ଯେତେବେଳେ ତିନି ଜଣ ଯାକ ଶିକ୍ଷକ – ପ୍ରଥମଟି ମାତା, ଦ୍ଵିତୀୟରେ ପିତା ଓ ତୃତୀୟଟି ଆଚାର୍ଯ୍ୟ, ଉତ୍ତମ ହୋଇଥାନ୍ତି, ବସ୍ତୁତଃ ସେତେବେଳେ ବ୍ୟକ୍ତି ଜ୍ଞାନବାନ୍ ହୋଇଥାଏ । ସେ ପରିବାର ଧନ୍ୟ ! ସେହି ସନ୍ତାନ ଅତ୍ୟନ୍ତ ଭାଗ୍ୟବାନ୍ ! ଯାହାରକି ମାତା-ପିତା ଧାର୍ମିକ ଓ ବିଦ୍ୱାନ୍ ଅଟନ୍ତି । ସନ୍ତାନକୁ ମାଆଠାରୁ ଯେତିକି ତିକି ଉପଦେଶ ଓ ଉପକାର ମିଳିଥାଏ, ସେତିକି ଅନ୍ୟ କାହାଠାରୁ ମିଳି ନ ଥାଏ | ମାଆ ସନ୍ତାନକୁ ଯେତେ ସ୍ନେହ କରେ ଏବଂ ତା’ର ଯେଭଳି ହିତ କାମନା କରିଥାଏ, ଅନ୍ୟ କେହି ସେପରି କରିପାରନ୍ତି ନାହିଁ। ଅତଃ ‘ପ୍ରଶସ୍ତା ଧାର୍ମିକୀ ବିଦୁଷୀ ମାତା ବିଦ୍ୟତେ ୟସ୍ୟ ସ ମାତୃମାନ୍ ।’ ସେହି ମାତା ଧନ୍ୟା, ଯିଏ କି ଗର୍ଭାଧାନଠାରୁ ଆରମ୍ଭ କରି ପୂର୍ଣ ବିଦ୍ୟା ପ୍ରାପ୍ତି ପର୍ଯ୍ୟନ୍ତ ସନ୍ତାନକୁ ସୁଶୀଳତା ଅର୍ଥାତ୍ ଉତ୍ତମ ଗୁଣ, କର୍ମ, ଆଚରଣର ଶିକ୍ଷା ଦିଏ ।
ମାତା-ପିତାଙ୍କର ଏହା ଅତ୍ୟାବଶ୍ୟକ କର୍ତ୍ତବ୍ୟ ଯେ ଗର୍ଭାଧାନ ପୂର୍ବରୁ, ମଧ୍ୟରେ ଓ ପରେ ସେମାନେ ମାଦକ ଦ୍ରବ୍ୟ ତଥା ଦୁର୍ଗନ୍ଧ, ରୁକ୍ଷ, ବୁଦ୍ଧିନାଶକ ପଦାର୍ଥ ସେବନ କରିବେ ନାହିଁ। ଯେଉଁ ପଦାର୍ଥ ସେବନ ଦ୍ଵାରା ଶାନ୍ତି, ଆରୋଗ୍ୟ, ବଳ, ବୁଦ୍ଧି, ପରାକ୍ରମ ଓ ସୁଶୀଳତା ପ୍ରାପ୍ତି ପୂର୍ବକ ସଭ୍ୟତା ପ୍ରାପ୍ତ ହୁଏ ସେପରି ପଦାର୍ଥ; ଯଥା—ଘୃତ, ଦୁଗ୍ଧ, ମିଷ୍ଟାନ୍ନ, ଅନ୍ନ-ପାନୀୟ ଆଦି ଉତ୍ତମ ପଦାର୍ଥ ସେବନ କରିବେ ଯଦ୍ୱାରା ରଜ-ବୀର୍ଯ୍ୟ ବି ଦୋଷରହିତ ହୋଇ ଅତ୍ୟୁତ୍ତମ ଗୁଣଯୁକ୍ତ ହେବ। ଋତୁଗମନର ବିଧୂ ହେଲା ଯେ ମହିଳାମାନଙ୍କର ସ୍ଵାଭାବିକ ଋତୁକାଳର ସମୟ ୧୬ ଦିନ । ତନ୍ମଧ୍ୟରୁ ପ୍ରଥମ ୪ ଦିନ ତ୍ୟାଜ୍ୟ । ଅବଶିଷ୍ଟ ୧୨ ଦିନ ଅର୍ଥାତ୍ ରଜୋଦର୍ଶନର ପଞ୍ଚମ ଦିନଠାରୁ ଷୋଡ଼ଶ ଦିବସ ପର୍ଯ୍ୟନ୍ତ ଋତୁଦାନର ସମୟ । ଏହି ୧୨ ଦିନ ମଧ୍ୟରୁ ରଜୋଦର୍ଶନର ଏକାଦଶ ତ୍ରୟୋଦଶ ରାତ୍ରିକୁ ଛାଡ଼ି ଅନ୍ୟ ୧୦ ରାତ୍ରି ଗର୍ଭାଧାନର ପ୍ରକୃଷ୍ଟ ସମୟ। ରଜୋଦର୍ଶନର ୧୬ଶ ରାତ୍ରି ପରଠାରୁ ପୁନଃ ଋତୁଦାନର ସମୟ ଆସିବା ପର୍ଯ୍ୟନ୍ତ ସ୍ତ୍ରୀ-ସଙ୍ଗ ନିଷିଦ୍ଧ। ଯଦି ଗର୍ଭଧାରଣ ହୁଏ, ତେବେ ଗର୍ଭଧାରଣ ଦିନଠାରୁ ଏକ ବର୍ଷ ପର୍ଯ୍ୟନ୍ତ ସହବାସ କରିବେ ନାହିଁ। ପୁନଃ ପତି-ପତ୍ନୀ ଉଭୟଙ୍କ ଶରୀର ନୀରୋଗ ଓ ପାରସ୍ପରିକ ପ୍ରସନ୍ନତା ନ ଥାଇ, ଏବଂ କୌଣସି ପ୍ରକାର ଶୋକଗ୍ରସ୍ତ ଥାଇ ଗର୍ଭାଧାନ କରିବେ ନାହିଁ। ପତି-ପତ୍ନୀ ଉଭୟଙ୍କ ଶରୀର ଯେପରି ନୀରୋଗ ରହିବ, ପାରସ୍ପରିକ ପ୍ରସନ୍ନତା ରହିବ ଏବଂ କୌଣସି ପ୍ରକାର ଶୋକ ଉତ୍ପନ୍ନ ନ ହେବ ସେଥ୍ପ୍ରତି ଯନୂବାନ୍ ହେବେ। ଚରକ, ସୁଶ୍ରୁତ ଆଦି ଆୟୁର୍ବେଦ ଶାସ୍ତ୍ରରେ ଆହାର-ବିହାର ଆଦି ସ୍ଵାସ୍ଥ୍ୟରକ୍ଷା ବିଷୟକ ଯେଉଁ ବିଧୂ-ବିଧାନ ଅଛି ଏବଂ ମନୁସ୍ମୃତିରେ ପତି-ପତ୍ନୀଙ୍କ ପାରସ୍ପରିକ ପ୍ରସନ୍ନତା ନିମନ୍ତେ ଯେଉଁ ନୀତି-ନିୟମ ଉଲ୍ଲେଖ ରହିଛି ସେସବୁ ପାଳନ କରିବେ, ତଦନୁସାରେ ଚଳିବେ। ଗର୍ଭାଧାନ ପରଠାରୁ ସନ୍ତାନ ଜନ୍ମ ହେବା ପର୍ଯ୍ୟନ୍ତ ଗର୍ଭବତୀ ସ୍ତ୍ରୀ ନିଜର ଭୋଜନ-ନ-ଆଚ୍ଛାଦନ ବିଷୟରେ ବହୁତ ସାବା ସାବଧାନ ରହିବା ଆବଶ୍ୟକ। ଗର୍ଭାଧାନଠାରୁ ଏକ ବର୍ଷ ପର୍ଯ୍ୟନ୍ତ ସ୍ତ୍ରୀ ସ୍ଵାମୀଙ୍କ ସହ ଶାରୀରିକ ସମ୍ବନ୍ଧ ମ୍ବନ୍ଧ ସ୍ଥାପନ କରିବେ ନାହିଁ। ବୁଦ୍ଧି, ବଳ, ରୂପ, ଆରୋଗ୍ୟ, ପରାକ୍ରମ, ଶାନ୍ତି ଆଦି ଗୁଣକାରକ ଦ୍ରବ୍ୟ ଦ୍ରବ୍ୟ ହିଁ ସେବନ କରିବେ।
