ଅମୃତ ବିନୟ ବଚନ
ବ୍ୟାଖ୍ୟା ସଂସାରର ଅନ୍ୟ ପ୍ରାଣୀଙ୍କ ମନୁଷ୍ୟକୁ ପୃଥକ୍ ପରିଚୟ ଦେନ ଦିବାରେ ବାଣୀ ଏକ ପ୍ରମୁଖ କାରଣ । ମନୁଷ୍ୟତର ଯେତେ ପ୍ରାଣୀ ଅଛନ୍ତି ସେମାନଙ୍କ ଭିତରେ ବାଣୀ ଅବ୍ୟକ୍ତ ରୂପେ ଥାଏ; ଧ୍ୱନି ବା ନାଦ ରୂପରେ ଥାଏ । ପକ୍ଷୀମାନଙ୍କ ବିବିଧ ରାବରେ ସେହି ସମୁଦାୟର ଏକ ସାମାଜିକତାର ଆଭାସ ହୁଏ । ଏହିଭଳି ଘଟଣା ପଶୁଙ୍କ
ମଧ୍ୟରେ ବି ଦେଖିବାକୁ ମିଳେ । ସେମାନେ ଡରାଇବା, ସଂଗଠିତ ପ୍ରତିରୋଧ କରିବା, ଲଢ଼ିବା ପାଇଁ ଅଲଗା ପ୍ରକାର ଗରଗର ହୁଅନ୍ତି ଏବଂ ପରାଜୟ ସ୍ୱୀକାର କଲେ ଅନ୍ୟ ପ୍ରକାର ଶବ୍ଦ କରନ୍ତି; ଦୁଃଖରେ ଅଲଗା ପ୍ରକାର ଧ୍ଵନି କରନ୍ତି ତ ସୁଖରେ, ହର୍ଷରେ ଅନ୍ୟ ପ୍ରକାରର । କୌଣସି ପଶୁ-ପକ୍ଷୀଙ୍କ ଶାବକ କ୍ଷୁଧାତୁର ହେଲେ, ବିପଦର ଆଶଙ୍କା କଲେ ଭୋକରେ, ଭୟରେ ଯେଉଁ ଧ୍ବନି କରନ୍ତି ସେମାନଙ୍କ ମାତା-ପିତା ତାହା ଶୁଣି ଦୌଡ଼ି ଆସନ୍ତି । ଶୁଆ-ଶାରୀ ତ ମଣିଷର ଭାଷାର ମଧ୍ୟ ଅନୁକରଣ କରିପାରନ୍ତି । କିନ୍ତୁ ମନୁଷ୍ୟଠାରେ ଏଇ ବାଣୀ ଧ୍ବନି ବା ନାଦ ରୂପରେ ତ ଥାଏ, ତାହା ଭାଷା ରୂପେ ମଧ୍ୟ ଥାଏ । ମାନବୀ ବାଣୀ ବାସ୍ତବରେ ପ୍ରଭୁଙ୍କର ଆମ ପାଇଁ ଅମୂଲ୍ୟ ବରଦାନ, ଶ୍ରେଷ୍ଠ ଦାନ ।
ମଣିଷର ଭାଷା ପ୍ରସ୍ଫୁଟିତ । ସଂସ୍କୃତର ବର୍ଣ୍ଣମାଳା ଅତ୍ୟନ୍ତ ବିସ୍ତୃତ । ଉଚ୍ଚାରଣ ନିମନ୍ତେ ପ୍ରତ୍ୟେକ ବର୍ଣ୍ଣର ସ୍ଥାନ-ପ୍ରଯତ୍ନ ସବୁ ନିର୍ଦ୍ଧାରିତ । ଶବ୍ଦ ସହ ଭାବନାର ସଂପର୍କ ଅଛି । ଅତଃ ମନୁଷ୍ୟର ମନ, ଜୀବନ, ଚରିତ୍ର ଉପରେ ବାଣୀର ବଡ଼ ପ୍ରଭାବ ଅଛି । ବ୍ୟକ୍ତି ଓ ସମାଜ ଜୀବନରେ ବାଣୀର ବହୁତ ଉଚ୍ଚ ସ୍ଥାନ ଅଛି। ତା’ର ମହିମା ବହୁ ଅଧିକ । ମଣିଷର ପାରସ୍ପରିକ ବ୍ୟବହାର, ସମ୍ବନ୍ଧ, ପ୍ରଭାବ ଆଦି ବହୁତ କିଛି ବାଣୀ ଉପରେ ନିର୍ଭର କରେ । ଯଦି ସଂସାରରେ କିଛି ସମୟ ପାଇଁ ବାଣୀକୁ ରୋକି ଦିଆଯାଏ ତେବେ ସଂସାରର ସମସ୍ତ ବ୍ୟବହାର ଅଟକି ଯିବ ।
ବାଣୀର ବଶୀକରଣ ଦ୍ବାରା ବ୍ୟକ୍ତି ବହୁତ ଉପରକୁ ଉଠିପାରେ । ଜଣେ ମନୀଷୀ କହିଛନ୍ତି If you conquer your tongue only, you are sure to conquer.
your whole body & mind at ease.
ଯଦି ତୁମେ କେବଳ ତୁମ ଜିହ୍ବାକୁ ବଶ କରିପାରିବ, ତେବେ ତୁମ ମନ ଓ ଶରୀର ଅନାୟାସରେ ବଶ ହୋଇଯିବ ।
ଭର୍ତ୍ତୃହରି ମହାରାଜ ବାଣୀକୁ ମଣିଷର ସର୍ବଶ୍ରେଷ୍ଠ ଅଳଙ୍କାର ବୋଲି କହିଛନ୍ତି ” ବାଜୁବନ୍ଧ, ଚନ୍ଦ୍ର ଭଳି ଉଜ୍ଜ୍ଵଳ ହାର, ସ୍ନାନ, ଚନ୍ଦନାଦି ଲେପନ, ପୁଷ୍ପର ସାଜସଜ୍ଜା ଓ ପ୍ରସାଧୂତ କେଶ ମଣିଷକୁ ସୁଶୋଭିତ କରେ ନାହିଁ । ଧାରଣ କରାଯାଇଥିବା ମାର୍ଜିତ, ପରିଷ୍କୃତ ବାଣୀ ହିଁ ବ୍ୟକ୍ତିକୁ ସମଳଙ୍କୃତ କରିଥାଏ । ଅନ୍ୟ ସକଳ ଅଳଙ୍କାର ତ ସ୍ନାନ, ନଷ୍ଟ ହୋଇଯାନ୍ତି; କିନ୍ତୁ ସଂସ୍କୃତ, ପରିଷ୍କୃତ ବଚନ ରୂପକ ଅଳଂକାର ସଦା–ସର୍ବଦା ଚକଚକ କରୁଥାଏ ।”
କର୍ମର ୩ଟି ସାଧନ – ମନ, ବାଣୀ ଓ ଶରୀର | ଏହାର ଆଧାରରେ ୩ ପ୍ରକାର କର୍ମ ହୋଇଥାଏ – ମାନସିକ, ବାଚିକ ଓ ଶାରୀରିକ । କର୍ମର ଏ ୩ ସାଧନକୁ ବଶ କରିବାର ନାମ ମାନସିକ, ବାଚିକ ଓ ଶାରୀରିକ ତପ । ଏହି ବେଦମନ୍ତ୍ରରେ ଏହି ବାଚିକ ତପ ଆଡ଼କୁ ସଂକେତ କରାଯାଇଛି। ବର୍ତ୍ତମାନ ଆମେ ଦେଖୁବା ଏହି ମନ୍ତ୍ରରେ ବାଣୀ ସଂପର୍କରେ କ’ଣ କୁହାଯାଇଛି । ମନ୍ତ୍ରର ବିଚାରକୁ ଆମେ ତିନି ଖଣ୍ଡରେ ବିଭକ୍ତ କଲେ ଏହା ସହଜରେ ବୁଝିପାରିବା
୧. ତିତଉନା ସଞ୍ଜୁମିବ ୟତ୍ର ଧୀରାଃ ମନସା – ପୁନନ୍ତଃ ବାଚମ୍ ଅକ୍ରତ – ଚାଲୁଣୀ ଦ୍ବାରା ଚୂନାକୁ ଛାଣିବା, ସଫାକରିବା ଭଳି ଯେଉଁଠି, ଯେଉଁ ବିଷୟରେ ଧୀର, ଗମ୍ଭୀର, ବୁଦ୍ଧିମାନ୍ ଲୋକେ ମନ ଦ୍ଵାରା ବାଣୀକୁ ପବିତ୍ର, ଶୁଦ୍ଧ କରି ପ୍ରୟୋଗ କରନ୍ତି,
