Bakshi Jagabandhu ( ବକ୍ସି ଜଗବନ୍ଧୁ: ଓଡ଼ିଶାର ପାଇକ ବିଦ୍ରୋହର ଅଗ୍ରଣୀ ବିର)
Bakshi Jagabandhu ( ବକ୍ସି ଜଗବନ୍ଧୁ: ଓଡ଼ିଶାର ପାଇକ ବିଦ୍ରୋହର ଅଗ୍ରଣୀ ବିର)
ODIAODISHA HERO
11/16/20251 min read
ଇଂରେଜ ସରକାର ୧୮୦୪ ମସିହାରେ ରାଜା ମୁକୁନ୍ଦ ଦେବଙ୍କୁ ବନ୍ଦୀ କଲେ । ୧୮୦୫ ମସିହାରେ ଜୟୀ ରାଜଗୁରୁଙ୍କୁ ହତ୍ୟା କଲେ । ଖୋର୍ଦ୍ଧା ଦଖଲ କରି ଓଡିଶାରେ ନିଜର ଆଧିପତ୍ୟ ବିସ୍ତାର କଲେ । ଓଡିଶାର ଲୋକ ମାନଙ୍କ ଠାରୁ ନାନା ପ୍ରକାର କର ଆଦାୟ କ କରିବାକୁ ଲା ଲାଗିଲେ । ରାଜାଙ୍କ ଅମଳରେ ରାଜ କର୍ମଚାରୀମାନେ ରାଜାଙ୍କ ଜାଙ୍କ ଠାରୁ ଯୋଉ ଜାଗିରି ଜମି ପାଇଥିଲେ ରେଜମାନେ ତାକୁ ଛଡେଇ ନେଲେ । ପୁଣି କଉଡି ବଦଳରେ ଖଜଣା ଟଙ୍କା ଆକାରରେ ଆଦାୟ କଲେ । ଯିଏ ଖଜଣା ଦେଇ ନ ପାରିଲା ତାକୁ ଲଙ୍ଗଳା କରି ଚାବୁକରେ ପିଟିଲେ ।
ପୁରୀ ଆଉ ଖୋର୍ଦ୍ଧାର ଲୋକମାନେ ସମୁଦ୍ରରୁ ଲୁଣ ମାରି ଳୁଥିଲେ । କେହି ଆଉ ଲୁଣ ମାରି ପାରିବେନି ବୋଲି ଇଂରେଜ ରଜ ସରକାର ଆଇନ ଲାଗୁକଲେ । ଫଳରେ ଲୋକେ ଖାଇବାକୁ କୁ ନ ପାଇ ପେଟ ବିକଳରେ ଛଟପଟ ପଟ ହେଲେ ଲେ । ତା ସାଙ୍ଗକୁ ଇଂରେଜ ପିଆଦାମାନେ ସେମାନଙ୍କ ପାଖକୁ ଖଜଣା ଆଦାୟ କରିବାକୁ ଆସିଲେ । ପାଖରେ ପଇସା ନଥୁବାରୁ କେହି ଖଜଣା ଦେ ପାରିଲେନି । ଇଂରେଜମାନେ ଲୋକମାନଙ୍କୁ ଲଙ୍ଗଳା କରି ପିଟିଲେ । ଚାବୁକ ମାଡରେ ପିଠି ପିଚା ଫାଟି ଧାର ଧାର ରକ୍ତ ଝରିଲା । ଦିନକୁ ଦିନ ସେମାନଙ୍କ ଅତ୍ୟାଚାର ଭୟଙ୍କର ରୂପ ଧାରଣ କଲା ।