ସନ୍ତାନ ଜନ୍ମ ହେବା ପରେ ତା’ର ନାଡ଼ୀଛେଦନ କରି, ଉତ୍ତମ ସୁଗନ୍ଧିତ ଜଳ ଜଳରେ ଶିଶୁକୁ ସ୍ନାନ ନ କରାଇ ସୁଗନ୍ଧଯୁକ୍ତ ଘୃତାଦି ପଦାର୍ଥରେ ହୋମ କରିବେ। ମାଆର ବି ସ୍ନାନ, ଭୋଜନ ଜନ ଆଦିର ଯଥାଯୋଗ୍ୟ ବ୍ୟବସ୍ଥା କରିବେ, ଯେପରିକି ଶିଶୁ ଓ ମାଆ ଉଭୟଙ୍କ ଶରୀର କ୍ରମଶଃ ସୁସ୍ଥ ଓ ପୁଷ୍ଟ ହୋଇଚାଲିବ। ଶିଶୁର ମାଆ ବା ଧାଈ ଏପରି ପଦାର୍ଥ ଖାଇବା ଉଚିତ ଯଦ୍ୱାରା ତାଙ୍କ କ୍ଷୀର ବି ଉତ୍ତମ ଗୁଣଯୁକ୍ତ ହେବ। ଛଅ ଦିନ ପର୍ଯ୍ୟନ୍ତ ଶିଶୁକୁ ପ୍ରସୂତିର କ୍ଷୀର ପିଆଇବେ। ତା’ ପରେ ଯଦି ମାଆର ସ୍ତନ୍ୟପାନରେ ଅସୁବିଧା ହୁଏ ତେବେ ଧାଈ ସ୍ତନ୍ୟପାନ କରାଇବେ। ସେପରି ସ୍ଥଳରେ ଶିଶୁର ପିତା-ମାତା ଧାଈ ପାଇଁ ଉତ୍ତମ ଖାଦ୍ୟ-ପେୟର ବ୍ୟବସ୍ଥା କରିବେ । ଆଉ ଯେଉଁମାନେ ନିର୍ଦ୍ଧନ, ଧାଈ ରଖିବାରେ ଅସମର୍ଥ, ସେମାନେ ବୁଦ୍ଧି, ପରାକ୍ରମ, ଆରୋଗ୍ୟଦାୟକ ଉତ୍ତମ ଓଷଧୂକୁ ଶୁଦ୍ଧ ଜଳରେ ଭିଜାଇ, ଫୁଟାଇ, ଛାଣି ସେହି ଜଳକୁ ଗାଈ ବା ଛେଳି କ୍ଷୀରରେ ସମପରିମାଣରେ ମିଶାଇ ଶିଶୁକୁ ପିଆଇବେ। ସନ୍ତାନ ଜନ୍ମ ହେବା ପରେ ଶିଶୁ ଓ ମାଆକୁ ଶୁଦ୍ଧ ବାୟୁ ଚଳାଚଳ କରୁଥିବା ସ୍ଥାନରେ ରଖିବେ। ସେଠାରେ ସୁଗନ୍ଧିତ ଓ ଦର୍ଶନୀୟ ପଦାର୍ଥ ବି ରଖିବେ। ଶିଶୁକୁ ଶୁଦ୍ଧ ବାୟୁ ଚଳାଚଳ କରୁଥିବା ସ୍ଥାନରେ ଭ୍ରମଣ କରାଇବା ଉଚିତ। ଯେଉଁଠାରେ ଧାଈ, ଗାଈ କି ଛେଳି କ୍ଷୀର ନ ମିଳିବ, ସେଠାରେ ଯେପରି ଉଚିତ ମନେକରିବେ ସେପରି ବ୍ୟବସ୍ଥା କରିବେ। ପ୍ରସୂତା ସ୍ତ୍ରୀର ଶରୀରାଂଶରୁ ସନ୍ତାନର ଶରୀର ତିଆରି ହୋଇଥାଏ। ତେଣୁ ପ୍ରସବ ପରେ ସ୍ତ୍ରୀ ଦୁର୍ବଳ ହୋଇଯାଏ । କେତେକ କ୍ଷେତ୍ରରେ ପ୍ରସୂତା ଅତ୍ୟନ୍ତ ଦୁର୍ବଳ ବି ହୋଇଯାଏ । ସେ କ୍ଷେତ୍ରରେ ତା’ କ୍ଷୀରରେ ଶକ୍ତି ବି କମ୍ ହୋଇଯାଏ । କେତେକ କ୍ଷେତ୍ରରେ ଦୁଗ୍ଧାଭାବ ଓ ରୁଗ୍ଣତା ବି ଥାଏ। ଏଣୁ ଏପରି ସ୍ଥଳେ ପ୍ରସୂତା ସ୍ତ୍ରୀ ଶିଶୁକୁ ସ୍ତନ୍ୟପାନ ନ କରାଇବା ଉଚିତ। ଦୁଗ୍ଧସ୍ରାବ ବନ୍ଦ କରିବାକୁ ଚାହିଁଲେ ସ୍ତନର ଛିଦ୍ର ଉପରେ ସେଭଳି ଔଷଧ ଲେପନ କରିବେ, ଯାହାଦ୍ୱାରା ଦୁଗ୍ଧ ସ୍ରବିତ ହେବ ନାହିଁ। ଏପରି କରିବା ଦ୍ବାରା ପ୍ରସବର ଦ୍ବିତୀୟ ମାସ ଆଡ଼କୁ ପ୍ରସୂତା ସ୍ତ୍ରୀ ଶନିଃ-ଶନିଃ ସ୍ଵାସ୍ଥ୍ୟବତୀ ହେବାକୁ ଲାଗେ। ସେତେବେଳ ପର୍ଯ୍ୟନ୍ତ ପୁରୁଷ ଇନ୍ଦ୍ରିୟ-ସଂଯମ ପୂର୍ବକ ବୀର୍ଯ୍ୟସ୍ତମ୍ଭନ କରିବେ। ସ୍ତ୍ରୀ ଯୋନିସଂକୋଚନ ଓ ଶୋଧନ କରିବେ। ସ୍ତ୍ରୀର ଶାରୀରିକ ଉନ୍ନତି ପରେ ଦ୍ଵିତୀୟ ସନ୍ତାନ ପାଇଁ ଉପକ୍ରମ କରାଯାଇପାରେ। ଯେଉଁ ପତି-ପତ୍ନୀ ଏପରି ସଂଯମପୂର୍ଣ୍ଣ ଆଚରଣ କରିବେ ସେମାନଙ୍କର ଆୟୁ ଦୀର୍ଘ, ବଳ-ପରାକ୍ରମର ବୃଦ୍ଧି ହେବା ସାଙ୍ଗକୁ ସେମାନଙ୍କ ସମସ୍ତ ସନ୍ତାନ ଉତ୍ତମ, ବଳବାନ୍, ବୁଦ୍ଧିମାନ୍, ଦୀର୍ଘାୟୁ ଓ ଧାର୍ମିକ ହେବେ।
ସନ୍ତାନଙ୍କୁ ମାଆ ସର୍ବଦା ଉତ୍ତମ ଶିକ୍ଷା ଦେବେ, ଯେପରିକି ସେମାନେ ସଭ୍ୟ ହେବେ ଓ କୌଣସି ଅଙ୍ଗଦ୍ଵାରା କୌଣସି ଅପଚେଷ୍ଟା କରିବେ ନାହିଁ। ଶିଶୁ କଥା କହିବାକୁ ଆରମ୍ଭ କଲେ ସେ ଯେପରି ସ୍ପଷ୍ଟ ଉଚ୍ଚାରଣ କରିପାରିବ, ମାଆ ସେପରି ଉପାୟ କରିବେ। ଯେଉଁ ବର୍ଷର ସ୍ଥାନ, ପ୍ରଯନ୍ ଯାହା ଅର୍ଥାତ୍ କେଉଁ ଅକ୍ଷର କେଉଁ ସ୍ଥାନରୁ କିପରି ସ୍ପଷ୍ଟ ଉଚ୍ଚାରିତ ହୋଇପାରେ ତାହା ଶିଖାଇବେ । ଯଥା – ‘ପ’ ର ଓଷ୍ଠ ସ୍ଥାନ ଓ ସୃଷ୍ଟ ପ୍ରଯନ୍ ଅର୍ଥାତ୍ ଦୁଇ ଓଠକୁ ମିଶାଇ ଏହି ଅକ୍ଷର ବୋଲିବାକୁ ହୁଏ । ସେହିପରି ହ୍ରସ୍ଵ, ଦୀର୍ଘ ଓ ପ୍ଳୁତ ଅକ୍ଷରମାନଙ୍କୁ ଯଥା ନିୟମରେ ଉଚ୍ଚାରଣ କରିବାକୁ ଶିକ୍ଷା ଦେବେ। ମଧୁର, ଗମ୍ଭୀର, ସୁସ୍ଵର ସାଙ୍ଗକୁ ଅକ୍ଷର, ମାତ୍ରା, ପଦ, ବାକ୍ୟ, ସନ୍ଧି, ବିରାମ ଯେପରି ସ୍ପଷ୍ଟ ଶୁଣାଯିବ ସେପରି ଶିକ୍ଷା ଦେବେ। ଶିଶୁ କିଛି–କିଛି କହିବାକୁ ଓ ବୁଝିବାକୁ ସମର୍ଥ ହେଲେ ସେମାନଙ୍କୁ ସୁନ୍ଦର ବଚନ ଶିଖାଇବେ ଏବଂ ବଡ଼, ସାନ, ମାତା, ପିତା, ଗୁରୁଜନ, ରାଜା ଓ ବିଦ୍ୱାନ୍ ଆଦିଙ୍କ ସହ କିପରି କଥାବାର୍ତ୍ତା ଓ ବ୍ୟବହାର କରିବା ଉଚିତ, ସେମାନଙ୍କ ନିକଟରେ କିଭଳି ବସାଉଠା ଆଦି କରିବା ବିଧେୟ ସେ ବିଷୟରେ ବି ଶିକ୍ଷା ଦେବେ, ଯଦ୍ୱାରାକି କେଉଁଠି ବି ସେମାନେ ଅନୁଚିତ ବ୍ୟବହାର କରିବେ ନାହିଁ ଏବଂ ସର୍ବତ୍ର ଗୌରବ ଓ ପ୍ରତିଷ୍ଠା ପାଇବେ। ସନ୍ତାନ ଯେପରି ଜିତେନ୍ଦ୍ରିୟ, ବିଦ୍ୟାପ୍ରିୟ ହେବ ଓ ଉତ୍ତମ ସଙ୍ଗ ପ୍ରତି ରୁଚି ରଖିବ, ସେପରି ପ୍ରଯନୂ ସତତ କରିବେ। ବ୍ୟର୍ଥ କ୍ରୀଡ଼ା, ରୋଦନ, ହାସ୍ୟ, କଳହ, ହର୍ଷ, ଶୋକ, ଲୋଭ, ଈର୍ଷା, ଦ୍ବେଷାଦି ନ କରିବ ସେଥ୍ପ୍ରତି ଧ୍ୟାନ ଦେବେ। ଉପସୁନ୍ଦ୍ରିୟର ସ୍ପର୍ଶ ଓ ମର୍ଦ୍ଦନରେ ବୀର୍ଯ୍ୟର କ୍ଷୀଣତା ଓ ନଂପୁସକତା ହୁଏ | ହାତ ବି ଦୁର୍ଗନ୍ଧ ହୁଏ। ଏଣୁ ବିନା କାରଣରେ ଯେପରି ତାକୁ ସ୍ପର୍ଶ ନ କରନ୍ତି, ତାହା ଶିକ୍ଷା ଦେବେ। ସେମାନେ ଯେପରି ସତ୍ୟବାଦିତା, ଶୌର୍ଯ୍ୟ, ଧୈର୍ଯ୍ୟ, ପ୍ରସନ୍ନତା ଆଦି ସଦ୍ଗୁଣରେ ସଦା ବିଭୂଷିତ ହେବେ, ସେଥିପ୍ରତି ଯନ୍ବାନ୍ ହେବେ।
ପୁତ୍ର-କନ୍ୟା ପାଞ୍ଚ ବର୍ଷ ବୟସର ହେଲେ ତାଙ୍କୁ ଦେବନାଗରୀ ଓ ମାତୃଭାଷାର ଅକ୍ଷର ଶିଖାଇବେ। ଅନ୍ୟ ଭାଷା ବି ଯଥାଯୋଗ୍ୟ ଶିଖାଇ ପାରନ୍ତି। ତା’ ପରେ ଉତ୍ତମ ଶିକ୍ଷା, ବିଦ୍ୟା, ଧର୍ମ, ପରମେଶ୍ଵର, ମାତା, ପିତା, ଆଚାର୍ଯ୍ୟ, ବିଦ୍ଵାନ୍, ଅତିଥ୍, ରାଜା, ପ୍ରଜା, କୁଟୁମ୍ବ, ବନ୍ଧୁ, ଭ୍ରାତା, ଭଗିନୀ, ଭୃତ୍ୟ ଆଦିଙ୍କ ପ୍ରତି କର୍ଭବ୍ୟ ଓ ବ୍ୟବହାର ସମ୍ବନ୍ଧୀୟ ମନ୍ତ୍ର, ଶ୍ଳୋକ, ସୂତ୍ର, ଗଦ୍ୟ ଓ ପଦ୍ୟ ଆଦି ବି ଅର୍ଥ ସହିତ ମୁଖସ୍ଥ କରାଇବେ। ଫଳରେ ସନ୍ତାନମାନେ କୌଣସି ଧୂର୍ଭର ପ୍ରରୋଚନାରେ ପଡ଼ିବେ ନାହିଁ । ଯାହା-ଯାହା ବିଦ୍ୟା ଓ ଧର୍ମର ବିରୁଦ୍ଧ ତଥା ଭ୍ରାନ୍ତି, ଅଜ୍ଞାନ, ଅନ୍ଧବିଶ୍ଵାସପୂର୍ଣ୍ଣ କାର୍ଯ୍ୟ ସେସବୁ ବି ଉତ୍ତମ ରୂପେ ବୁଝାଇ ଦେବେ ଯଦ୍ୱାରା ସନ୍ତାନମାନେ ଭୂତ-ପ୍ରେତ ଆଦି ମିଥ୍ୟା କଥାରେ ବିଶ୍ଵାସ କରିବେ ନାହିଁ।
କୌଣସି ପ୍ରାଣୀ ମରିଗଲେ ତା’ର ଆତ୍ମା ନିଜର ପାପ-ପୁଣ୍ୟ ଆଧାରରେ ପରମେଶ୍ୱରଙ୍କ ବ୍ୟବସ୍ଥା ଅନୁସାରେ ଦୁଃଖ- ସୁଖ ରୂପକ ଫଳ ଭୋଗ କରିବା ନିମନ୍ତେ ଅନ୍ୟ ଜନ୍ମ ଗ୍ରହଣ କରେ । ଏହି ଅବିନାଶୀ ଈଶ୍ଵରୀୟ କର୍ମଫଳ ବ୍ୟବସ୍ଥାକୁ କ’ଣ କେହି ଅନ୍ୟଥା କରିପାରେ ? ଅଜ୍ଞାନୀ ଲୋକମାନେ ଆୟୁର୍ବେଦ ଶାସ୍ତ୍ର ବା ପଦାର୍ଥ ବିଦ୍ୟା ନ ପଢ଼ି, ନ ଶୁଣି ଓ ସେ ସମ୍ପର୍କୀୟ ଜ୍ଞାନରୁ ରହିତ ହୋଇ ସନ୍ନିପାତ ଜ୍ଵର ଆଦି ଶାରୀରିକ ରୋଗ ଓ ଉନ୍ମାଦ ଆଦି
ମାନସିକ ରୋଗକୁ ଭୂତ-ପ୍ରେତ ଆଦି ବୋଲି କହିଥାନ୍ତି। ସେସବୁ ରୋଗର ଔଷଧ ଓ ପଥ୍ୟ ସେବନ ଆଦି ଉଚିତ ପ୍ରତିକାର କରିବା ପରିବର୍ତ୍ତେ ଧୂର୍ଭ, ପାଖଣ୍ଡୀ, ମହାମୂର୍ଖ, ଦୁରାଚାରୀ, ସ୍ୱାର୍ଥପର, ପାପିଷ୍ଠ, ପାମର, ନୀଚ, ପ୍ଲେଛ ଆଦିଙ୍କ ନାନାପ୍ରକାର ଛଳ-କପଟ ପୂର୍ଣ କୌଶଳ ଉପରେ ଦୃଢ଼ବିଶ୍ଵାସ ସ୍ଥାପନ କରି ଉଚ୍ଛିଷ୍ଟ ଭୋଜନ କରନ୍ତି ଓ ଡେଉଁରିଆ, ତାବିଜ, ସୂତା ଆଦି ମିଥ୍ୟା ମନ୍ତ୍ର-ଯନ୍ତ୍ର ଧାରଣ କରି ଓ କରାଇ ଚାଲିଥାନ୍ତି। ଏପରି ଭାବେ ନିଜର ଅର୍ଥନାଶ କରିବା ସାଙ୍ଗକୁ ସନ୍ତାନ ଆଦିଙ୍କ ଦୁର୍ଦ୍ଦଶା କରି ଓ ରୋଗ ବୃଦ୍ଧି କରି ଦୁଃଖ ଦେଇଥାନ୍ତି।