୨. ଅତ୍ର ସଖାୟଃ ସଖ୍ୟାନି ଜାନତେ ଏଠାରେ(ସେଠାରେ) ହିତୈଷୀ, ମିତ୍ରଭାବାପନ୍ନ, ବିଦ୍ୱାନ୍ ଲୋକେ ହିତକର କଥାକୁ, ମିତ୍ରତାକୁ, ଶବ୍ଦ-ଅର୍ଥର ଯଥାର୍ଥ ସମ୍ବନ୍ଧକୁ ଜାଣନ୍ତି, ବୁଝନ୍ତି ।
୩. ଏକ୍ଷାଂ ବାଚି ଭଦ୍ରା ଲକ୍ଷ୍ମୀ ଅଧୂ ନିହିତା ଏମାନଙ୍କର ବାଣୀରେ କଲ୍ୟାଣୀ ଲକ୍ଷ୍ମୀ ଅଧୂଷ୍ଠିତ ହୋଇ ରହନ୍ତି । ଏପରି ଶୁଦ୍ଧ, ପବିତ୍ର ବାଣୀ କହିବା ଦ୍ଵାରା ସବୁ ଦିଗରେ ଧନ-ସମ୍ପରି ଦ୍ଵାରା କଲ୍ୟାଣ ହୁଏ ।
୧. ତିତଉନା ସଭ୍ରୁମିବ ୟତ୍ର ଧୀରଃ ମନସା ପୁନନ୍ତଃ ବାଚମ୍ ଅକ୍ରତ
ଚୂନାକୁ ଚଲାଇବା, ଛାଣିବା ପାଇଁ ‘ତିତଉ’ ଅର୍ଥାତ୍ ଚାଲୁଣୀ ବ୍ୟବହାର କରାଯାଏ । ଚୂନାକୁ କାହିଁକି ଚଲାଯାଏ, ଛଣାଯାଏ ? ଛଣାଯାଇ ନ ଥିବା ଚୂନା କାହିଁକି ବ୍ୟବହାର କରାଯାଏ ନାହିଁ ? ଦୁଇଟି କାରଣରୁ । ଗୋଟିଏ ହେଲା କି ଯେତେବେଳେ ଚାଉଳ, ଗହମ, ବୁଟ ଆଦି ଯେଉଁ ଖାଦ୍ୟ ପଦାର୍ଥର ଚୂନା କରାଯାଇଥାଏ ସେଥୁରେ ସେସବୁର ଚୋପା କି ଖଦଡ଼ା ଅଂଶ ଯଦି ରହିଯାଇଥାଏ ତାହା ବାହାରିଯାଉ ଯାହା କାରଣରୁ ଚୂନାକୁ ହଜମ କରିବାରେ ଆଉ କଷ୍ଟ ନ ହେଉ । ଦ୍ବିତୀୟରେ ଯଦି କୌଣସି କାରଣରୁ ବ୍ୟବହାର କରିବାକୁ ଯାଉଥିବା ଚୂନାରେ କୁଟା-କାଠି ଆଦି ଅନ୍ୟ କୌଣସି ବିଜାତୀୟ ପଦାର୍ଥ ମିଶିଯାଇଥାଏ ତାହା ବି ବାହାରିଯାଉ । ଚୂନା ଶୁଦ୍ଧ ବି ହେଉ ଓ କର୍କଶ ମଧ୍ୟ ନ ହେଉ । ଚାଲୁଣୀର କାମ ହେଲା ଚୂନାରୁ ଅନୁପଯୋଗୀ ପଦାର୍ଥକୁ ବାହାର କରି ବ୍ୟବହାର ଉପଯୋଗୀ ଚୂନାକୁ ବ୍ୟବହାର ପାଇଁ ଦେବା ।
ସୁନ୍ଦର, ବ୍ୟବସ୍ଥିତ ଭାଷା ରୂପେ ବାଣୀର ପ୍ରୟୋଗ କରିବା ତ ମନୁଷ୍ୟ- ଜୀବନର ଗୌରବ । କିନ୍ତୁ ଯେତେବେଳେ ଏହି ବଚନ ଅନୁଚିତ ରୂପେ ପ୍ରୟୋଗ କରାଯାଏ ସେତେବେଳେ ବ୍ୟକ୍ତି ଓ ଜାତି ସେହି ଭୀଷଣ ଦୋଷରେ ଦୂଷିତ ହୋଇଯାଏ ଯେଉଁ ଦୋଷ କୌଣସି ପଶୁ-ପକ୍ଷୀ ବା କୀଟ-ପତଙ୍ଗ ଠାରେ ମଧ୍ୟ ମିଳେ ନାହିଁ । ଏଣୁ ବେଦମନ୍ତ୍ର କହେ କି ‘ବାଚମ୍’ ଅର୍ଥାତ୍ ବାଣୀକୁ ଛାଣି କୁହ । ସେଥୁରୁ ଅନ୍ୟ ପଦାର୍ଥ ଓ କର୍କଶତା ବାହାର କରିଦିଅ । ତେବେ ଏପରି କେଉଁ ଚାଲୁଣୀ ଅଛି ଯାହାଦ୍ଵାରା ବାଣୀର ଏ ଅବଗୁଣ ଦୂର ହୋଇପାରିବ ? ମନ୍ତ୍ର ଉତ୍ତର ଦିଏ – ତୁମ ବୁଦ୍ଧି(ମନ) ହିଁ ଏପରି ଚାଲୁଣୀ। ଯେତେବେଳେ ଧୀର, ବୁଦ୍ଧିମାନ୍, ମେଧାବୀ ବ୍ୟକ୍ତିମାନେ ସ୍ଵ ବାଣୀକୁ ପ୍ରୟୋଗ କରନ୍ତି ତ କେଉଁ ଭଳି କହନ୍ତି ସେକଥା ଏହି ବେଦମନ୍ତ୍ରରେ କୁହାଯାଇଛି । ଯେପରି ଚୂନାକୁ ଚାଲୁଣୀରେ ଛଣାଯାଏ, ସେପରି ବାଣୀକୁ ମନ ଦ୍ବାରା ଶୋଧନ କରି, ପବିତ୍ର କରି ଏମାନେ କହନ୍ତି । ଅତଃ ବୁଦ୍ଧିରେ ଶୁଦ୍ଧ କରି ବଚନ କୁହ ।
ବାଣୀକୁ ମନ ଦ୍ଵାରା କାହିଁକି ଶୋଧନ କରାଯିବା କଥା କୁହାଯାଇଛି ? ପ୍ରାଚୀନ ଋଷି କହିଛନ୍ତି
ମଣିଷ ଯେପରି ମନନ କରେ, ବିଚାର କରେ ସେପରି ହିଁ ବାଣୀରେ କହେ; ଯେପରି କହେ ସେପରି ହିଁ କର୍ମ କରେ, ଯେପରି କର୍ମ କରେ ସେପରି ହିଁ ତା’ର ଜୀବନର ନିର୍ମାଣ ହୁଏ । ଏହାର ଅର୍ଥ ହେଲା ଯେ ବାଣୀର ଉଦ୍ଭବ ମନରୁ ଆରମ୍ଭ ହୁଏ । ତେଣୁ ମନରେ ଉତ୍ତମ ରୂପେ ବିଚାର କରି, ମନରେ ଉଚିତ-ଅନୁଚିତର ମନନ-ଚିନ୍ତନ-ନିର୍ଣ୍ଣୟ କରି ବଚନ କହିବା ଉଚିତ । ଏଠାରେ ମନ ଶବ୍ଦରେ ମନ, ବୁଦ୍ଧି, ଚିତ୍ତ, ଅହଂକାର ସମ୍ମିଳିତ । କଠ ଉପନିଷଦରେ ଆମ ଶରୀରକୁ ରଥ, ଆତ୍ମାକୁ ରଥୀ ବା ସ୍ଵାମୀ, ଇନ୍ଦ୍ରିୟଗୁଡ଼ିକୁ ଘୋଡ଼ା ବୋଲି କୁହାଯିବା ସହ ଏକଥା ବି କୁହାଯାଇଛି ଯେ ମନ ହେଲା ଲଗାମ ଓ ବୁଦ୍ଧି ହେଲା ସାରଥୀ ‘ବୁଦ୍ଧି ତୁ ସାରଥୀ ବିଦ୍ଧି ମନଃ ପ୍ରଗ୍ରହମେବ ଚ’ ।
ରଥକୁ ଠିକ୍ ରାସ୍ତାରେ ନେଇ ଗନ୍ତବ୍ୟ ପଥରେ ପହଞ୍ଚାଇବା ପାଇଁ ସାରଥ ଯେପରି ଲଗାମ ମାଧ୍ୟମରେ ଘୋଡ଼ା ଉପରେ ନିୟନ୍ତ୍ରଣ ରଖେ, ସେହିପରି ମନ ଦ୍ବାରା ଭଲ-ମନ୍ଦର ମନନ କରିବା ଓ ବୁଦ୍ଧି ଦ୍ଵାରା ନିର୍ଣ୍ଣୟ କରିବା ଆବଶ୍ୟକ, ଉଚିତ-ଅନୁଚିତର ବିଚାର କରି ବଚନ କହିବା ଉଚିତ ।
ବର୍ତ୍ତମାନ ଆମେ ଏହା ବିଚାର କରିବା କି ବାଣୀର କେଉଁ-କେଉଁ ଦୋଷ ଥାଏ ଯାହାକୁ କି ସଫା କରିବାର ଆବଶ୍ୟକତା ଅଛି ? ମନୁ ମହାରାଜ ବାଣୀର ୪ଟି ଦୋଷ ଦର୍ଶାଇଛନ୍ତି ଯାହାଦ୍ୱାରା କି ବାଣୀ ଦୂଷିତ ହୋଇଥାଏ—
ପାରୁଷ୍ୟମନୃତଂ ଚୈବ ପୈଶୁନ୍ୟ ଚାପି ସର୍ବଶଃ । ଅସମ୍ବଦ୍ଧପ୍ରଲାପଶ୍ଚ ବାମୟଂ ସ୍ୟାଚ୍ଚତୁର୍ବିଧମ୍ ॥
୧. ପାରୁଷ୍ୟ ଅର୍ଥାତ୍ କଠୋର ଭାଷଣ, କଟୁବଚନ; ୨. ଅନୃତ ଅର୍ଥାତ୍ ମିଥ୍ୟାଭାଷଣ; ୩. ପୈଶୁନ୍ୟ ଅର୍ଥାତ୍ ନିନ୍ଦା-ଚୁଗୁଲି, କୁତ୍ସାରଟନା; ୪. ଅସମ୍ବଦ୍ଧପ୍ରଳାପ ଅର୍ଥାତ୍ ବୃଥା ବକ୍ବକ୍ ହେବା – ଏ ୪ଟି ହେଉଛି ବାଣୀର ପ୍ରସିଦ୍ଧ ଦୋଷ |
ନ୍ୟାୟଦର୍ଶନ( ୧:୧:୨) ର ଭାଷ୍ୟରେ ମହର୍ଷି ବାତ୍ସାୟନ ମଧ୍ୟ ବାଣୀର ଅଶୁଭ କର୍ମ ବିଷୟରେ କହିଛନ୍ତି— ‘ବାଚାଽଅନୃତପରୁ ଷସୂଚନାଽସମ୍ବଦ୍ଧାନି ।’– ଅନୃତ (ମିଥ୍ୟାଭାଷଣ), ପରୁଷ (କଠୋର = କଟୁବଚନ), ସୂଚନ (ନିନ୍ଦା-ଚୁଗୁଲି), ଅସମ୍ବଦ୍ଧ (ଅନର୍ଗଳ ପ୍ରଳାପ) – ଏ ୪ଟି ହେଲା ବାଣୀ ଦ୍ଵାରା ହେଉଥିବା ଅଶୁଭ କର୍ମ ।
୧. ପାରୁଷ୍ୟ ଅର୍ଥାତ୍ କଠୋର ଭାଷଣ, କଟୁବଚନ କଠୋର, କର୍କଶ, କଟୁ କଥା କହିବା ବାଣୀର ଏକ ପ୍ରମୁଖ ଦୋଷ । କ୍ରୋଧ-ଆବେଶରେ, କାହାକୁ ଅପମାନିତ କରିବା ପାଇଁ, ଉଘେଇବା ଆଦି ନିମନ୍ତେ ବ୍ୟକ୍ତି କଠୋର, କର୍କଶ, କଟୁ କଥା କହିଥାଏ । ଶୁଣିବା ଲୋକ ଭିତରେ ତାହା ଛୁଞ୍ଚି ଭଳି ଗଳି ଯାଇଥାଏ । କଟୁ କଥା ମଣିଷର ହୃଦୟକୁ ଭେଦ କରି ତା’ ହୃଦୟରେ ଏପରି ଗଭୀର କ୍ଷତ ସୃଷ୍ଟି କରେ ଯାହା ସାରା ଜୀବନ ଶୁଖେ ନାହିଁ । ମହାତ୍ମା ବିଦୁର କହନ୍ତି—
ରୋହତେ ସାୟକୈର୍ବିଦ୍ଧ ବନଂ ପରଶୁନା ହତମ୍ । ବାଚା ଦୁରୁତଂ ବୀଭତ୍ସ ନ ସଂରୋହତି ବାକ୍କ୍ଷତମ୍ ॥
ବାଣ ଦ୍ବାରା ବିଦ୍ଧ କରାଯାଇଥିବା ଓ କୁରାଢ଼ି ଦ୍ଵାରା କଟାଯାଇଥିବା ଜଙ୍ଗଲ ପୁଣି ସବୁଜିମାରେ ପୂରିଉଠେ; କିନ୍ତୁ କଠୋର ବାଣୀ ଦ୍ବାରା କରାଯାଇଥିବା କ୍ଷତ କଦାପି ଶୁଖେ, ଭରେ ନାହିଁ |
କଟୁ କଥା ମଣିଷକୁ ମଣିଷ ଠାରୁ ବହୁ ଦୂରକୁ ନେଇଯାଏ, ଜଣକ ମନରେ ଅନ୍ୟ ପ୍ରତି ଘୃଣା ଉତ୍ପନ୍ନ କରିଦିଏ । ଦ୍ବେଷ ଭାବର ଏପରି ଅଗ୍ନି ଶୁଣିବା ମନୁଷ୍ୟର ହୃଦୟରେ ଉଦ୍ଦୀପ୍ତ ହୋଇଯାଏ ଯେ ସେହି ବ୍ୟକ୍ତି କଟୁ ଶବ୍ଦ କହୁଥିବା ବ୍ୟକ୍ତି ଠାରୁ ବହୁ ଦୂରରେ ରହିବାକୁ ଚାହେଁ । ଶ୍ରୋତା ସେଥ୍ରେ ଉତ୍ତେଜିତ ହୋଇ ଆବେଶ ପୂର୍ବକ ମ କହୁଥିବା ଲୋକ ବିରୁଦ୍ଧରେ ହାନିକର ପ୍ରତିକ୍ରିୟା ବି ବ୍ୟକ୍ତ କରେ । କଟୁ ଭାଷଣ ଦ୍ଵାରା କେବଳ ତାତ୍କାଳିକ ଦ୍ବେଷ ଯେ ଉଦ୍ଦୀପ୍ତ ହୁଏ ତାହା ନୁହେଁ ଯେବେଯେବେ ବି ସେ ବ୍ୟକ୍ତିକୁ ସେହି କଥା ମନେପଡ଼ିଯାଏ ସେତେବେଳେ ତା’ ଭିତରେ କଟୁଭାଷୀ ବ୍ୟକ୍ତି ପ୍ରତି କ୍ରୋଧାଗ୍ନି ପ୍ରଜ୍ବଳିତ କରାଉଥାଏ । ଅତଃ କଟୁ କଥା କହି କାହାର ହୃଦୟକୁ କଷ୍ଟ ଦେବା ଅନୁଚିତ ।
