ଜୟୀ ରାଜଗୁରୁ

ଜୟୀ ରାଜଗୁରୁ

Jagnya

10/12/20251 min read

photo of white staircase
photo of white staircase

ବିଦେଶୀ ଇଂରେଜମାନେ ଭାରତକୁ ବଣିଜ କରିବାକୁ ଆସିଥିଲେ । ହେଲେ ବଣିଜ କରୁ କରୁ ସେମାନେ ଧୀରେ ଧୀରେ ଭାରତର ବିଭିନ୍ନ ରାଜ୍ୟକୁ ଅକ୍ତିଆର କରିନେଲେ । ଓ ରାଜ୍ୟ ଶାସନ କରିବାକୁ ଲାଗିଲେ । ଯେଉଁ ରାଜ୍ୟର ରାଜାମାନେ ଇଂରେଜ ମାନଙ୍କୁ ସର୍ବେସର୍ବା ବୋଲି ମାନିଲେ, ସେମାନଙ୍କୁ ଖୋସାମତ କଲେ, ସେଇମାନେ ନାମକୁ ମାତ୍ର ରାଜା ହୋଇ ରହିଲେ ।

୧୮୦୩ ମସିହାରେ ଇଂରେଜମାନେ ଓଡିଶା ଦଖଲ କଲେ । ସେତେବେଳେ ଓଡିଶାର ରାଜା ଥିଲେ ଦ୍ୱିତୀୟ ମୁକୁନ୍ଦ ଦେବ । ତାଙ୍କର ମନ୍ତ୍ରୀ ଥିଲେ ରାଜଗୁରୁ ଜୟକୃଷ୍ଣ ମହାପାତ୍ର । ଜ‌ୟକୃଷ୍ଣ ମହାପାତ୍ରଙ୍କୁ ସଭିଏଁ କହୁଥିଲେ ଜୟୀ ରାଜଗୁରୁ । ଜୟୀ ରାଜଗୁରୁ ଗୁରୁ ଥିଲେ ଜଣେ ପଣ୍ଡିତ ଓ ଅତି ପରୋପକାରୀ ଲୋକ । ପ୍ରଜାଙ୍କ ହିତ ପାଇଁ ଓ ରାଜ୍ୟର ମଙ୍ଗଳ ପାଇଁ ସେ ସଦାସର୍ବଦା ରାଜାଙ୍କୁ ପରାମର୍ଶ ଦେଉଥିଲେ । ତାଙ୍କର ଏଇ ମହତ ଗୁଣ ପାଇଁ ରା ରାଜ୍ୟର ପ୍ରଜାଏ ଖୁବ୍ ଶ୍ରଦ୍ଧା କରୁଥିଲେ ।

ଇଂରେଜମା ମାନେ ଦ୍ଵିତୀୟ ମୁକୁନ୍ଦ ଦେବଙ୍କ ପାଖକୁ ଦୂତ ହାତରେ ଏକ ଚୁକ୍ତିପତ୍ର ପଠେଇଲେ । ଚୁକ୍ତିପତ୍ରରେ ଦସ୍ତଖତ କରିବାକୁ ତାଙ୍କୁ କହିଲେ। ଚୁକ୍ତିପତ୍ରରେ ଲେଖାଥ୍‌ଲା: ଖୋରଧାର ରାଜା ଇଂ ଇଂରେଜ ସରକାରଙ୍କ ଶାସନ ନୀତିକୁ ମାନିବେ । ପ୍ରତିବର୍ଷ ଖଜଣା ଆଦାୟ କରି ଇଂରେଜ ସରକାରଙ୍କୁ ପଇଠି ରାଜ୍ୟରୁ କରିବେ । ଇଂଚେ ରଂରେଜ ସରକାରଙ୍କୁ ଖଜଣା ପଇଠ ନକଲେ କିମ୍ବା ଖଜଣା ପଇଠ ) କରିବାରେ ସାମାନ୍ୟ ହେଳା କଲେ ରାଜା ତାଙ୍କ ସିଂହାସନ ହରେଇବେ ।

