All about Odia Language and its details | Hello Odia |

All about Odia Language and its details

ODIAHELLO ODIA

ଭାଷା ହେଉଛି ପରସ୍ପର ସହିତ ଯୋଗାଯୋଗ କରିବାର ପ୍ରଧାନ ମାଧ୍ୟମ ଏବଂ ମଣିଷର ସର୍ବଶ୍ରେଷ୍ଠ ଆବିଷ୍କାର । ଏହାଦ୍ୱାରା ଆମେ ନିଜର ଚିନ୍ତାକୁ ସହଜରେ ଅନ୍ୟ ନିକଟରେ ପ୍ରକାଶ କରିପାରୁ, ଅନ୍ୟର ଉଦ୍ଦେଶ୍ୟ ମଧ୍ୟ ଜାଣିପାରୁ ଏବଂ ପରସ୍ପର ସହିତ ସମ୍ପର୍କ ପ୍ରତିଷ୍ଠା କରିପାରୁଁ । ସଂସାରରେ ବହୁ ପ୍ରକାରର ଭାଷା ରହିଚି । ଭାରତର ବିଭିନ୍ନ ପ୍ରଦେଶରେ ଭିନ୍ନ ଭିନ୍ନ ପ୍ରକାରର ଭାଷା କୁହାଯାଏ । ଏଗୁଡ଼ିକ ମଧ୍ୟରେ ହିନ୍ଦୀ, ବଙ୍ଗଳା, ଓଡ଼ିଆ, ତେଲୁଗୁ, ତାମିଲ, କୋଙ୍କଣୀ, କନ୍ନଡ଼, ଗୁଜୁରାଟୀ, ଆସାମୀ ପ୍ରଭୃତି ପ୍ରଧାନ । ସେହିଭଳି ଇଂରାଜୀ, ରୁଷ, ଚୀନ୍, ଫରାସୀ, ଜର୍ମାନୀ, ଜାପାନୀ ଇତ୍ୟାଦି ହେଉଛି ବିଶ୍ଵର କେତୋଟି ପ୍ରମୁଖ ଭାଷା । ଏକ ସମୟରେ ଅଖଣ୍ଡ ଭାରତର ପ୍ରମୁଖ ଭାଷାଥୁଲା ସଂସ୍କୃତ । ଏହା ପୃଥିବୀର ଗୋଟିଏ ପ୍ରାଚୀନ ଭାଷା ।

ଏଇଠି ଗୋଟିଏ ପ୍ରଶ୍ନ ଉଠେ । ତାହା ହେଉଛି, ଭାଷାସୃଷ୍ଟି ପୂର୍ବରୁ ଲୋକେ ନିଜ ନିଜ ଭିତରେ ଯୋଗାଯୋଗ କରୁଥିଲେ କିପରି ? ଏହାର ଉତ୍ତରଟି ବଡ଼ ସହଜ । ଆଜିକାଲି ମୂକମାନେ ଯେମିତି ନିଜ ନିଜ ଭାବ ପ୍ରକାଶ କରୁଛନ୍ତି, ଠିକ୍ ସେମିତି ଆଦିମ ମଣିଷମାନେ ନିଜ ନିଜଭିତରେ ସାମାନ୍ୟ ଯୋଗାଯୋଗ ରଖୁଥିଲେ । ଆଖୁର ଭାବ, କିଛି ଦୁର୍ବୋଧ୍ୟ ଶବ୍ଦ ଆଉ ହସ୍ତ ପଦର କିଛି ଇଙ୍ଗିତ - ଏହାହିଁଥିଲା ସେତେବେଳେ ଅଭିବ୍ୟକ୍ତିର ମାଧ୍ୟମ । ଅନ୍ୟକଥାରେ କହିବାକୁ ଗଲେ ‘ଠାର’ ସାହାଯ୍ୟରେ ହିଁ ସେମାନେ ଭାବ ପ୍ରକାଶ କରୁଥିଲେ । ସେଥିରେ କ’ଣ ସମ୍ପୂର୍ଣରୂପରେ ମନର ଭାବ ପ୍ରକାଶିତ ହୋଇପାରୁଥୁଲା ? କୌଣସି ମତେ କାମଚଳିଯାଉଥୁଲା ମାତ୍ର । ଭାଷାହେଉଛି, ତା’ ପରର ସୃଷ୍ଟି ।