ଯେଉଁ କଥା ଅନାବଶ୍ୟକ ରୂପେ କଠୋର, କର୍କଶ ଭାବରେ କୁହାଯାଉଛି ଯଦି ସେହି କଥା ଶାନ୍ତ ହୋଇ କୋମଳ ସ୍ୱରରେ କୁହାଯାଏ ତେବେ ଶୁଣିବା ଲୋକକୁ ତାହା ଶାନ୍ତ ପ୍ରଦାନ କରେ, ତାକୁ ଉତ୍ତେଜିତ କରେ ନାହିଁ । ଶାନ୍ତ ସ୍ବରରେ କହୁଥିବା ବ୍ୟକ୍ତି ସ୍ଵୟଂ ବି ଶାନ୍ତ ରହେ ଓ ଅନ୍ୟ ବ୍ୟକ୍ତିକୁ ବି ଶାନ୍ତି ପ୍ରଦାନ କରେ । ଯେଉଁ ବ୍ୟକ୍ତି ଶାନ୍ତ ସ୍ୱରରେ ଏବଂ ସହାସ୍ୟ ବଦନରେ କୌଣସି କଥା କହେ ତ ତାହା ଶୁଣିବା ଲୋକକୁ ବାଧେ ନାହିଁ । ଅତଃ ଶାନ୍ତ ସ୍ଵରରେ କୁହାଯାଇଥିବା କଥା ଅଗ୍ନିରେ ଜଳର କାମ ଓ ଘାଆରେ ମଲମର କାମ କରେ । ଯେଉଁ କଥା ଶୁଣିବାକୁ ମଧୁର ଓ ପରିଣାମରେ ହିତକାରୀ ବିଚାରପୂର୍ବକ ଏପରି ବଚନ କହିବା ଉଚିତ ।
ଯଦି କାହାର ତ୍ରୁଟି ଦର୍ଶାଇ ତାକୁ ସୁଧାରିବା ପାଇଁ ବି କହିବାର ଅଛି ତେବେ ବହୁ କ୍ଷେତ୍ରରେ ଦେଖାଯାଏ ଯେ ମଧୁର ସ୍ଵରରେ କହିବା ଦ୍ଵାରା ତା’ର ତ୍ରୁଟିର ବି ସୁଧାର ହୋଇଥାଏ ଏବଂ ସିଏ ଖରାପ ମଧ୍ୟ ଭାବେ ନାହିଁ ତଥା କହିବା ଲୋକକୁ ମଧ୍ୟ ଖରାପ ଲାଗେ ନାହିଁ । ଏହିପରି ଭାବେ ମଧୁର ସ୍ୱରରେ କଥା କହିବା ଦ୍ୱାରା ତିନୋଟି ଲାଭଅଛି । ଏହା ସାଧାରଣ ନିୟମ । ଅବଶ୍ୟ ବିଶେଷ ଆବଶ୍ୟକ ପରିସ୍ଥିତିର କଥା ଭିନ୍ନ । କିନ୍ତୁ ବିଶେଷ ଆବଶ୍ୟକ ସ୍ଥଳ ପାଇଁ ପ୍ରଯୁଜ୍ୟ ନିୟମକୁ ସଦା–ସର୍ବଦା ପ୍ରୟୋଗ କରି ନିଜ ସଂସ୍କାର ଓ ପରିବେଶ ଉଭୟକୁ ଖରାପ କରିବା ବୁଦ୍ଧିହୀନତା, ଅପରିଣାମଦର୍ଶିତା, ଅଦୂରଦର୍ଶିତା ।
ଅତଃ ସାମାନ୍ୟ ନିୟମ ହେଲା ଯେ ମନୁଷ୍ୟ ସଦା ମଧୁର ଶବ୍ଦ ହିଁ ପ୍ରୟୋଗ କରିବା ଉଚିତ । ବେଦରେ ପରମାତ୍ମାଙ୍କ ଆଦେଶ ହେଲା—
ଜିହ୍ବାୟା ଅଗ୍ରେ ମଧୁ ମେ ଜିହ୍ବାମୂଲେ ମଧୂଲକମ୍ । ମମେଦହ କ୍ରତାବସୋ ମମ ଚିତ୍ତମୁପାୟସି ॥
ମୋ ଜିଭର ଅଗରେ ମଧୁରସ ରହୁ ଓ ଜିଭର ମୂଳରେ ମଧୁରସ ରହୁ। ମୋର କର୍ମ ଓ ବୁଦ୍ଧିରେ ହିଁ ଅବଶ୍ୟ ଆପଣ ରହନ୍ତୁ । ଏହି ମାଧୁର୍ଯ୍ୟ ମୋ ଚିତ୍ତରେ ପହଞ୍ଚୁ ।
ମଧୁମନ୍ମେ ନିକ୍ରମଣଂ ମଧୁମନ୍ମେ ପରାୟଣମ୍ । ବାଚା ବଦାମି ମଧୁମଦ୍ ଭୂୟାସଂ ମଧୁସଂଦୃଶଃ ॥
ମୋର ଆସିବା–ଯିବା ମଧୁର ହେଉ । ମୁଁ ସର୍ବଦା
ମଧୁର ବଚନ କହେ ଓ ମୁଁ ମଧୁର ରୂପବାନ୍ ହୋଇଯାଏ ।
ପୁଣି କୁହାଯାଇଛି—
ମଧୋରସ୍ମି ମଧୁତରୋ ମଦୁଧାନିମଧୁମତ୍ତରଃ ।
ମୁଁ ମଧୁଠାରୁ ବି ଅଧୂକ ମଧୁର ହୁଏ । ମିଠାଇ ଠାରୁ ବି ଅଧୂକ ରସବିଶିଷ୍ଟ ହୁଏ । ଏହି ମନ୍ତ୍ରରୁ ଏହା ହିଁ ପ୍ରେରଣା ମିଳେ ଯେ ଆମେ ନିଜ ଜୀବନରେ ମଧୁରତାର ସଞ୍ଚାର କରିବା । ସେହି ମଧୁରତା ପୁଣି ଆମ ବାଣୀରୁ ଝରୁ ।
ମନୁ ମହାରାଜ ମଧ୍ୟ ବାଣୀର ମଧୁରତା ଉପରେ ବହୁତ ଗୁରୁତ୍ଵ ଦେଇଛନ୍ତି—
ଅହିଂସୟୈବ ଭୂତାନାଂ କାର୍ୟ୍ଯ ଶ୍ରେୟୋଽନୁଶାସନମ୍ । ବାକ୍ ଚୈବ ମଧୁରା ଶ୍ମଣ୍ୟା ପ୍ରୟୋଜ୍ୟା ଧର୍ମମିଚ୍ଛତା ॥
ହିଂସା ଭାବ ପରିତ୍ୟାଗ ପୂର୍ବକ ଧର୍ମାତ୍ମା ବ୍ୟକ୍ତି ସମସ୍ତଙ୍କର କଲ୍ୟାଣ ହେବା ଭଳି ଉପଦେଶ ଦେବା ଉଚିତ ଏବଂ ମଧୁର ବଚନ କହିବା ଉଚିତ। ଏହି ପ୍ରସଙ୍ଗରେ ଏକଥା କହିବା ଆବଶ୍ୟକ ଯେ ହିଂସା ୩ ପ୍ରକାର ହୋଇଥାଏ ମାନସିକ, ବାଚିକ ଓ ଶାରୀରିକ ହିଂସା । କାହାକୁ କଟୁ କଥା କହିବା ବାଚିକ ହିଂସାର ଅନ୍ତର୍ଗତ । କାହାକୁ କଟୁ କଥା ନ କହି ମଧୁର ଶବ୍ଦ ପ୍ରୟୋଗ କରିବା ହିଁ ବାଚିକ ଅହିଂସାର ଅନ୍ତର୍ଗତ ।
ନାରଂତଦଃ ସ୍ୟାଦାତୋଽପି ନ ପରଦ୍ରୋହକର୍ମଧୀ । ୟୟାସୋଦ୍ବିଜତେ ବାଚା ନାଲୋକ୍ୟ ତାମୁଦୀରୟେତ୍ ॥
ନିଜେ ଦୁଃଖୀ ହୋଇଥିଲେ ମଧ୍ୟ ଅନ୍ୟକୁ କଷ୍ଟ ହେଲା ଭଳି କଥା କହିବେ ନାହିଁ, କାହାକୁ ଈର୍ଷା କରିବେ ନାହିଁ କି କାହାର ହାନି କରିବାର ଭାବନା ମନକୁ ଆଣିବେ ନାହିଁ । ହୃଦୟକୁ ଦୁଃଖ ଦେଉଥିବା ଭଳି କଥା ଯଥାସମ୍ଭବ
ନ କହିବା ଉଚିତ ।
ବଦନଂ ପ୍ରସାଦସଦନଂ ସଦୟଂ ହୃଦୟଂ ସୁଧାମୁଚୋ
କରଣଂ ପ ପରୋପକରଣଂ ୟେସାଂ କେରାଂ ନ ତେ ବନ୍ଧ୍ୟା ||
