ରଦାନ କଲେ ଦେବତା ପ୍ରସନ୍ନ ହୁଅନ୍ତି ।
    •  
    • ଅବହିତ –   ମନୋ ୟୋଗୀ –  ନିଜର ଦାୟିତ୍ଵ ଓ କର୍ଭବ୍ୟ ସମ୍ବନ୍ଧରେ ଅବହିତ ହୁଅ ।
    • ଅବିହିତ- ଅନୁଚିତ – ଅବିହିତ କାର୍ଯ୍ୟ ପ୍ରତି ଆକୃଷ୍ଟ ହୁଅ ନାହିଁ ।
    • ଅଭିହିତ- କଥିତ – ମୋହନ ଦାସ କରମଚାନ୍ଦ ଗାନ୍ଧି ମହାତ୍ମା ଗାନ୍ଧି ନାମରେ ଅଭିହିତ ।
    •  
    • ଅଂଶ-  ଭାଗ-        ପିତାଙ୍କ ସମ୍ପତ୍ତିରୁ ପୁତ୍ରମାନେ ନିଜ ନିଜର ଅଂଶ ପାଇଲେ ।
    • ଅଂସ-  ସ୍କନ୍ଧ- ଶ୍ରୀକୃଷ୍ଣ କୃଷ୍ଣଙ୍କ ହସ୍ତ ହସ୍ତରେ ଚକ୍ର ; ମାତ୍ର ବଳରାମଙ୍କ ଅଂସରେ ହଳଶୋଭିତ ।
    • ଅନିଳ-ପବନ- ବସନ୍ତକାଳୀନ ମୃଦୁ ଅନିଳ ଶରୀରକୁ ଆରାମ ଦିଏ।
    • ଅନୀଳ-ଯାହା ନୀଳବର୍ଣ୍ଣ ନୁହେଁ- – ଜଳର ରଙ୍ଗ ନୀଳ; କିନ୍ତୁ ମୃଭିକା ଅନୀଳ ।
    • ଅସି- ଖଣ୍ଡା-ଖୋରଧା ପାଇକମାନେ ଶାଣିତ ଅସିଦ୍ଵାରା ଯୁଦ୍ଧ କରୁଥିଲେ ।
    • ଅଶୀ-ସଂଖ୍ୟାବିଶେଷ-ଅଶୀ ବର୍ଷ ବୟସରେ ବୁଦ୍ଧଦେବଙ୍କର ମୃତ୍ୟୁ ହୋଇଥିଲା ।
    • ଅସନ-କ୍ଷେପଣ-     ଅଶନି ଅସନ ଦ୍ୱାରା ବୃତ୍ରାସୁରର ପ୍ରାଣଗଲା ।
    • ଅଶନ- ଭୋଜନ-ଅଶନ -ବ୍ୟସନ ତ୍ୟାଗ ନ କଲେ ସାଧନାରେ ସିଦ୍ଧିଲାଭ ହୁଏ ନାହିଁ ।
    • ଅଳିକ-   ଲଲାଟ- ଅଳିକ ଲିଖନ ଅଲଙ୍ଘନୀୟ ।
    • ଅଳୀକ-ମିଥ୍ୟା-ଈଶ୍ବର ସତ୍ୟ, ମାତ୍ର ଜୀବନ ଅଳୀକ ।
    • ଆଭାଷ-ଭାଷଣ-ସ୍ଵାମୀଜୀଙ୍କର ଓଜସ୍ବିନୀ ଆଭାଷ ଶୁଣି ଶ୍ରୋତୃଗଣ ମୁଗ୍‌ଧ ହେଲେ ।
    • ଆଭାସ-ଇଙ୍ଗିତ– ସୁନାମିପ୍ରପୀଡ଼ିତ ଲୋକମାନେ କିତ୍ ପୂର୍ବ ଆଭାସ ପାଇପାରି ନଥିଲେ ।
    • ଆବୃତ- ଆଚ୍ଛାଦିତ- ଏସ୍କିମୋ ମାନେ ସେମାନଙ୍କର ଶରୀରକୁ ସର୍ବଦା ବସ୍ତ୍ର ଦ୍ୱାରା ଆବୃତ କରି ରଖନ୍ତି ।
    • ଆବୃତ୍ତ-ଅଭ୍ୟସ୍ତ-କବିତାଟି ବାରମ୍ବାର ଆବୃତ୍ତ ହେଲେ ଅର୍ଥ ପ୍ରାଞ୍ଜଳ ଭାବରେ ବୁଝି ହୁଏ ।
    • ଆୟତ୍ତ-କ୍ଷେତ୍ରବିଶେଷ-ଆୟତାକାର କ୍ଷେତ୍ରଟିଏ ଅଙ୍କନ କର ।
    • ଆୟତ୍ତ-ଅଧୀନ-ଢେଲା ହାତରୁ ଖସିଲେ ଆଉ ନିଜର ଆୟତ୍ତରେ ନଥାଏ ।
    • ଇତି-ଶେଷ-ଅତିରୁ ଇତି ହୁଏ ।
    • ଈତି-ଅନାବୃଷ୍ଟି ଆଦି ପ୍ରାକୃତିକ ବିପର୍ଯ୍ୟୟ– ଈତି ଆଶଙ୍କାରେ ଙ୍କାରେ ଓଡ଼ିଶାବାସୀ ସବୁବେଳେ ଆତଙ୍କିତ ।
    •  
    • ଈଶ-ଈଶ୍ବର-ଅନ୍ତରେ ଅନ୍ତରେ ଈଶଙ୍କର ସତ୍ତା ବିଦ୍ୟମାନ ।
    • ଈଷ-ଲଙ୍ଗଳଦଣ୍ଡ-କାଠର ଏପରି ଅଭାବ ଯେ କୃଷକ ତା’ର ଲଙ୍ଗଳ ପାଇଁ ଈଷଟିଏ । ଯୋଗାଡ଼ କରିପାରୁ ନାହିଁ ।
    • ଉପାଦାନ –ଉପକରଣ-ପ୍ରତ୍ୟେକ ମଣିଷ ମଣିଷର ଶରୀର ସମାନ ଉପାଦାନରେ ଗଠିତ ।
    • ଉପାଧାନ- ତକିଆ- ସୁକୋମଳ ଉପାଧାନ ଶରୀର ପାଇଁ ହିତକର ନୁହେଁ ।
    • କାଳୀ- ଆଦ୍ୟାଶକ୍ତି- କଟକର କାଳୀ ପୂଜା ଓଡ଼ିଶା ବିଖ୍ୟାତ ।
    • କାଳି- କାଳିମା/ବାକି/କଳଙ୍କ- ଚରିତ୍ରରେ ଥରେ କାଳି ପ୍ରଲେପିତ ହେଲେ ଆଉ ନିର୍ମଳ ହୁଏ ନାହିଁ ।
    • କୁଳ- ବଂଶ- ପ୍ରଭୁ ଶ୍ରୀରାମ ରଘୁକୁଳର ତି ତିଳକ ଥିଲେ ।
    • କୂଳ- ତଟ- ଶ୍ରୀକୃଷ୍ଣ ଯମୁନା କୂଳରେ ବଂଶୀ ବାଦନ କରୁଥିଲେ ।
    • କୁଜନ-ଖରାପଲୋକ- କୁଜନ ସଙ୍ଗ ପରିତ୍ୟାଗ କର ।
    • କୂଜନ-ପକ୍ଷୀର ଧ୍ୱନି- ବସନ୍ତ କାଳରେ କୋକି ଳର ମଧୁ ର କୂଜନ ମନୋମୁଗ୍‌ଧକର ।
    • କୃତି- କାର୍ଯ୍ୟ- କୃତି ଅନୁରୂପ ଫଳ ନିଶ୍ଚୟ ଭୋଗିବାକୁ ପଡ଼େ ।
    • କୃତୀ- ଦକ୍ଷ –  କୃତୀ ଶିଶୁ ମାନଙ୍କୁ ସଠିକ ସୁବିଧା ଦେଲେ ଆଗକୁ ବଢିପାରନ୍ତି ।