୧.୨ ଭାଷାର ପ୍ରକାର ଭେଦ :

ଭାଷା ଦୁଇପ୍ରକାରର, ଯଥା : (କ) ମୌଖୁକ (ଖ) ଲିଖୁତ । ଆମେ ଯେତେବେଳେ ମୁହାଁମୁହିଁ ପରସ୍ପର ଭାବ ବିନିମୟ କରୁ କିମ୍ବା ଭାଷଣ ଦ୍ବାରା ନିଜର ମତ ପ୍ରକାଶ କରୁ, ତାହା ହେଉଛି ଭାଷାର ମୌକ ରୂପ । ପୁଣି ଯେତେବେ ଦୂରରେ ଥିବା କୌଣସି ବ୍ୟକ୍ତିଙ୍କୁ ଚିଠିଲେଖୁଁ କିମ୍ବା ବହି ବା ପତ୍ରପତ୍ରିକାର ଲେଖାଦ୍ଵାରା ନିଜର ବିଚାର ଅନ୍ୟମାନଙ୍କ ନିକଟରେ ଉପସ୍ଥାପନ କରୁ, ସେତେବେଳେ ତାହା ହୁଏ ଲିତ ଭାଷା । ରାମାୟଣ, ମହାଭାରତ ଠାରୁ ଆରମ୍ଭକରି ଇଲିଆଡ଼୍, ଓଡ଼େଶି ପ୍ରଭୃତି ପୃଥ‌ିବୀର ସମସ୍ତ ପ୍ରସିଦ୍ଧ ଗ୍ରନ୍ଥ ହେଉଛି ଲିଖୁତ ଭାଷାର ନମୁନା ।

୧.୩ ଓଡ଼ିଆ ଭାଷା :

ଭାରତର ଭାଷାମାନଙ୍କ ମଧ୍ୟରେ ଓଡ଼ିଆ ହେଉଛି ଏକ ପ୍ରାଚୀନ ଭାଷା । ମାଗଧୀ ନାମକ ପୂର୍ବତନ ଭାଷାର ଏକ ବିଭାଗରୁ ଏହାର ସୃଷ୍ଟି । ପୂର୍ବଭାରତରେ ବଙ୍ଗଳା, ଆସାମୀ, ମୈଥୁଳୀ ପ୍ରଭୃତି ଯେଉଁ କେତୋଟି ଭାଷାର ପ୍ରଚଳନ ରହିଛି, ଏସବୁ ମଧ୍ୟ ସେଇଥୁରୁ ସୃଷ୍ଟିହୋଇଛି । ତେଣୁ ଏଇସବୁ ଭାଷାମଧ୍ୟରେ ବହୁତ ସାମଞ୍ଜସ୍ୟ ରହିଛି ।

ଓଡିଆ ଭାଷା କେବେ ସୃଷ୍ଟିହେଲା, ତାହା ଏପର୍ଯ୍ୟନ୍ତ ଠିକ୍ ଭାବରେ ନିର୍ଣ୍ଣୟ କରାଯାଇପାରିନାହିଁ । ତେବେ ଭାଷାତତ୍ତ୍ବବିତ୍‌ମାନଙ୍କ ମତରେ ଖ୍ରୀଷ୍ଟୀୟ ନବମ | ଦଶମ ଶତକ ବେଳକୁ ପୂର୍ବଭାରତର ସମସ୍ତ ଆଞ୍ଚଳିକ ଭାଷାର ସୃଷ୍ଟି ହୋଇଥିଲା । ବୌଦ୍ଧଧର୍ମ ଏତେବେଳକୁ ମହାଯାନ, ହୀନଯାନ ଓ ସହଜଯାନ ଶାଖାମାନଙ୍କରେ ବିଭକ୍ତ ହୋଇସାରିଥିଲା । ସହଜଯାନ ଶାଖାର ଆଚାର୍ଯ୍ୟମାନେ ସେ ସମୟରେ କଷ୍ଟ ଭାଷାରେ ବହୁ ‘ଦୋହା’ ବା ‘ଗୀତ’ ଲେଖୁଥିଲେ । ସେମାନେ ସଂଖ୍ୟାରେ ଥିଲେ ୮୪ ଜଣ । ସେମାନଙ୍କୁ ୮୪ ସିଦ୍ଧ କୁହାଯାଏ । ସେମାନଙ୍କ ଗୀତରେ ଆମଭାଷାର ପ୍ରାଚୀନ ରୂପ ପ୍ରକଟିତ ହୋଇଛି ବୋଲି ଭାଷାତତ୍ତ୍ଵବିତ୍‌ମାନେ କହନ୍ତି । ବଙ୍ଗଳା, ଆସାମୀ ଓ ମୈଥୁଳୀ ଭାଷାର ପଣ୍ଡିତମାନେ ମଧ୍ୟ ଏହାକୁ ସେମାନଙ୍କର ଭାଷାର ପୂର୍ବରୂପ ବୋଲି କହନ୍ତି ।