ଯେଉଁ ମହାନୁଭବଙ୍କ ମୁଖ ପ୍ରସନ୍ନ, ହୃଦୟ ଦୟାର୍ଦ୍ର, ପରୋପକାର ବଚନ ଅ ଅମୃତ ସମ ମଧୁର, କର୍ତବ୍ଯ ପ ସେମାନେ ସମସ୍ତଙ୍କ ପାଇଁ ବନ୍ଦନୀୟ ହୋଇଥାନ୍ତି ଏହି ଶ୍ଳୋକରେ ବନ୍ଦନୀୟ ପୁରୁଷଜ୍ଞ କ୍ଷଙ୍କ ୪ ଲକ୍ଷଣ କୁହାଯାଇଛି, ଯା’ ମଧ୍ୟରୁ ଗୋଟିଏ ଲକ୍ଷଣ ହେଲା ଅମୃତପୂର୍ଣ୍ଣ ବଚନ ।
ପ୍ରିୟ ବଚନ କହିବା ଦ୍ବାରା ସକଳ ପ୍ରାଣୀ ପ୍ରସନ୍ନ ହୁଅନ୍ତି । ଏଣୁ ପ୍ରିୟ କଥା ହିଁ କହିବା ଉଚିତ । ବଚନ କହିବାରେ କୃପଣତା କ’ଣ ପାଇଁ କରିବା ? ମଣିଷ ଦାନ ଦେବାରେ କାର୍ପଣ୍ୟ କରିପାରେ, କିନ୍ତୁ ମଧୁର ବଚନ କହିବାରେ କାର୍ପଣ୍ୟ କାହିଁକି କରିବା ? କାରଣ ଏଥିରେ ଖର୍ଚ୍ଚ ତ କିଛି ହୁଏ ନାହିଁ । ବରଂ ମଧୁରଭାଷୀ ବ୍ୟକ୍ତିର ସମସ୍ତେ ଆପଣାର ହୋଇଯାନ୍ତି, ତା’ ପାଇଁ କେହି ପର ହୋଇ ରହନ୍ତି ନାହିଁ – ‘କଃ ପରଃ ପ୍ରିୟବାଦିନାମ୍ ? ’
କାଲେ ଭୁଞ୍ଜୀତ ମଧୁରଂ ସ୍ନିଗ୍ଧ ପଥ୍ୟା ହିତଂ ମିତମ୍ । କାଲେ ବ୍ରବୀତ ମଧୁରଂ ପ୍ରିୟଂ ତଥ୍ୟ ହିତଂ ମିତମ୍ ॥
ମଣିଷ ଉଚିତ ସମୟରେ ମଧୁର, ସ୍ନିଗ୍ଧ, ହିତକାରୀ ଓ ପରିମିତ ଭୋଜନ କରିବା ଉଚିତ । ଏହିଭଳି ବଚନ ମଧ୍ୟ ଉଚିତ ସମୟରେ କହିବା ଉଚିତ ଏବଂ ତାହା ମଧ୍ୟ – ମଧୁର, ପ୍ରିୟ, ପରିମିତ, ସତ୍ୟ ଓ ହିତକର ହେବା ଉଚିତ ।
ଏହି ଶ୍ଳୋକରେ ମଧୁର ଓ ପ୍ରିୟ ବଚନ କହିବାର କଥା ମଧ୍ୟ କୁହାଯାଇଛି । ଅତିଥ୍—ସତ୍କାର ସମୟରେ ମଧ୍ୟ ମନୁ ମହାରାଜ ନିର୍ଦ୍ଦେଶ ଦେଇଛନ୍ତି
ତୃଣାନି ଭୂମିରୁଦକଂ ବାକ୍ଚତୁର୍ଥୀ ଚ ସୂନୃତା । ଏତାନ୍ୟପି ସତାଂ ଗେହେ ନୋଚ୍ଛିଦ୍ୟନ୍ତେ କଦାଚନ ॥
ଅତିଥ୍—ସତ୍କାର ନିମନ୍ତେ ବସିବା ପାଇଁ ଆସନ, ଉପବେଶନ କିମ୍ବା ଶୟନ ନିମନ୍ତେ ସ୍ଥାନ, ଜଳ ଓ ସତ୍କାରଯୁକ୍ତ ମଧୁର ବଚନ – ଏ ୪ଟି ସଜ୍ଜନଙ୍କ ଗୃହରେ କଦାପି ସମାପ୍ତ ହୁଏ ନାହିଁ । ଏହି ଶ୍ଳୋକରେ ମଧ୍ୟ ମଧୁର ବଚନ ଆଡ଼କୁ ସଂକେତ କରାଯାଇଛି ।
ଏପରି ବଚନ କହନ୍ତୁ ଯଦ୍ଵାରା ମନର ଅଭିମାନ ନଷ୍ଟ ହେବ, ଯାହା ଅନ୍ୟକୁ ଶୀତଳତା ପ୍ରଦାନ କରିବ ଓ ବକ୍ତାକୁ ମଧ୍ୟ ଶୀତଳତା ପ୍ରଦାନ କରିବ । ଫକୀର ମୋହନ ସେନାପତିଙ୍କ ଭାଷାରେ–
ଯେତେ ସୁଖକର ଦ୍ରବ୍ୟ ଅଛି ଜଗତରେ, କେହି ନୁହେଁ ଶ୍ରେଷ୍ଠ ମିଷ୍ଟ କଥା ସମାନରେ । ମିଷ୍ଟ କଥା ନୁହେ ପରା ପାର୍ଥିବ ପଦାର୍ଥ, ଦେବତାର ଉପଭୋଗ୍ୟ ଅମିୟ ଯଥାର୍ଥ ।
କିନ୍ତୁ ଏଠାରେ ଧ୍ୟାନ ଦେବା ଉଚିତ ଯେ ଛଳ-କପଟ, ଦୁରଭିସନ୍ଧିପୂର୍ଣ ମଧୁର ବଚନ ତ ଯଥାର୍ଥ ମଧୁର ବଚନ ନୁହେଁ ।
ଶୁଣୁଛି ଲୋକଙ୍କ ମୁଖୁଁ କେତେ ମିଷ୍ଟ କଥା, ସେ ନୁହେ ସରଳ, ପ୍ରବଞ୍ଚନା କପଟତା । ସେଥୁରେ ତ ହୁଏ ନାହିଁ ଜୀବନ ଶୀତଳ, ପ୍ରାଣହନ୍ତାରକ ବ୍ୟାଧସଙ୍ଗୀତ କେବଳ ।
ଜଣେ ବ୍ୟକ୍ତିଙ୍କ ମନରେ ଏକ ପ୍ରଶ୍ନ ଉଠିଲା ଯେ ପରମାତ୍ମା ମନୁଷ୍ୟଙ୍କ ଶରୀରର ସାଢ଼େ ତିନି ହାତ ଲମ୍ବା ଢାଞ୍ଚାକୁ ତ ହାଡ଼ ସାହାଯ୍ୟରେ ଠିଆ କରିଦେଲେ, କିନ୍ତୁ ଜିଭରେ ହାଡ଼ କାହିଁକି ଦେଲେ ନାହିଁ ? ନିମ୍ନ ଦୃଷ୍ଟାନ୍ତରୁ
ହୁଏତ ଆମେ ତା’ର ଉତ୍ତର ପାଇଯିବା ।
ଖ୍ରୀଷ୍ଟପୂର୍ବ ୫ମ ଶତାବ୍ଦୀରେ ଚୀନରେ ଜଣେ ମହାନ୍ ଦାର୍ଶନିକ ଥିଲେ । ତାଙ୍କ ନାମ କନ୍ଫୁସିୟସ୍ । ସିଏ ସାରା ଜୀବନ ଶିକ୍ଷା, ଉପଦେଶ ଆଦି ଦ୍ଵାରା ଲୋକଙ୍କୁ ସନ୍ମାର୍ଗକୁ * ଆଣିବାକୁ ପ୍ରଯନ୍ କରୁଥିଲେ । ଯେତେବେଳେ ତାଙ୍କର ଅନ୍ତିମ ସମୟ ଉପସ୍ଥିତ ହେଲା ଶିଷ୍ୟମାନେ ତାଙ୍କ ଦର୍ଶନ – କରିବାକୁ ଆସୁଥାନ୍ତି । ଥରେ ସେ ଉପସ୍ଥିତ ଶିଷ୍ୟଙ୍କୁ ଡାକି କହିଲେ ‘ଦେଖୁଲ, ମୋ ପାଟିରେ ଦାନ୍ତ ଅଛି ନା ନାହିଁ ? ’ ସେ ପାଟି ଆଁ କଲେ । ଶିଷ୍ୟମାନେ ପାଟି ଭିତରକୁ ଭଲଭାବେ ଦେଖିଲେ ଏବଂ ତା’ ପରେ ଉତ୍ତର ଦେଲେ ‘ଆପଣଙ୍କ ପାଟିରେ ତ ଗୋଟିଏ ବି ଦାନ୍ତ ନାହିଁ ।’ ତା’ ପରେ ସେ ପୁଣି ପଚାରିଲେ – ‘ ଆଚ୍ଛା, ଜିଭ ଅଛି ନା ନାହିଁ ? ’ ଶିଷ୍ୟମାନେ ଉତ୍ତର ଦେଲେ ‘, ହିଁ ଅଛି ।’ ବର୍ତ୍ତମାନ ସନ୍ଥ ପଚାରିଲେ – ‘ ଜିଭ ଜନ୍ମ ସମୟରେ ମୋ ସାଙ୍ଗରେ ଥିଲା, ଏବେ ପର୍ଯ୍ୟନ୍ତ ଅଛି; କିନ୍ତୁ ଦାନ୍ତ ପରେ ଉତ୍ପନ୍ନ ହେଲା, ଅଥଚ ଆଗ ଝଡ଼ିପଡ଼ିଲା । ଏହାର କାରଣ କ’ଣ ? ’ ଶିଷ୍ୟମାନେ କୌଣସି ଉତ୍ତର ନ ଦେଇ ଚୁପ୍ ରହିଲେ । ସନ୍ଥ କହିଲେ – ‘ ଏହା ପଛରେ ଏକ ଜୀବନ-ଦର୍ଶନ ଲୁଚି ରହିଛି। ଜିଭ କୋମଳ ସ୍ୱଭାବର । ଏଣୁ ଜନ୍ମରୁ ଆଜି ଯାଏ ସାଙ୍ଗରେ ଅଛି । ଦାନ୍ତ କଠୋର । ଏଣୁ ପରେ ଉତ୍ପନ୍ନ ହୋଇ ସୁଦ୍ଧା ଆଗ ଝଡ଼ିଗଲେ । ଅତଃ ମନେରଖ ବାଣୀ ଦ୍ଵାରା କଠୋର ବଚନ କହିବା ଯେଉଁମାନଙ୍କ ସ୍ଵଭାବ ସେମାନେ ଶୀଘ୍ର ଭାଙ୍ଗିଯାନ୍ତି ଅଥବା ଭାଙ୍ଗିଦିଆଯାଏ, କାହା ସହ ବେଶି ଦିନ ତିଷ୍ଠିପାରନ୍ତି ନାହିଁ । ଯେଉଁମାନେ କୋମଳ ବଚନ ପ୍ରୟୋଗ କରନ୍ତି, ସେମାନଙ୍କୁ ଭଙ୍ଗାଯାଏ ନାହିଁ, ସେମାନେ ବିଦ୍ୟମାନ ରହନ୍ତି । ଅତଃ ମଧୁର ବଚନ କହିବା ସ୍ଵଭାବ କରିବା ଉଚିତ ।’
ଅତଃ ପ୍ରଶ୍ନର ସମ୍ଭବତଃ ଉତ୍ତର ହେଲା ଯେ ପରମାତ୍ମାଙ୍କୁ ଏହା ଅଭୀଷ୍ଟ ନ ଥୁଲା କି ମନୁଷ୍ୟ ନିଜ ଜିଭଦ୍ଵାରା କଠୋର ଶବ୍ଦ ଉଚ୍ଚାରଣ କରୁ । ଏଥିପାଇଁ ପରମାତ୍ମା ମନୁଷ୍ୟର ଜିଭରେ ହାଡ଼ ଖଞ୍ଜିନାହାନ୍ତି ।
କୋଇଲି ବା କାହାକୁ କ’ଣ ଦିଏ ନା କାଉ କାହାଠାରୁ କ’ଣ ନିଏ ? କେବଳ ମଧୁର କୂଜନ ଶୁଣାଇ କୋଇଲି ସଂସାରକୁ ବଶ କରିଦିଏ ଏବଂ କାଉ ନିଜ କର୍କଶ କା-କା ଦ୍ବାରା ଅନ୍ୟକୁ ବିରାଗ ଭାଜନ କରିଦିଏ, ବିରୋଧୀ କରିଦିଏ। ମଧୁର ବଚନ ଦ୍ଵାରା ସବୁ ଦିଗରୁ ସୁଖ ପ୍ରାପ୍ତ ହୁଏ । ଏହା ବଶୀକରଣ ମନ୍ତ୍ର । ଏଣୁ କଠୋର ବଚନ କହିବା ସ୍ଵଭାବ ପରିତ୍ୟାଗ ପରିତ୍ୟାଗ କର ।
ଗାଳି ଦେବା ବାଣୀର ଏକ ଦୋଷ । କ୍ରୋଧର ବଶୀଭୂତ ହୋଇ ବ୍ୟକ୍ତି ଗାଳି ଦିଏ । ଗାଳି ଦେବା କ୍ରୋଧ ପ୍ରଦର୍ଶନର ହିଁ ଏକ ରୂପ । ବ୍ୟକ୍ତି ଯେତେବେଳେ କ୍ରୋଧ ପ୍ରଦର୍ଶନ କରେ ତ ଗାଳି ଦିଏ । କ୍ରୋଧରେ ବ୍ୟକ୍ତି ଶ୍ରାବ୍ୟ-ଅଶ୍ରାବ୍ଯ ଭୁଲିଯାଏ । ପିଲାମାନେ ଛୋଟ ବୟସରୁ ହିଁ ଗାଳି ଦେବା ଶିଖନ୍ତି । । ପରବର୍ତ୍ତୀ ସମୟରେ ତାହା ଅଭ୍ୟାସରେ ପଡ଼ିଯାଏ 1|ଏ । ପିଲା ଓ ଅଶିକ୍ଷିତଙ୍କ କଥା କ’ଣ କହିବା, ବଡ଼ ବଡ଼ ଶିକ୍ଷିତ ଲୋକ ବି ଗାଳି ଦିଅନ୍ତି । ଗାଳି ଦେବା ଯେବେ ଅଭ୍ୟାସରେ ପଡ଼ିଯାଏ ସେତେବେଳେ ବ୍ୟକ୍ତି ଗାଳି ଏପରି ଦେଇଯାଏ ଯେ ତାକୁ ଜଣା ମଧ୍ୟ ପଡ଼େନାହିଁ । ଜଣେ ବ୍ୟକ୍ତି ଗାଳି ଦେବାରେ ଅତି ଅଭ୍ୟସ୍ତ ଥିଲେ । ଥରେ ସେ ଗାଳି ଦେଉଥିବା ବେଳେ ଅନ୍ୟ ଜଣେ ତାଙ୍କୁ ସଚେତନ କଲେ କି ତୁମେ ବହୁତ ଗାଳି ଦେଉଛ । ସିଏ ଓଲଟି କହିଲା ଲା – ‘ କୋଉ ବଦମାସ୍ କହୁଛି ଏଇଟା ଗାଳି ବୋଲି ?’ ସେ ବ୍ୟକ୍ତି ଗାଳି ଦେବାରେ ଏତେ ଅଭ୍ୟସ୍ତ ଥିଲା ଯେ ତାକୁ ବି ପଡ଼ୁନଥୁଲା ଯେ ତା’ର ପ୍ରଶ୍ନ ପଚାରିବା ମଧ୍ୟରେ ବି ସିଏ ଗାଳି ପରେ ଗାଳି ଦେଇଚାଲିଛି । ଜଣା
ଗାଳି ମହତ ଲୋକଙ୍କ ପାଇଁ ଗାଳିର ଉତ୍ତର ଗାଳି ନୁହେଁ । Iଳିର ଉତ୍ତର ସାମାନ୍ୟ ବ୍ୟକ୍ତି ତ ଗାଳି କି ମାଡ଼ରେ ଦିଅନ୍ତି; କିନ୍ତୁ ଶ୍ରେଷ୍ଠ ବ୍ୟକ୍ତି ଗାଳିର ଉତ୍ତର ଗାଳିରେ ଦିଅନ୍ତି ନାହିଁ । ସେମାନେ ତ ମୌନ ଧାରଣ କରିନିଅନ୍ତି, ଶାନ୍ତ ଚିତ୍ତରେ ଉଚିତ ପ୍ରତିକାର ଅନ୍ଵେଷଣ କରନ୍ତି । ଗାଳିଦାତା ପ୍ରତି ଜଣେ ମହତ ବ୍ୟକ୍ତିଙ୍କ ଭାବନାକୁ କବି କହନ୍ତି