    • ଗିରିଶ-ମହାଦେବ- ଗିରିଶ ବୃଷଭ ଆରୋହଣ କରନ୍ତି
    • ଗିରୀଶ–ଗିରିଶ୍ରେଷ୍ଠ (ହିମାଳୟ)- ଗିରୀଶ ସର୍ବଦା ବରଫାବୃତ ।
    • ଗୁଣି- ତନ୍ତ୍ର ବିଦ୍ୟା— ସାମ୍ପ୍ରତିକ ସମାଜରେ ଗୁଣିର ପ୍ରଭାବ ଅନୁଭୂତ ହେଉଛି ।
    • ଗୁଣୀ—ଗୁଣବାନ୍-ଏକମାତ୍ର ଗୁଣୀପୁତ୍ର କାମ୍ୟ ।
    • ଘଟଣ-ସୁନ୍ଦର, ଗଢ଼ଣ- ଘରଣୀ ବିହୀନ ଘର ଘଟଣ ନୁହେଁ ।
    • ଘଟନ- ବିଧାତାର ଘଟମ ଘଟିବା, ଯୋଜନା ଟନ ଫଳବତୀ ହୁଏ ।
    • ଚରିତ-କଥା, ବିଷୟ -କୃଷ୍ଣଚରିତ ଭାଗବତ, କହଇ ଦାସ ଜଗନ୍ନାଥ ।
    • ଚରିତ୍ର-ନୈତିକ ସ୍ୱଭାବ- ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନ ଥିଲେ କିଛି କାମର ନୁହ ।
    • ଚିର-ଦୀର୍ଘକାଳ-ଆମ ଦେଶର ଶହୀଦମାନେ ଚିରସ୍ମରଣୀୟ ।
    • ଚୀର- ଚିରା /ଜୀର୍ଣ୍ଣବସ୍ତ୍ର- ଚୀର ବସ୍ତ୍ର ପରିଧାନ କର ନାହିଁ ।
    • ଚୁଡ଼ା- ଖାଦ୍ୟବିଶେଷ-  ଉତ୍କଳମଣି ଗୋପବନ୍ଧୁ ବନ୍ୟାଦୁର୍ଗତଙ୍କୁ ଚୁଡ଼ାଚାଉଳ ବଣ୍ଟନ କରୁଥିଲେ ।
    • ଚୂଡ଼ା- ଅଗ୍ରଭାଗ- ଶ୍ରୀମନ୍ଦିର ଚୂଡ଼ାରେ ନୀଳଚକ୍ର ସୁଶୋଭିତ ।
    • ଚୂତ -ଆମ୍ବ- ଚୂତ ତରୁ ଡାଳରେ କୋକିଳ ମଧୁର ଗାନ କରେ ।
    • ଚ୍ୟୁତ-ସ୍ଖଳିତ-ଲକ୍ଷ୍ୟ ପଥରୁ କଦାପି ଚ୍ୟୁତ ହୁଅ ନାହିଁ ।
    • ଜମକ-ଆଡ଼ମ୍ବର–ଚଳିତବର୍ଷ ଆମ ବିଦ୍ୟାଳୟରେ ସରସ୍ବତୀ ପୂଜା ଜାକଜମକରେ ପାଳିତ େ ହେଲା ।
    • ଯମକ-ଅଳଙ୍କାରବିଶେଷ-ରଚନାରେ ବ୍ୟଞ୍ଜନ ବର୍ଣ୍ଣର  ‌ବ ବାରମ୍ବାର ପ୍ରୟୋଗ ହେଲେ ଯମକ ଅଳଙ୍କାର ହୁଏ ।
    • ଜାତ-ଉତ୍ପନ୍ନ / ଜନ୍ମ-ରାମଚନ୍ଦ୍ର ରଘୁବଂଶରେ ଜାତ ହୋଇଥିଲେ ।