ମହାକବି ସାରଳାଦାସ ଓଡ଼ିଆରେ ମହାଭାରତ ଲେଖୁନ୍ଧତି, ଖ୍ରୀଷ୍ଟୀୟ ପଞ୍ଚଦଶ ଶତକରେ । ସେତେବେଳକୁ ଓଡ଼ିଆଭାଷା ପୂର୍ଣରୂପରେ ବିକଶିତ ହୋଇସାରିଥିଲା । ସେହି ଅବସ୍ଥାରେ ପହଞ୍ଚୁବାକୁ ଓଡ଼ିଆ ଭାଷାକୁ ୪ | ୫ ଶହ ବର୍ଷ ଲଗିଯାଇଥୁବ ; ତେଣୁ ନବମ/ଦଶମ ଶତକ ବେଳକୁ ଓଡ଼ିଆ ଭାଷାର ସୃଷ୍ଟିହୋଇଥିବ ବୋଲି କୁହାଯାଇପାରେ । ଓଡ଼ିଆ ଭାଷାରେ ପଞ୍ଚଦଶ ଶତକ ବେଳକୁ ସାହିତ୍ୟ ସୃଷ୍ଟି ହୋଇସାରିଥିବାରୁ ପୂର୍ବମାରତୀୟ ଭାଷାମାନଙ୍କ ମଧ୍ୟରେ ଏହାର ପ୍ରାଚୀନତା ପ୍ରମାଣିତ । ପ୍ରାଚୀନ ତଥା ମଧ୍ୟଯୁଗରେଓଡ଼ିଆଭାଷାରେ ଯେଉଁ ବିପୁଳ ପରିମାଣର ସାହିତ୍ୟ ସୃଷ୍ଟି ହୋଇଛି, ତାହା ଅନ୍ୟ କୌଣସି ପୂର୍ବଭାରତୀୟ ଭାଷାରେ ହୋଇନାହିଁ । ଏଥୁରୁ ଏହାହିଁ ସିଦ୍ଧାର କରା‌ଯାଇପାରିବ ଯେ ଓଡ଼ିଆ ହେଉଛି ଏକ ସମୃଦ୍ଧ ଭାଷା ।

୧.୪ ବ୍ୟାକରଣ :