ଦଦତୁ ଦତୁ ଦଦତୁ ଗାଲିଂ ଗାଲିମନ୍ତେ ଭବନ୍ତୋ, ଆପଣ ଗାଳି ଦିଅନ୍ତୁ, କାରଣ ଆପଣଙ୍କ ପାଖରେ ଗାଳି ଅଛି । ଆମ ପାଖରେ ନାହିଁ । ଏଣୁ ଆମେ ଦେଇପାରିବୁ ନାହିଁ । ସଂସାରରେ ପ୍ରସିଦ୍ଧ ଯେ ଯାହା ପାଖରେ ଯାହା ଥାଏ, ସିଏ ତାହା ହିଁ ଦେଇପାରେ । ଠେକୁଆର ଶିଙ୍ଗ ତ କେହି କାହାକୁ ଦେଇପାରେ ନାହିଁ ।
ଗାଳି ଦେବାର ଅଭ୍ୟାସ ଛାଡ଼ିବା ପାଇଁ ଅତ୍ୟନ୍ତ ସତର୍କତାର ଆବଶ୍ୟକତା ଅଛି । ବ୍ୟକ୍ତି ବହୁତ ସାବଧାନ ହେଲେ ଯାଇ ଏହି ସ୍ୱଭାବକୁ ଛାଡ଼ିପାରେ । ଅନ୍ୟଥା ଅନେକ ଥର ଏହି ଅଭ୍ୟାସ କାରଣରୁ ବ୍ୟକ୍ତିକୁ ବହୁତ ଅପମାନିତ ହେବାକୁ ପଡ଼ିଥାଏ । ଏହି ସ୍ୱଭାବ କାରଣରୁ କାହାରି-କାହାରି ଜୀବନ ଚାଲିଯିବା କଥା ବି ଶୁଣିବାକୁ ମିଳେ ।
ଆମେ ଆଲୋଚନା କଲେ କି ଏହି ଶକ୍ତିଶାଳିନୀ ବାଣୀ ଅତ୍ୟନ୍ତ ମହତ୍ତ୍ଵପୂର୍ଣ । ଏହା ସଂସାରର କଲ୍ୟାଣ ଓ ଅକଲ୍ୟାଣ ଉଭୟ କରିପାରେ । ଏହାର ସମ୍ୟକ୍ ଓ ମଧୁର ରୂପ ଦ୍ଵାରା ସଂସାରର କଲ୍ୟାଣ ହୋଇଥାଏ ଏବଂ କଟୁ ରୂପ ଦ୍ଵାରା ସଂସାରରେ ବିଗ୍ରହ ଓ କଳହ ବଢ଼ିଥାଏ, ଅଶାନ୍ତି ଓ ଅକଲ୍ୟାଣ ହୋଇଥାଏ। ଏ ସଂସାର ମଧୁର ବାଣୀ ପ୍ରଭାବରେ ସ୍ୱର୍ଗ ହୋଇପାରେ ଏବଂ କଟୁବାଣୀ ପ୍ରୟୋଗରେ ନର୍କ ସମ ଦୁଃଖଦାୟୀ ମଧ୍ୟ ଏହାକୁ କରାଯାଇପାରେ । ବାଣୀ ସଂସାରରେ ଅମୃତ ମଧ୍ୟ ବର୍ଷା କରିପାରେ ଓ କଟୁ ହୋଇ ଏହା ବିଷ ମଧ୍ୟ ବମନ କରିପାରେ । ମନୁଷ୍ୟ ନିଜକୁ ମଧୁର କରିବ କି କଟୁ, ଏହା ତା’ର ବଚନ ଉପରେ ନିର୍ଭର କରେ । ଅତଃ ମଧୁର ବଚନ ଗ୍ରାହ୍ୟ ଓ କଟୁ ବଚନ ତ୍ୟାଜ୍ୟ ।
ଅନୃତ ଅର୍ଥାତ୍ ମିଥ୍ୟାଭାଷଣ ଅସତ୍ୟଭାଷଣ ବାଣୀର ଦ୍ଵିତୀୟ ପ୍ରମୁଖ ଦୋଷ । ସତ୍ୟ ହେଲା ବାଣୀର ଆଭୂଷଣ । ସତ୍ୟଭାଷଣ ଦ୍ବାରା ମନୁଷ୍ୟର ସମ୍ମାନ ବଢ଼େ । ଲୋକେ ତାକୁ ବିଶ୍ଵାସ କରନ୍ତି ।
ସତ୍ୟବାଦୀକୁ ଲୋକେ ଶ୍ରଦ୍ଧା-ଦୃଷ୍ଟିରେ ଦେଖନ୍ତି । ସତ୍ୟର ବହୁତ ମହିମା। ସତ୍ୟକୁ ଆପଣେଇବା ଦ୍ଵାରା ମନୁଷ୍ୟ-ସମାଜର ବହୁତ ସମସ୍ୟାର ସମାଧାନ ହୋଇଯାଏ, ଯାହାକି ମିଛ କହିବା ଦ୍ବାରା ଜଟିଳ ହୋଇଥାଏ । ବୈଦିକ ସାହିତ୍ୟରେ ସତ୍ୟର ମହିମାର ପ୍ରତିପାଦନ ବହୁତ ସୁନ୍ଦର ରୀତିରେ କରାଯାଇଛି—
ଯେଉଁ ସତ୍ୟ ଓ ଅସତ୍ୟ ବଚନକୁ ପରସ୍ପରବିରୁଦ୍ଧ କୁହାଯାଏ ତାହାକୁ ବିଦ୍ୱାନ୍ ଲୋକେ ସହଜରେ ବୁଝିପାରନ୍ତି । ସେ ଉଭୟ ମଧ୍ୟରୁ ଯାହା ସତ୍ୟ ତଥା ଯାହା ସରଳ ଅର୍ଥାତ୍ ସିଧା ସ୍ୱଭାବରେ କୁହାଯାଏ, ତାକୁ ପରମାତ୍ମା ରକ୍ଷା କରନ୍ତି ଏବଂ ଯାହା କପଟ ଭାବରେ କୁହାଯାଇଥିବା ମିଥ୍ୟା କଥା ତାକୁ ତ୍ୟାଗ କରନ୍ତି । ଏହିପରି—
ପ୍ରଜାପତି ପରମାତ୍ମା ସତ୍ୟ ଓ ଅସତ୍ୟକୁ ବିଚାର କରି ସତ୍ୟ ଓ ଅସତ୍ୟକୁ ଅଲଗା-ଅଲଗା କରିଛନ୍ତି । ସିଏ ମିଥ୍ୟାରେ ଅଶ୍ରଦ୍ଧା ଓ ସତ୍ୟରେ ଶ୍ରଦ୍ଧାକୁ ସ୍ଥାପିତ କରିଛନ୍ତି । ନିଷ୍କର୍ଷ ଏହା ହେଲା ଯେ ମନୁଷ୍ୟ ସତ୍ୟରେ ଶ୍ରଦ୍ଧା ରଖୁବା ଉଚିତ ଏବଂ ଅସତ୍ୟ ପ୍ରତି ଅଶ୍ରଦ୍ଧା ରଖୁବା ଉଚିତ ।
ଅନେକ କାରଣରୁ ଆମେ ମିଛ କହିଥାଉ । ଅନେକ ସମୟରେ ବ୍ୟକ୍ତି ବିନା ବୁଝି-ବିଚାରି କୌଣସି କଥା କହିଦିଏ । ଏମିତି କାହିଁକି କହିଲ ବୋଲି ପଚାରିଲେ ଅପମାନ, ଦଣ୍ଡରୁ ରକ୍ଷା ପାଇବା ପାଇଁ ମିଛ କହିଦିଏ କି ମୁଁ ଏପରି କହିନାହିଁ । କୌଣସି ବ୍ୟକ୍ତି କାହାକୁ ଧାର ମାଗିବାକୁ ଆସେ ତ ଧାର ଦେବାକୁ ଚାହୁଁ ନ ଥୁଲେ ଋଣଦାତା ବ୍ୟକ୍ତି