    • ଯାତ—ଯାତ୍ରା-ଆମ ସଂସ୍କୃତିରେ ବାରମା ରମାସରେ ତେରଯାପ ତେରଯାତ ପାଳନ କରାଯାଏ ।
    • ଝୁଲା-ମୁଣା-ବାବା ଓ ତାଙ୍କର ଚେଲା ଝୁଲା ପକାଇ ଯାଉଛନ୍ତି ।
    • ଝୋଲା-ଦୁର୍ବଳତା ବା ଭୋକହେତୁ ମୂର୍ଚ୍ଛା- ରୌଦ୍ରତାପ ଯୋଗୁଁ ଶ୍ରମିକଟିକୁ ଝୋଲା ମାରିଲା
    • ଟକର-ଲାଳସ- ସଫଳତା ପାଇବାକୁ ହେଲେ ମାମୁଲି ଟକର ଛାଡିବାକୁ ପଡିବ।
    • ଟକ୍‌କର- ଜିଦାଜିଦି, ପ୍ରଜିଯୋଗିତା ବା ପ୍ରତିଦ୍ବନ୍ଦିତା-* କାହାରି ସହିତ ଟକ୍‌କର ଦେଇ ଗାଡି ଚଳାନ୍ତ ନାହିଁ ।
    • ଠକ୍-କଠିନ ଦ୍ରବ୍ୟକୁ ଠୁକିବାର ଶବ୍ଦ-ବାକ୍ୟରେ ପ୍ରୟୋଗ- ଦୁଆରେ କିଏ ଠକ୍ ଠକ୍ ଶବ୍ଦ କରୁଛି ?
    • ଠକ-ପ୍ରତାରଣାକାରୀ –  ଦସ୍ୟୁ– ଠକ ପ୍ରତି ସତର୍କତା ଅବଲମ୍ବନ କର ।
    • ଢୋଳ-ଘୁମ- ଢୋଳ ଲା ଲାଗିଲେ ପାଠପଢ଼ା ବନ୍ଦ କରି ବିଶ୍ରାମ ନିଅ ।
    • ଢୋଲ-ବାଦ୍ୟଯନ୍ତ୍ର- ବିବାହ ଉତ୍ସବରେ ଢୋଲ ବାଜେ
    •  
    • ତରଣି—ସୂର୍ଯ୍ୟ- ଆକାଶରେ ତରଣି ଗତାଗତ ହୁଅନ୍ତି ।
    • ତରଣୀ- ନୌକା- ଜଳରେ ତରଣୀ ଯାତାୟାତ କରେ 1
    • ତଟକା-ସଜ- ତଟକା ପନିପରିବା ସ୍ୱାସ୍ଥ୍ୟ ପାଇଁ ଭଲ ।
    • ତାଟକା- ଛାନିଆ | ବିସ୍ମିତ- ସୁ ନା ମି ର ଭୟାବହତା ସମସ୍ତ ଙ୍କୁ ତାଟକା କରିଦେଇଛି ।
    • ଦିନ- ଦିବସ- ସାତ ଦିନରେ ଏକ ସପ୍ତାହ ହୁଏ ।
    • ଦୀନ- ଦରିଦ୍ର | ଗରିବ- ଦୀନ ପ୍ରତି ଦୟାକର ।
    • ଦ୍ଵିପ-ଜଳବେଷ୍ଟିତ ସ୍ଥଳଭାଗ/ ଟାପୁ- ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜ ବଙ୍ଗୋପସାଗର ମଧ୍ଯରେ ଅବସ୍ଥିତ ।
    • ଦୀପ-ପ୍ରଦୀପ- ଠାକୁରଙ୍କୁ ଧୂପ, ଦୀପ ଓ ଅର୍ଘ୍ୟ ପ୍ରଦାନ କରାଯାଏ ।