ଏଇ ଚୁକ୍ତିପତ୍ର ରାଜ ଦରବାରରେ ପଢାହେଲା । ଜୟୀ ଦସ୍ତଖତ ନ ରାଜଗୁରୁ ଆଶ୍ଚର୍ଯ୍ୟ ହେଇଗଲେ । ଏଇ ଚୁକ୍ତିପତ୍ରରେ ଦହ କରିବା ପାଇଁ ସେ ରାଜାଙ୍କୁ ବାରଣ କଲେ । କହିଲେ: ଦେହରେ ଶେଷ ରକ୍ତବିନ୍ଦୁ ଥୁବା ପର୍ଯ୍ୟନ୍ତ ଆମେ ଇଂରେଜ ସରକାର କାପୁରୁଷ ପରି ସେମାନଙ୍କ ବିରୁଦ୍ଧରେ ଲଢେଇ କରିବୁ । ଭୀରୁ କାପୁରୁ । ଇଂରେଜମାନେ ଜାଣି ରଖନ୍ତୁ ବଶ୍ଯ ତା ସ୍ଵୀକାର କରିବୁ ନାହିଁ ଓଡିଆ ଜାତି ବୀର ଜା ଜାତି । ଏ ଜାତି ତା ସ୍ଵାଭିମାନକୁ କଦାପି ଇଂରେଜ ମାନଙ୍କ ମାନଙ୍କ ପାଦତଳେ ଲୋଟେଇ ଟଇ ଦେବନି ।

ଯେଉଁ ପଉଁ ଇଂରେଜ ଦୂତ ଜଣକ ଚୁକ୍ତିପତ୍ର ନେଇ ଆସିଥୁଲା ସେ ତାହା ଫେରେଇ ନେଇ ଚାଲିଗଲା । ଯାଇ କର୍ଣ୍ଣେଲ ହାର୍କଟଙ୍କୁ ସବୁକଥା ଗୋଟି ଗୋଟି କରି କହିଲା । ଏହା ଶୁଣି କର୍ଣ୍ଣେଲ ହାର୍କଟ ପ୍ରଚଣ୍ଡ ରାଗରେ ପାଚି ଲାଲ୍ ପଡିଗଲେ । ଆଉ ଭାବିଲେ : ଜୟୀ ସାବାଡ ନ କଲେ ଇଂରେଜ ସରକାର ତିଷ୍ଠିବା ରାଜଗୁରୁଙ୍କୁ ସାବାଡ ମୁସ୍କିଲ୍ ।

ତେଣୁ ଦିନେ କର୍ନେଲ୍ ହାର୍କଟ ଜୟୀ ରାଜଗୁରୁ ପଠେଇଲେ: ଡକେଇ ତମେ ତୁରନ୍ତ ଆସି ମତେ ଦେଖାକର I ମାତ୍ର ଜୟୀ ରାଜଗୁରୁ ହାର୍କଟଙ୍କୁ ଦେଖା କଲେନାହିଁ । ଇଂରେଜ ମାନଙ୍କୁ ବିତାଡିତ କରିବା ପାଇଁ ସେ ଯୋ ଜନା କଲେ। ପାଜନ । ଖୋର୍ଦ୍ଧାର ପାଇକ କରି ଇଂରେଜ ବିରୁଦ୍ଧରେ ଲଢିବାକୁ ଅଣ୍ଟା ବୀରମାନଙ୍କୁ ଏକଜୁଟ କର୍ଚ ଭିଡିଲେ ।