ସଂସ୍କୃତରେ ଗୋଟିଏ କଥାଅଛି - 'ବିନା ବ୍ୟାକରଣଂ ବାଣୀ, ବ୍ୟଞ୍ଜନ" ଲବଣ" ବିନା’ - ଅର୍ଥାତ୍ ତରକାରୀରେ ଲୁଣ ନ ପଡ଼ିଲେ ତାହା ଯେମିତି ସ୍ବାଦହୀନ ହୋଇଯାଏ, ବ୍ୟାକରଣର ନୀତି ନିୟମ ନମାନି ବ୍ୟବହୃତ ଭାଷାମଧ୍ୟ ଠିକ୍ ସେହିଭଳି ଅର୍ଥହୀନ ହୁଏ କିମ୍ବା ଠିକ୍ ଭାବରେ ଅର୍ଥ ବୁଝାଏନାହିଁ । ବ୍ୟାକରଣ ଭାଷାକୁ ଶୁଦ୍ଧକରେ, ନୀତି ନିୟମ ଦ୍ଵାରା । ଏହାକୁ ସ୍ୱେଚ୍ଛାଚାରରୁ ରକ୍ଷା କରେ । ମୋଟ ଉପରେ ତେଣୁ କୁହାଯାଇପାରେ ଯେ, ବ୍ୟାକରଣ ହେଉଛି ସେହି ଶାସ୍ତ୍ର, ଯାହାଦ୍ଵାରା କୌଣସି ଭାଷାର ଶବ୍ଦ ଓ ବାକ୍ୟର ଶୁଦ୍ଧରୂପ ତ‌ଥା ଶବ୍ଦ ପ୍ରୟୋଗ ସମ୍ପର୍କରେ ସମ୍ୟକ୍ ଜ୍ଞାନ ମିଳିଥାଏ ।

ଭାଷା ସହିତ ବ୍ୟାକରଣର ନିଗୂଢ଼ ସମ୍ପର୍କ ରହିଛି । ବ୍ୟାକରଣକୁ ବାଗ୍‌ଦେଇ କେହି ଭାଷା ସମ୍ପର୍କୀୟ ଶୁଦ୍ଧଜ୍ଞାନର ଅଧିକାରୀ ହୋଇ ନ ପାରେ । ବ୍ୟାକରଣ ହିଁ ଶୁଦ୍ଧ ଉଚ୍ଚାରଣ, ଶବ୍ଦ ପ୍ରୟୋଗ କୌଶଳ, ବାକ୍ୟଗଠନ ପ୍ରଣାଳୀ ତଥା ଅର୍ଥ ପ୍ରକାଶର ଚାତୁର୍ଯ୍ୟ ଶିକ୍ଷା ଦେଇଥାଏ । ଅତଏବ ଶୁଦ୍ଧ ଭାଷା ପାଇଁ ବ୍ୟାକରଣ ଜ୍ଞାନର ଆବଶ୍ୟକ‌ତା ଅପରିହାର୍ଯ୍ୟ ।

ବ୍ୟାକରଣର ଚାରୋଟି ବିଭାଗ । ସେଗୁଡ଼ିକ ହେଲା - (୧) ବର୍ଣ୍ଣ ବିଚାର (୨) ଶବ୍ଦ ବିଚାର (୩) ପଦ ବିଚାର ଓ (୪) ବାକ୍ୟ ବିଚାର । ଆମେ ପରବର୍ତ୍ତୀ ଅଧ୍ୟାୟରେ ସେ ସବୁର ଆଲୋଚନା କରିବା ।

୧.୫ ଉପଭାଷା :

ପ୍ରତ୍ୟେକ ଭାଷାର ଏକ ବା ଏକାଧିକ ଆଞ୍ଚଳିକ ରୂପ ଥାଇପାରେ । ଭୌଗୋଳିକ ସ୍ଥିତି, ଜଳବାୟୁ ପ୍ରଭୃତି କାରଣରୁ ମୂଳଭାଷାରେ କେତେକ ପରିବର୍ତ୍ତନ ଦେଖାଦେଇଥାଏ । କିନ୍ତୁ ମୂଳଭାଷା ସହିତ ଏହାର ସମ୍ପର୍କକୁ ଅସ୍ୱୀକାର କରି ହୁଏ ନାହିଁ । ମୂଳ ଭାଷାରୁ ଏହି ପ୍ରକାରେ କିଛି ପୃଥକ ହୋଇଯାଇଥିବା ଆଞ୍ଚଳିକ ଭାଷାକୁ ‘ଉପଭାଷା' କୁହାଯାଏ । ଉପଭାଷା ସାଧାରଣତଃ କଥିତ ଭାଷାରୂପରେ ଥାଏ, ଏବଂ ସାହିତ୍ୟ ସୃଷ୍ଟିହୁଏ ତଥା ଲେଖାପଢ଼ା ଚାଲେ ମୂଳଭାଷାରେ ।