    • ଦ୍ବିପ ହସ୍ତୀ- ମତ୍ତ ଦ୍ବିପକୁ ସହଜରେ ଆୟତ୍ତ କରିହୁଏ ନାହିଁ ।
    • ଦୂତ- ଚର- ପୂର୍ବେ ରାଜାମାନେ ଦୂତ ଦ୍ୱାରା ରାଜ୍ୟର ସମ୍ବାଦ ଜାଣିପାରୁଥିଲେ ।
    • ଦ୍ୟୂତ- ପଶାଖେଳ- ଯୁଧୁଷ୍ଠିର ଦ୍ୟୁତକ୍ରୀଡ଼ାରେ ହାରିଯାଇଥିଲେ ।
    • ନିବାର- ବାରଣ- – ଅସଦ୍ ପଥରୁ ପିଲାମାନଙ୍କୁ ନିବାର ନକଲେ ସେମାନେ ସୁନାଗରିକ ହୋଇପାରିବେ ନାହିଁ ।
    • ନୀ ବାର-ବନ୍ୟଧାନ୍ୟ ବିଶେଷ  -ବାଳୁଙ୍ଗା- କୃଷକମାନେ କ୍ଷେତରୁ ନୀବାର ଉତ୍ପାଟନ କରିଥାଆନ୍ତି ।
    • ନିତି- ପ୍ରତିଦିନ |ପ୍ରତ୍ୟହ-ନିତି ଶ୍ରୀମନ୍ଦିରରେ ଛପନ ପଉଟି ଭୋଗ ହୁଏ ।
    • ନୀତି-ନିୟମ- ନୀତିହୀନ ରାଜନୀତି ଦେଶପାଇଁ ଶୁଭଙ୍କର ନୁହେଁ ।
    • ନିର୍ଦ୍ଧନ- ଧନହୀନ- ନିର୍ଶନଙ୍କ ସଂଖ୍ୟା କମ୍ ଭାରତରେ ନି ନୁହେଁ ।
    • ନିଧନ-ବିନାଶ-ରାମ ରାବଣକୁ ନିଧନ କଲେ ।
    • ନିଧାନ–ଆଧାର ଭଣ୍ଡାର- ଈଶ୍ୱର କରୁଣାର ନିଧାନ ।
    • ନିଦାନ- ମୂଳକାରଣ- ଦୁରାରୋଗ୍ଯ ସୁଯୋଗ୍ୟ ଚିକିତ୍ସକ ନିରୂପଣ କରିପାରନ୍ତି । ବ୍ୟାଧର ନିଦାନ
    • ପଟ- ପଟୁକା, ଦଳ-ରାଜନୀତିରେ ପଟ ପରିବର୍ତ୍ତନ ର୍ଶନ ସାଧାରଣ କଥା । କୁସୁମ ପରଶେ ପଟ ନିସ୍ତ ନିସ୍ତରେ ।
    • ପଟ୍ଟ- ଶ୍ରେଷ୍ଠ- କୌଶଲ୍ୟା ଦଶରଥଙ୍କର ପଟ୍ଟ ମହିଷୀ ଥିଲେ ।
    • ପରୀକ୍ଷା- ଦେଖିବା ଉତ୍ତମ ରୂପେ- ପୂର୍ଣ୍ଣେନ୍ଦୁ ପରୀକ୍ଷା ପରୀକ୍ଷାରେ ପ୍ରଥମ ହୋଇଛି।
    • ପରିଖା- ଗଡ଼ଖାଇ- ବାରବାଟୀ ଦୁର୍ଗର ଚତୁଃପାର୍ଶ୍ଵରେ ଏକ ପରିଖା ଅଛି ।
    • ପକ୍ଷ- ପନ୍ଦରଦିନ- ଦୁଇ ପକ୍ଷରେ ଏକମାସ ହୁଏ
    • ପକ୍ଷ୍ମ- ଆଖିପତାର ଲୋମ –  ପକ୍ଷ୍ମ ଆଖୁକୁ ବା ବାହାର ଧୂଳିମଳିରୁ ରକ୍ଷା କରେ।