ଅତ୍ୟାଚାର ଆଉ ସହି ନ ହେଲାରୁ ଲୋକେ ଏକଜୁଟ ହୋଇ ଇଂରେଜ ସରକାର ବିରୁଦ୍ଧରେ ଲଢେଇ କରିବାକୁ ଅଣ୍ଟା ଭିଡିଲେ । ଦିନେ ବକ୍ସି ଜଗବନ୍ଧୁ ବିଦ୍ୟାଧର ଭ୍ରମରବର ରାୟ ମହାପାତ୍ର ଖୋର୍ଦ୍ଧାର ପାଇକ ବୀରମାନଙ୍କୁ ମେଳି କରି କହିଲେ: ଚାଲ ଆମେ ଅହିଂସା ଉପାୟରେ ଆମ ଦାବି ଇଂରେଜ ସରକାରକୁ ଜଣାଇବା । ଯଦି ଇଂରେଜ ସରକାର ଆମ ଦାବି ନ ମାନନ୍ତି ତେବେ ଆମେ ସେମାନଙ୍କ ସହ ଯୁଦ୍ଧ କରିବା । ବକ୍ସି ଜଗବନ୍ଧୁଙ୍କ କଥାରେ ସମସ୍ତେ ରାଜି ହେଇଗଲେ। ଖୋର୍ଦ୍ଧାରେ ତାଙ୍କରି ନେତୃତ୍ୱରେ ୧୮୧୭ ମସିହାରେ ପାଇକ ବିଦ୍ରୋହ ଆରମ୍ଭ ହେଲା । ଲୋକେ ତାଙ୍କୁ ବକ୍ସି ଜଗବନ୍ଧୁ ବୋଲି ଡାକିଲେ ।
ଏଥର ସମସ୍ତେ ମେଳିହୋଇ ସରକାରଙ୍କ ପାଖରେ ସେମାନଙ୍କ ଦୁଃଖ ଜଣାଇଲେ । ସରକାର ଲୋକମାନଙ୍କ ଦୁଃଖ ନ ବୁଝି ପୂର୍ବପରି ସେମାନଙ୍କ ଉପରେ ଅତ୍ୟାଚାର ଚଳେଇଲେ । ଅତ୍ୟାଚାର ସହି ନ ପାରି ଶହଶହ ପରିବାର ଗାଆଁଗଣ୍ଡା ଘରଦ୍ଵାର ଛାଡି ବଣ ଜଙ୍ଗଲକୁ ପଳେଇ ଗଲେ । ବଣ ଜଙ୍ଗଲର ଫଳମୂଳ ଖାଇ ରହିଲେ । ଖୋର୍ଦ୍ଧା ମଶାଣି ପଦା ପାଲଟିଗଲା । ସରକାରଙ୍କ ଖଜଣାଖାନାକୁ ପଇସାଟିଏ ଟିଏ ଗଲାନାହିଁ .| ଏଥୁରେ ଆହୁରି ରାଗିଯାଇ ସରକାରୀ ସିପାହୀମାନେ ଜଙ୍ଗଲରେ ର ପଶି ଲୋକମାନଙ୍କୁ ଖୋଜି ଖୋଜି ପଶୁ ପକ୍ଷୀଙ୍କୁ ମାରିଲା ପରି ଗୁଳି ) ଗୁଳି କରି ମାଇଲେ । ସିପାହୀ । । ମାନଙ୍କ ସହ ଲୋକ ମାନଙ୍କର ଖଣ୍ଡଯୁଦ୍ଧ ଚାଲିଲା I କେତେ ସିପାହୀ ବି ମଲେ ।
ଇଂରେଜ ସରକାର ଭାବିଥୁଲେ, ଲୋକମାନେ ବଣ ଜଙ୍ଗଲ ଛାଡି ଘରକୁ ଫେରି ଆସିବେ । ଆତ୍ମ ସମର୍ପଣ କରିବେ । ଖଜଣା ଆଦାୟ କରିବାରେ ଆଉ କିଛି ହେଲାନାହିଁ । କିଛି ଅସୁବିଧା ହେବନାହିଁ । ତାହା । ତାହା କିନ୍ତୁ ନା ଫସର ଇଂରେଜ ସରକାରଙ୍କ ସବୁ ଯୋଜନା ଫାଟିଗଲା । ଲୋକମାନେ ଉଗ୍ରରୂପ ଧାରଣ କରି ଇଂରେଜ ସରକାର ବିରୁ ବିରୁଦ୍ଧରେ ସମ୍ମୁଖ ସମର ପାଇଁ ପ୍ରସ୍ତୁତ ହୋଇଗଲେ । ସରକାର ରଙ୍କ ଆୟ ତ ପୂରା ବନ୍ଦ ହୋଇ ଯାଇଥିଲା । ଆହୁରି ମଧ୍ୟ ଅନେକ ସିପାହୀ ହଣା ଖାଇ ମରି ସାରିଥିଲେ । ଆଗକୁ ସରକାରଙ୍କ ଅବସ୍ଥା କ’ଣ ହେବ କିଛି କହି ହେବନି ! ଘଟଣାର ଗୁରୁତ୍ଵ ଅନୁଭବ କରି ଇଂରେଜ ସରକାର ପାଇକ ମାନଙ୍କ ସହ ଆଲୋଚନା କଲେ । ଏହାର ସମାଧାନ ନିମେନ୍ତ ଲୋକ ମାନଙ୍କର କେତେକ ଦାବିକୁ ମାନିନେଲେ । ଫଳରେ ଲୋକମାନେ ବଣ ଜଙ୍ଗଲରୁ ନିଜ ନିଜ ଘରକୁ ଫେରି ଆସିଲେ । କିନ୍ତୁ ବକ୍ସି ଜଗବନ୍ଧୁ ଓ ତାଙ୍କର କେତେଜଣ ସାଥୀ ସେମିତି ବଣ ଜଙ୍ଗଲରେ ଆତ୍ମ ଗୋପନ କରି ରହିଲେ । ଆଦୌ ଗାଆଁକୁ ଫେରିଲେ ନାହିଁ ।
ଏଥର ଇଂରେଜ ସରକାର ଘୋଷଣା କଲେ: ଯିଏ ବକ୍ସି ଜଗବନ୍ଧୁଙ୍କୁ ଧରାଇ ଦେବ ତାକୁ ପାଞ୍ଚ ହଜାର ଟଙ୍କା ପୁରସ୍କାର ଦିଆଯିବ । ପୁରସ୍କାର ଲୋଭରେ ସିପାହୀ ଓ ପୁଲିସ ଦିନରାତି ବକ୍ସି ଓ ତାଙ୍କ ସାଥୀ ମାନଙ୍କୁ ବଣ ଜଙ୍ଗଲରେ ଧୁନ୍ଦାଳିଲେ । ହେଲେ ସେମାନଙ୍କ ଟେର୍ କେହି ବି ପାଇଲେ ନାହିଁ । ଏଥକୁ କିଛି ଉପାୟ ନ ପାଇ ଇଂରେଜ ସରକାର ବକ୍ସିଙ୍କ ପରିବାରର ଲୋକଙ୍କୁ ଧରିଆଣି ଜେଲ୍ରେ ବନ୍ଦୀକରି ରଖୁଲେ । ସେମାନଙ୍କୁ ନିସ୍ତୁକ ବାଡେଇ ବାଡେଇ ନାନା ନିର୍ଯାତନା ଦେଲେ । ତଥାପି ବକ୍ସି ଆତ୍ମ ସମର୍ପଣ କଲେନାହିଁ । ସେ ଧରି ଏହାର ପ୍ରତିଶୋଧ ନେବାକୁ ଯୋଜନା କଲେ ସୁଯୋଗକୁ ଅପେକ୍ଷା କଲେ |
ଫଳରେ ଇଂରେଜ ସର ରକାର ଆହୁରି ଡରିଗଲେ। ପ୍ରବଳ ଡରରେ ତାଙ୍କ ପରିବାର ଲୋକଙ୍କୁ ଛାଡିଦେଲେ । ତାଙ୍କ ଉପରେ ଯେଉଁ ସବୁ ଦଣ୍ଡ ଲଦି ଦିଆ ଯାଇଥୁଲା ତାହାକୁ ଉଠାଇ ନେଲେ । ଏବଂ ଘୋଷଣା କଲେ: ବକ୍ସି ଯଦି ଆତ୍ମ ସମର୍ପଣ କରନ୍ତି, ତେବେ ତାଙ୍କୁ କୌଣସି ଦଣ୍ଡ ଦିଆଯିବ ନାହିଁ । ବରଂ ତାଙ୍କ ଚଳିବା ପାଇଁ ସରକାର ତାଙ୍କୁ ମାସକୁ ମାସ ଭତ୍ତା ଦେବେ । କିନ୍ତୁ ସେ ସରକାରଙ୍କ ନଜର ବନ୍ଦୀରେ ରହିବେ । ସରକାର ବକ୍ସିଙ୍କ ପୁଅ ଗୋପୀନାଥଙ୍କୁ ଦୂତ ଭା ଭାବେ ବକ୍ସିଙ୍କ ପାଖକୁ ପଠେଇଲେ । ଏ ବିଷୟରେ ଏକ ଚିଠି ମଧ୍ଯ ଗୋପୀନାଥ ହାତରେ ତାଙ୍କ ପାଖକୁ ପଠାଗଲା । ବକ୍ସି ଚିଠି ପଢି ଇଂରେଜ ସରକାରଙ୍କୁ ଜଣେଇ ଦେଲେ: ଆଗ ମୁକୁନ୍ଦ ଦେବଙ୍କୁ ତାଙ୍କ ରାଜ୍ୟ ଫେରେଇ ଦିଅ । ତାପରେ ଯାଇ ମୁଁ ଆତ୍ମ ସମର୍ପଣ କରିବି ।