ବହୁ ବନ୍ଧୁକ, ତୋପ, କମାଣ, ଇଂରେଜମାନଙ୍କ ପାଖରେ ବହୁ ଗୁଳିଗୋଳା ଆଦି ଆଧୁନିକ ଅସ୍ତ୍ରଶସ୍ତ୍ର ଥିଲା । ହେଲେ ପାଇକ ମାନଙ୍କ ପାଖରେ ଖଣ୍ଡା, ବର୍ଚ୍ଛା, ତରବାରୀ, ଢାଲ ଆଦି ପୁରାତନ ଅସ୍ତ୍ରଶସ୍ତ୍ର ଥିଲା । ଇଂରେଜ ଓ ପାଇକମାନଙ୍କ ମଧ୍ୟରେ ୧୮୦୪ ମସିହାରେ ଭୀ ଭୀଷଣ ଯୁଦ୍ଧ ହେଲା । ଯୁଦ୍ଧରେ କେତେ କେତେ ବୀର ବି ମଲେ । ରାଜଗୁରୁ ଇଂରେଜ ସୈନ୍ୟ । ମଲେ, ପାଇକ ବୀଚ ଜେଲ୍‌ରେ ରଖାଗଲା । ବନ୍ଦୀ ହେଲେ । ଖୋର୍ଦ୍ଧା ବନ୍ଦୀ ହେଲେ । ତାଙ୍କୁ ପ୍ରଥମେ କଟକ ଜେଲ୍‌ ରାଜା ମୁକୁନ୍ଦ ଦେବ ଆତ୍ମସମର୍ପଣ କରି ବନ୍ଦୀ ଇଂରେଜ ଶାସନ ଅଧୀନକୁ ଚାଲିଗଲା । ଖୋର୍ଦ୍ଧାର ଶାସନକର୍ଷା ହେଲେ ମେଜର ଫ୍ଲେଚର । ବିଦ୍ରୋହ ଦମନ କରିବା ପାଇଁ ସେ ଜୟୀ ରାଜଗୁରୁଙ୍କୁ କଟକ ଜେଲ୍‌ରୁ ମେଦିନିପୁର ଜେଳ ଜେଲ୍‌କୁ ପଠେଇ ଦେଲେ ।

ତଥାପି ଇଂରେଜ ସରକାର ଜୟୀ ରାଜଗୁରୁଙ୍କୁ ପ୍ରବଳ ଭୟ କରୁଥିଲେ । ତେଣୁ କର୍ଣ୍ଣେଲ ହାର୍କଟ ସର୍ଭ ରଖୁଲେ : ଜୟୀ ରାଜଗୁରୁ ଯଦି ତାଙ୍କ ପାଖରେ କ୍ଷମା ମାଗନ୍ତି ତେବେ ସେ ମୁକୁନ୍ଦ ଦେବଙ୍କୁ ମୁକ୍ତ କରିଦେବେ ।

ଏ ସର୍ଭରେ ଜୟୀ ରାଜଗୁରୁ ରାଜି ହେଲେନାହିଁ । କର୍ନେଲ ହାର୍କଟଙ୍କୁ ଭେଟି ସେ କହିଲେ: ଯଦି ନିଜର ମଙ୍ଗଳ ଚାହଁ ତେବେ ତୁରନ୍ତ ରାଜା ମୁକୁନ୍ଦ ଦେବଙ୍କୁ ମୁକ୍ତ କର ।

କର୍ଣ୍ଣେଲ ହାର୍କଟ ଭାବିଲେ, ଜୟୀ ରାଜଗୁରୁ ବଞ୍ଚି ରହିଲେ ତାଙ୍କ ନେତୃତ୍ୱରେ ପୁଣି ବିଦ୍ରୋହର ନିଆଁ ଜଳି ଉଠିବ । ଇଂରେଜ ସରକାର ବାର ହିନସ୍ତା ହେବ ।

ରାଜା I ମୁକୁନ୍ଦ ଦେବ ସବୁଯାକ ଦୋଷ ଜୟୀ ରାଜଗୁରୁଙ୍କ ଉପରେ ଲଦି ଦେଲେ । ଫଳରେ ସେ ମୁକ୍ତି ପାଇଲେ । କିନ୍ତୁ ବିନା ବିଚାରରେ ଜୟୀ ରାଜଗୁରୁଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ କଣ୍ଡେଲ ହାର୍କଟ ଦିନ ସ୍ଥିର କଲେ । ଏଇ ମୃତ୍ୟୁଦଣ୍ଡ ଦେଖ‌ିବା ପାଇଁ ଡେଙ୍ଗୁରା ପିଟି ସେ ଲୋକମାନଙ୍କୁ ଜଣେଇ ଦେଲେ । ଯିଏ ଏଇ ମୃତ୍ୟୁଦଣ୍ଡ ଖୁବାକୁ ନ ଆସିବ ତାକୁ ଯୋରିମାନା ଦେବାକୁ ପଡିବ ବୋଲି ଘୋଷଣା କଲେ 1