    • ପରିଚ୍ଛଦ- ପୋଷାକ- ସୁରୁଚିସମ୍ପନ୍ନ ପରିଚ୍ଛଦ ପରିଧାନ । ପରିଧାନ କରିବା ବିଧେୟ।
    • ପରିଚ୍ଛେଦ- ଅଧ୍ୟାୟ |ବିଭାଗ- ଶ୍ରୀମଦ୍ ଭଗବତ ଗୀତାର ପ୍ରତ୍ୟେକ ତ୍ଯକ ପରିଚ୍ଛେଦ ର ରସାଳ ।
    • ପାବନି- ହନୁମାନ୍- ପାବନି ସମୁଦ୍ର ଲଙ୍ଘନ କରି ଲଙ୍କାପୁରକୁ ଯାଇଥିଲେ ‌।
    • ପାବନୀ- ପବିତ୍ରକାରିଣୀ- ପାବନୀ ଗଙ୍ଗା ଜଳରେ ସ୍ନାନ କଲେ ପାପୀ ପାପ ମୁକ୍ତ ହୁଏ ।
    • ପୁତ- ପୁଅ- ଗାନ୍ଧାରୀ ଶତପୁ ଶତପୁତର ଜନନୀ ଥିଲେ ।
    • ପୂତ- ପବିତ୍ର- ମନ୍ଦାକିନୀର ପୂତ ନୀରରେ । ସ୍ନାନ କଲେ କଳୁଷ ନାଶଯାଏ ।
    • ପୁର- ନଗର- ଶ୍ରୀକୃଷ୍ଣ ଗୋପପୁରରେ ଜନ୍ମିଥିଲେ ।
    • ପୂର- ଜଳରାଶି- ପ୍ରବାହ ପିଠାରପୁର- ମହାନଦୀ ପୂରରେ ନୌବିହାର ଆମୋଦଦାୟକ। ମଣ୍ଡା- ଭିତରେ ପୂରଥାଏ।

    ପୁସ୍ତକ ସନ୍ଦର୍ଭ (Book Reference): ଏହି ଆର୍ଟିକିଲରେ ଦିଆଯାଇଥିବା ସମସ୍ତ ତଥ୍ୟ, ଶବ୍ଦ ଏବଂ ଉଦାହରଣଗୁଡ଼ିକ ବିଶିଷ୍ଟ ତଥା ପ୍ରାମାଣିକ ପୁସ୍ତକ “ସାରସ୍ବତ ବ୍ୟାବହାରିକ ଓଡ଼ିଆ ବ୍ୟାକରଣ” (Saraswata Byabaharika Odia Byakarana) ରୁ ସଂଗୃହିତ। ଓଡ଼ିଆ ବ୍ୟାକରଣର ଗଭୀର ଅଧ୍ୟୟନ ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଛାତ୍ରଛାତ୍ରୀମାନେ ଏହି ପୁସ୍ତକଟିକୁ ଅନୁସରଣ କରିପାରିବେ।

    ଆପଣଙ୍କର ପରୀକ୍ଷା ପ୍ରସ୍ତୁତି ପାଇଁ ଶୁଭକାମନା! ଅଧିକ ଷ୍ଟଡି ମେଟେରିଆଲ୍ ଏବଂ ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ।

    Leave a Reply

    Your email address will not be published. Required fields are marked *