ବକ୍ସିଙ୍କ ସର୍ତ୍ତ ରେ ଇଂରେଜ ସରକାର ରାଜି ହେଲେ ବରଂ ଖୋଦ୍ଧାର ଜନସାଧାରଣଙ୍କ ଉପରେ ପୁଣି ଅକଥନୀୟ ଅତ୍ୟାଚାର ଆରମ୍ଭ କରିଦେଲେ । ଏବଂ ଆତ୍ମ ସମର୍ପଣ ସମର୍ପଣ କରିବା ନିମନ୍ତେ ତାଙ୍କ ପାଖକୁ ପୁଣିଥରେ ଦୂତ ପଠେଇଲେ । ଏଥର ତାଙ୍କ ପାଖକୁ ଦୂତ ହୋଇ ଯାଇଥିଲେ ବ୍ରଜ ଲେ ବ୍ରଜବନ୍ଧୁ ପାଇକରାୟ ।
ଖୋର୍ଦ୍ଧାବାସୀଙ୍କ ଦୁଃଖ । କଥା ଶୁଣି ବକ୍ସି ଜଗବନ୍ଧୁ କାନ୍ଦି ପକେଇଲେ । ସେ ଯଦି ଆତ୍ମ ସମର୍ପଣ କରନ୍ତି ତେବେ ଖୋର୍ଦ୍ଧା ବାସୀଙ୍କ ଉପରେ ଇଂରେଜ ସରକାର ଆଉ ଅତ୍ୟାଚାର କରିବେ ନ ବୋଲି ତାଙ୍କୁ ପ୍ରତିଶୃତି ଦିଆଗଲା ନାହିଁ। ତାପରେ ନିଜର ସକଳ ଅନିଚ୍ଛା ସତ୍ତ୍ୱେ ୧୮୨୫ ମସିହା ମେ ୨୫ ତାରିଖରେ ବକ୍ସି ଜଗବନ୍ଧୁ ଆତ୍ମ ସମର୍ପଣ କଲେ । ଇଂରେଜ ସରକାର ବକ୍ସିଙ୍କ ଚଳିବା ପାଇଁ ମାସକୁ ୧୫୦ ଟଙ୍କା ଲେଖାଏଁ ଭତ୍ତା ଦେଲେ । ସେ ସରକାରଙ୍କ ନଜର ବନ୍ଦୀରେ ରହିଲେ । ଦେଶର ସ୍ୱାଧୀନତା କଥା ଚିନ୍ତା କରି କରି ୧୮୨୯ ମସିହା ମେ ମାସ ୨୪ ତାରିଖରେ ସେ ଇହଧାମ ତ୍ୟାଗ କଲେ ।
କଟକ ସହରର ଯୋଉ ଅଞ୍ଚଳରେ ବକ୍ସି ରହୁଥୁଲେ ତାଙ୍କରି ସ୍ମୃତି ଉଦ୍ଦେଶ୍ୟରେ ସେଇ ଅ ଅଞ୍ଚଳର ନାଆଁ ବକ୍ସି ବଜାର ନାମରେ ନାମିତ ହୋଇଛି । ଓଡିଶା ସ୍ଵାଧୀନତା ସଂଗ୍ରାମର ଏଇ ମହାନ୍ ସହୀଦ ଆଜି ଆମ ଦେଶ ପାଇଁ ଆମ ଜାତି ପାଇଁ ଅମର ହୋଇ ରହିଚନ୍ତି ।
Updates
Stay informed with news and academic resources.
Resources
© 2025. All rights reserved By HelloOdia.in
QUICK LINKS
© 2025. All rights reserved By HelloOdia.in