ଭାଷାର ଲିଖୁତ ରୂପ ସୃଷ୍ଟିପାଇଁ ଲିପିର ପ୍ରୟୋଜନ । ଲିପିସୃଷ୍ଟିର ମଧ୍ୟ କେତେକ କାରଣ ଥାଏ । ବିଭିନ୍ନ ଦେଶର ଲିପିର ନାମ ସ୍ଵତନ୍ତ୍ର ଏବଂ ରୂପମଧ୍ୟ ଅଲଗା ହୋଇଥାଏ । ସଂସ୍କୃତ ଏବଂ ହିନ୍ଦୀ ଭାଷାର ଲିପିର ନାମ ହେଉଛି ‘ଦେବନାଗରୀ’, ଇଂରାଜୀ ଭାଷାର ଲିପିର ନାମ ହେଉଛି ‘ରୋମାନ’, ଉର୍ଦୁ ଭାଷାର ଲିପିହେଉଛି ‘ଫାର୍ଶୀ’ ତଥା ପଞ୍ଜାବୀ ଭାଷାର ଲିପିର ନାମ ‘ଗୁରୁମୁଖୀ’ । ଉତ୍ତର ଭାରତର କେତେ ଅଞ୍ଚଳର ଲିପି ଚେପ୍‌ଟା ଏବଂ ସେଗୁଡ଼ିକ ଉପରେ ଗାର ଦିଆଯାଇଥାଏ । ଦକ୍ଷିଣ ଭାରତର ଅଧିକାଂଶ ଲିପି ହେଉଛି ବର୍ତ୍ତୁଳାକାର। ଓଡ଼ିଆ ଲିପିମଧ୍ୟ ବର୍ତ୍ତୁଳାକାର। ପୂର୍ବେ ତାଳପତ୍ରରେ ଲୁହାରଲେଖନୀ ସାହାଯ୍ୟରେ ଓଡ଼ିଆ ଅକ୍ଷର ଲେଖାଯାଉଥୁଲା । ଗାର ପଡ଼ିଲେ ପତ୍ର କଟିଯିବାର ଆଶଙ୍କାଥ୍‌ଲା । ତେଣୁ ଲିପି ବର୍ତ୍ତୁଳାକାର ହୋଇଛି । । ଏହି କାରଣରୁ ତାର ମୁଣ୍ଡଉପରେ ଗାର ନାହିଁ ।

୧.୭ ସାହିତ୍ୟ :

ଯେକୌଣସି ଭାଷାର ସମୃଦ୍ଧି ତାର ସାହିତ୍ୟରୁ ଜଣାଯାଇଥାଏ । ଯେଉଁ ଭାଷାର ସାହିତ୍ୟ ଯେତେ ଉନ୍ନ‌ତ ସେ ଦେଶ ସେତେ ସମୃଦ୍ଧ । ସାହିତ୍ୟ ପୁଣି ହେଉଛି ଗୋଟିଏ ଦେଶର ସାମାଜିକ, ସାଂସ୍କୃତିକ ଏବଂ ଅର୍ଥନୈତିକ ଅବସ୍ଥାର ଇତିହାସ । ଯେ କୌଣସି ଦେଶ, ଜାତି ଓ ଗୋଷ୍ଠୀର ବର୍ତ୍ତମାନ ତଥା ଅତୀତ – ଉଭୟ ସମ୍ପର୍କରେ ଜାଣିବାକୁ ହେଲେ ସାହିତ୍ୟ ସହିତ ସମ୍ପର୍କ ସ୍ଥାପନ କରିବାକୁ ପଡ଼ିବ । ଜୀବନ ସମ୍ପର୍କୀୟ ଅନୁଭବ ଏଥିରେ ରୂପାୟିତ ହୁଏ ବୋଲି ଏହାର ପାଠକ ଏବଂ ଶ୍ରୋତା ଅଲୌକିକ ଓ ଅନିର୍ବଚନୀୟ ଆନନ୍ଦ ଲାଭ କରିଥାନ୍ତି । ଏହାକୁ ଭାଷାର ବିକଶିତ ଏବଂ ଲିଖୁତ ରୂପବୋଲି କୁହାଯାଇପାରେ ।