ଧାର ନ ଦେବା ପାଇଁ ମିଛ କହିଦିଏ କି ମୋ ପାଖରେ ପଇସା ନାହିଁ । ଅନେକ ଥର କୌଣସି ବ୍ୟକ୍ତି ନିନ୍ଦିତ କର୍ମ କରିଦିଏ ଏବଂ ଅପମାନରୁ ରକ୍ଷା ପାଇବା ପାଇଁ ମିଛ କହିଦିଏ ଯେ ମୁଁ ଏପରି କରିନାହିଁ । ଅନେକ ସମୟରେ ଦଣ୍ଡରୁ ରକ୍ଷା ପାଇବା ପାଇଁ ମଧ୍ୟ ବ୍ୟକ୍ତି ମିଛ କହିଦିଏ ଯେ ମୁଁ ଏପରି କରିନାହିଁ । ଅନେକ ଥର ନିଜ କାମ ହାସଲ କରିବା କରିବା ପାଇଁ ବ୍ୟକ୍ତି ସମୟ ଓ ପରିସ୍ଥିତି ଅନୁକୂଳ ମିଛ କହିଦିଏ। ଋଣ ନେଇ ପରିଶୋଧ କରିପାରୁନଥିବା ବ୍ୟକ୍ତି ପ୍ରାୟ ମିଛ ବାହାନା କରୁଥାଏ । ଅନେକ ଥର ବ୍ୟକ୍ତି ଅନ୍ୟର କ୍ରୋଧରୁ ରକ୍ଷା ପାଇବା ପାଇଁ ମିଛ କହିଦିଏ । ଅନେକ ସମୟରେ କୌଣସି କଥା ପଚାରିଲେ ନ କହିବାର ଇଚ୍ଛା ଥିଲେ ବ୍ୟକ୍ତି ମିଛ କହିଦିଏ ଯେ ମୋତେ ଜଣାନାହିଁ । ଅନେକ ସମୟରେ ସତ୍ୟକୁ ଜିତାଇବା ପାଇଁ ମଧ୍ୟ ମିଛ କୁହାଯାଇଥାଏ । ଅନେକ ବ୍ୟକ୍ତିଙ୍କର ମିଛ କହିବାର ଏପରି ଅଭ୍ୟାସ ହୋଇଯାଇଥାଏ ଯେ ମିଛ ନ କହିଲେ ସେମାନଙ୍କର ଖାଦ୍ୟ ହଜମ ହୁଏ ନାହିଁ । ଯଦି କାହାରି କାମ କରିବାର ଇଚ୍ଛା ନଥାଏ ତ ବ୍ୟକ୍ତି ଅନେକ ମିଛ ବାହାନା କରିଥାଏ ।
ଯଦି ବ୍ୟକ୍ତି ଆମ୍ବୋନ୍ନତି କରିବାକୁ ଚାହେଁ ତେବେ ତାକୁ ମିଛ କହିବାରୁ ଦୂରେଇ ରହିବାକୁ ପଡ଼ିବ । ସତ୍ୟ-ପାଳନ ଏକ କଠୋର ବ୍ରତ । ସତ୍ୟ ଉପରେ ଚାଲିବା କୌଣସି ପିଲାଖେଳ ନୁହେଁ । ସର୍ବଦା ସତ୍ୟନିଷ୍ଠ ବ୍ୟକ୍ତି ତ ସଂସାରରେ ବିରଳ ହୋଇଥାନ୍ତି । କିନ୍ତୁ ଯେତେଦୂର ସମ୍ଭବ ବ୍ୟକ୍ତି ସତ୍ୟର ପାଳନ କରିବା ଉଚିତ । ଉପର୍ୟ୍ଯୁକ୍ତ ସକଳ ପରିସ୍ଥିତିରୁ ବଞ୍ଚିବା ବହୁତ କଷ୍ଟକର । ହଁ, ଯଦି କୌଣସି ଆତ୍ମଶକ୍ତିବାନ୍ ବ୍ୟକ୍ତି ବଞ୍ଚିବାକୁ ଚାହେଁ ତେବେ ସତର୍କ– ସାବଧାନ ହୋଇ କଥା କହିଲେ ଏସବୁ ପରିସ୍ଥିତିରେ ମିଥ୍ୟାଭାଷଣରୁ ରକ୍ଷା ପାଇଯାଇପାରେ । ଆମେ ଦୈନନ୍ଦିନ ଜୀବନରେ ସମ୍ମୁ ଖୀନ ହେଉଥିବା ସମସ୍ୟାରେ ଅସତ୍ୟଭାଷଣରୁ ରକ୍ଷାପାଇବାର କିଛି ଉପାୟ ଏଠାରେ ଲେଖାଯାଉଛି —
ଯଦି ବ୍ୟକ୍ତି ଭାବିଚିନ୍ତି, ବୁଝିବିଚାରି କଥା କହେ ତେବେ ତାକୁ ଅପମାନରୁ ରକ୍ଷା ପାଇବା ପାଇଁ ମିଛ କହିବାକୁ ପଡ଼ିବ ନାହିଁ । ଏଣୁ ସର୍ବଦା ଭାବିଚିନ୍ତି, ବୁଝିବିଚାରି କଥା କହିବାର ସ୍ୱଭାବ ତିଆରି କରିବା ଆବଶ୍ୟକ । ଆଉ ଯଦି କେବେ ଅସାବଧାନତାବଶତଃ କୌଣସି ଭୁଲ କଥା କହିଦେଲ ତେବେ ଯଦି ସତ୍ୟନିଷ୍ଠା ଅଛି ତେବେ ଅପମାନକୁ ଖାତିର ନ କରି ନିଜ କୁହାଯାଇଥିବା କଥାକୁ ସ୍ଵୀକାର କରିବା ଉଚିତ । ଯଦି କେହି ଧାର ମାଗିବାକୁ ଆସେ ଏବଂ ଯଦି ଧାର ଦେବାର ଇଚ୍ଛା ନାହିଁ ତେବେ କିଏ କ’ଣ ଭାବିବ ତାହା ଚିନ୍ତା ନ କରି ମୁଁ ଦେଇପାରିବି ନାହିଁ ବୋଲି ଋଣଦାତା କହିଦେବା ଉଚିତ । ନିନ୍ଦିତ କର୍ମ କରିଥିବା ବ୍ୟକ୍ତି ଦଣ୍ଡକୁ ଖାତିର ନ କରି ସତ୍ୟନିଷ୍ଠାର ପରିଚୟ ଦେଇ କ୍ଷମାଯାଚନା ପୂର୍ବକ ନିଜ କୃତ କର୍ମକୁ ସ୍ଵୀକାର କରିପାରିବେ ଏବଂ ସେପରି କର୍ମର ପୁନରାବୃତ୍ତି ନ ହେବାର ନିର୍ଭର ପ୍ରତିଶ୍ରୁତି ଦେଇ ସେଥ୍ ପାଇଁ
ପୂର୍ଣପ୍ରାଣରେ ପ୍ରଯନ୍ କରିବେ । ଯେଉଁ କଥା ଜଣା ଅଛି, କିନ୍ତୁ ପ୍ରକାଶ କଲେ କଳହ, ଝଗଡ଼ା ହେବାର, ବଢ଼ିବାର ସମ୍ଭାବନା ଅଛି ଅଥବା ଗୋପନୀୟତା କିମ୍ବା ଅନ୍ୟ କାରଣରୁ କହିବାକୁ ଚାହୁଁନାହାନ୍ତି ତେବେ ସ୍ପଷ୍ଟ ଶବ୍ଦରେ କହିଦିଅନ୍ତୁ ଯେ ଏ କଥା ମୋତେ ପଚାରନ୍ତୁ ନାହିଁ, ମୁଁ କହିପାରିବି ନାହିଁ । ଯଦି ସତ୍ୟ ପ୍ରତି ଦୃଢ଼ ନିଷ୍ଠା ଅଛି ତେବେ ମିଛ କହି ବ୍ୟକ୍ତି ନିଜ ସ୍ୱାର୍ଥ ସିଦ୍ଧି କରିବ ନାହିଁ ।
ଋଣୀ ବ୍ୟକ୍ତି ମିଛ ପ୍ରତିଶ୍ରୁତି ନ ଦେଇ ଏହା କହିବା ଉଚିତ ଯେ ଯେତେବେଳେ ମୋ ପାଖରେ ପଇସା ହୋଇଯିବ ନିଶ୍ଚିତ ଫେରାଇଦେବି ଏବଂ ସେହି ବିଶ୍ଵାସ ଜାଗ୍ରତ ହେବା ଭଳି ଉଚିତ କର୍ମ ମଧ୍ୟ କରିବା ଆବଶ୍ୟକ । କୌଣସି ଆବଶ୍ୟକତାଗ୍ରସ୍ତ ବ୍ୟକ୍ତି ଆଗରେ ମିଛ ବାହାନା କରିବା ଅପେକ୍ଷା ଏହା କୁହାଯାଇପାରିବ ଯେ ମୁଁ ଏହି କାମ କରିପାରିବି ନାହିଁ, ଆପଣ ଅନ୍ୟ ବ୍ୟବସ୍ଥା ଦେଖନ୍ତୁ ।