ମେଦିନିପୁରର ବାଘିତୋଟା ଠାରେ ଜୟୀ ରାଜଗୁରୁଙ୍କୁ ମୃତ୍ୟୁଦଣ୍ଡ ଦିଆ ଦିଆଗଲା I ତାଙ୍କ ମୃତ୍ୟୁ ହଜାର ଲୋକ ରୁଣ୍ଡ ହେଲେ । ମୃତ୍ୟୁଦଣ୍ଡ ଦେଖୁବାକୁ ହଜାଗ

ଇଂରେଜ ସରକାର ପାଖରେ ସେ ମୁଣ୍ଡ ନୁଆଁଇ ନ ଥ ନ ଥିବାରୁ ତାଙ୍କ ମୁଣ୍ଡ ତଳକୁ ଆଉ ଗୋଡ ଉପରକୁ ରଖୁ ମାରିବା ପାଇଁ କର୍ଣ୍ଣେଲ ହାର୍କଟ ସିଦ୍ଧାନ୍ତ ନେଲେ ।

ବାଘିତୋଟାର ଗୋଟେ ବରଗଛର ଦିଇଟା ବଡ ବଡ

ଡାଳକୁ ଇଂରଜ ସୈନ୍ୟମାନେ ଟାଣିଆଣି ଗୋଟ ଶକ୍ତ ଦଉଡିରେ ଏକାଠି ବାନ୍ଧିଦେଲେ । ତାପରେ ଏଇ ଦୁଇ ଡାଳରେ ଜୟୀ ରାଜଗୁରୁଙ୍କ ଦୁଇ ଗାଡକୁ ଅଲଗା ଅଲଗା କରି ବାନ୍ଧିଲେ । ରାଜଗୁରୁଙ୍କ ମୁଣ୍ଡ ତଳକୁ ଝୁଲି ରହିଲା । ଏହାପରେ ବରଗଛର ଦୁଇ ଡାଳକୁ ଏକାଠି କରି ଯୋଉ ଦଉଡିରେ ବନ୍ଧା ଲେଥୁଲା ସେଇ ଦଉଡିକୁ କାଟି ଦିଆଗଲା । ଦଉଡି କାଟିଦେବା କ୍ଷଣି ଡାଳ ଦୁଇଟି ଖୁବ୍ ଯୋର୍‌ରେ ଛାଟିହେଇ ପୂର୍ବ ସ୍ଥାନକୁ ଚାଲିଗଲା । ସଙ୍ଗେ ସଙ୍ଗେ ଜୟୀ ରାଜଗୁରୁ ଦି’ ଫାଳ ହେଇଗଲେ । ଦି' ଫାଳ ହେଇ ମୃତ୍ୟୁ ବରଣ କଲେ ।

୧୮୦୬ ମସିହା ଡିସେମ୍ବର ୬ ତାରିଖରେ ଜୟୀ ରାଜଗୁରୁଙ୍କୁ ଇଂରଜମାନେ ବର୍ବର ଭାବରେ ହତ୍ୟା କଲେ। ତାଙ୍କ ମୃତ୍ୟୁରେ ଓଡିଶାବାସୀଏ କାନ୍ଦିଲେ । ଇଂରେଜମାନଙ୍କୁ ଆହୁରି ଆହୁରି ଘୃଣା କରିବାକୁ ଲାଗିଲେ ।

ଓଡିଶାର ସ୍ଵାଧୀନତା ସଂଗ୍ରାମର ପ୍ରଥମ ସହୀଦ୍ ହଉଚନ୍ତି ଜୟୀ ରାଜଗୁରୁ । ସେ ମରି ବି ଆଜି ଆମ ପାଖରେ ଅମର ହୋଇ ରହିଚନ୍ତି ।