ଯେତେବେଳେ ବୁଦ୍ଧିହୀନ ଲୋକମାନେ କୌଣସି ବ୍ୟକ୍ତିକୁ ନେଇ ସେହି ଦୁର୍ବୃଦ୍ଧି, ପାପୀ, ସ୍ୱାର୍ଥୀମାନଙ୍କ ନିକଟକୁ ଯାଇ ପଚାରନ୍ତି – ‘ମହାରାଜ ! ୟାକୁ ( ଏ ବାଳକ, ବାଳିକା, ସ୍ତ୍ରୀ ବା ପୁରୁଷକୁ) କ’ଣ ହୋଇଛି, କିଛି ଜାଣିହେଉନି।’ ସେତେବେଳେ ସେ ଧୂର୍ଭମାନେ କହନ୍ତି – ‘ୟା’ ଦେହରେ ବଡ଼ ଭୂତ-ପ୍ରେତ, ଭୈରବ ବା ଶୀତଳା ଆଦି ଦେବୀ ପ୍ରବେଶ କରିଛନ୍ତି। ଏହାର ପ୍ରତିକାର ନ କଲେ ଏମାନେ ଛାଡ଼ିକି ଯିବେନି, ୟା’ର ପ୍ରାଣ ବି ନେଇଯିବେ । ଯଦି ତୁମେ ପୂଜା ପାଇଁ ଅମୁକ-ଅମୁକ ଭୋଗରାଗ ବା ଏତିକି ପୂଜାଖର୍ଚ୍ଚ ଦେବ, ତେବେ ଆମେ ମନ୍ତ୍ର, ଜପ ଓ ପୁରଶ୍ଚରଣ ଦ୍ଵାରା ଝାଡ଼ି-ଫୁଙ୍କି ଏମାନଙ୍କୁ ବାହାର କରିଦେବୁ।’ ସେତେବେଳେ ସେ ଅଜ୍ଞାନାନ୍ଧ ଲୋକେ ଓ ତାଙ୍କ ମୂର୍ଖ ସମ୍ପର୍କୀୟମାନେ କହନ୍ତି – “ ମହାରାଜ ! ଆମର ସର୍ବସ୍ଵ ସରିଯାଉ ପଛକେ, ଏହାକୁ ଭଲ କରିଦିଅନ୍ତୁ।’ ସେତେବେଳେ ତ ଏ ପରସ୍ଵହରଣକାରୀଙ୍କ କଚେ ପୁଅ ବା’ର । ସେ ଧୂର୍ତ୍ତ ମାନେ କହନ୍ତି – ‘ଆଚ୍ଛା ! ପୂଜା ପାଇଁ ଏତିକି ସାମଗ୍ରୀ, ଏତିକି ଦକ୍ଷିଣା ଓ ଦେବତାଙ୍କ ପାଇଁ ଭେଟି ଆଣ । ଗ୍ରହଦାନ କରାଅ।’ ତା’ପରେ ଝାଞ୍ଜ, ମୃଦଙ୍ଗ, ଢୋଲ, ଘଣ୍ଟ ଆଦି ନେଇ ରୋଗୀ ଆଗରେ ଜୋର୍ରେ ବଜାନ୍ତି, ନିରର୍ଥକ ଗୀତ ଗାଆନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ପାଖଣ୍ଡି ଉନ୍ମତ୍ତ ହୋଇ ନାଚି-କୁଦି କହେ ‘ମୁଁ ୟାକୁ ଛାଡ଼ିବିନି, ୟା’ ପ୍ରାଣ ନେଇଯିବି।’ ସେତେବେଳେ ସେ ଅଜ୍ଞାନାନ୍ଧମାନେ ସେ ନୀଚ, ନରାଧମର ଗୋଡ଼ତଳେ ପଡ଼ି କାକୁତି ମିନତି କରି କହନ୍ତି – ‘ଆପଣ ଯାହା ଇଚ୍ଛା ତାହା ନିଅନ୍ତୁ ପଛକେ, ୟାକୁ ବଞ୍ଚାଇ ଦିଅନ୍ତୁ।’ ସେତେବେଳେ ସେ ଧୂର୍ଭକହେ – “ ମୁଁ ହନୁମାନ୍ ! ଆଣ ମୋ ପାଇଁ ମିଠେଇ, ତେଲ, ସିନ୍ଦୁର, ସଉଆ ମହଣର ରୁଟି ଓ ଲାଲ ଲେଗୋଟି। ମୁଁ ଦେବୀ ! ମୁଁ ଭୈରବ ! ଆଣ ମୋ ପାଇଁ ପାଣି-ପଣା, ଧୂପ-ଝୁଣା, ଲିଆ-ମୁଆଁ, ମଣ୍ଡା-କାକରା, କଳାକନା, ନାଲି ବାନା, ପାଞ୍ଚ ବୋତଲ ମଦ, କୋଡ଼ିଏଟି କୁକୁଡ଼ା, ପାଞ୍ଚଟା ଛେଳି’ ଇତ୍ୟାଦି। ଯେତେବେଳେ ଏ ଅନ୍ଧବିଶ୍ଵାସୀମାନେ କହନ୍ତି, – ‘ ଯାହା ଚାହୁଁଛନ୍ତି, ନିଅନ୍ତୁ।’ ସେତେବେଳେ ତ ସେ ପାଗଳ ଖୁବ୍ ଜୋର୍ରେ ନାଚିବାକୁ–ଡେଇଁବାକୁ ଲାଗେ। କିନ୍ତୁ ଏ ସମୟରେ ଯଦି କୌଣସି ବୁଦ୍ଧିମାନ୍ ବ୍ୟକ୍ତି ସେ ଦେବତାଙ୍କୁ ଭୋଗ-ରାଗ-ନୈବେଦ୍ୟ ସ୍ୱରୂପ ଜୋତା କି ଠେଙ୍ଗାରେ ୫-୧୦ ପାହାର କିମ୍ବା ଭଲକରି ଚାପୁଡ଼ା, ବିଧା, ଗୋଇଠା ଗଣ୍ଡାଏ ଦିଏ ତେବେ ତା’ର ହନୁମାନ, ଦେବୀ ଓ ଭୈରବ ତତ୍କ୍ଷଣାତ୍ ପସନ୍ନ ହୋଇ ପ୍ରସ୍ଥାନ କରନ୍ତି । କାରଣ, ଏ ସବୁ ତ କେବଳ ପରସ୍ଵ ହରଣ ନିମିତ୍ତ ସେ ଧୂର୍ଭମାନଙ୍କର ଫନ୍ଦି ଫିକର।
ଜାତକ ଓ ଗ୍ରହଶାନ୍ତି ସମୀକ୍ଷା
ସେହିପରି ଯେତେବେଳେ କୌଣସି ଗ୍ରହଗ୍ରସ୍ତ ବ୍ୟକ୍ତି, ଗ୍ରହରୂପୀ ଜ୍ୟୋତିଷୀଙ୍କ ନିକଟକୁ ଯାଇ ପଚାରେ – ‘ମହାରାଜ ! ୟା’ର କ’ଣ ହୋଇଛି ? ’ ସେତେବେଳେ ସେ କହନ୍ତି – ‘ୟା’ ଉପରେ ସୂର୍ଯ୍ୟାଦି ଗ୍ରହଙ୍କର କ୍ରୂର ଦୃଷ୍ଟି ପଡ଼ିଛି। ଯଦି ତୁମେ ଗ୍ରହଶାନ୍ତି ପାଇଁ ପୂଜା-ପାଠ, ତିଳ-କାଞ୍ଚନ ଆଦି ଦାନ କରିବ ତେବେ ଇଏ ଭଲ ହୋଇଯିବ। ନଚେତ୍ ବହୁତ କଷ୍ଟ ଭୋଗିବ, ମରିଯିବା ବି କିଛି ଅସମ୍ଭବ ନୁହେଁ।
ଉତ୍ତର – କହନ୍ତୁ ଜ୍ୟୋତିଷପ୍ରବର ! ଏ ପୃଥିବୀ ଯେମିତି ଜଡ଼ ପଦାର୍ଥ, ସୂର୍ଯ୍ୟାଦି ପିଣ୍ଡ ବି ସେମିତି ଜଡ଼।
ସେମାନେ ଉତ୍ତାପ ଓ ଆଲୋକ ଦେବା ବ୍ୟତୀତ ଆଉ କିଛି କରିପାରନ୍ତି ନାହିଁ | ସେମାନେ କ’ଣ ଚେତନ ଯେ କ୍ରୁଦ୍ଧ ହୋଇ ଦୁଃଖ ଓ ପ୍ରସନ୍ନ ହୋଇ ସୁଖ ପ୍ରଦାନ କରିପାରିବେ ?
ପ୍ରଶ୍ନ -ସଂସାରରେ ଲୋକେ ଯେଉଁ ଧନୀ-ଗରିବ, ରାଜା-ପ୍ରଜା, ସୁଖୀ-ଦୁଃଖୀ ହେଉଛନ୍ତି, କ’ଣ ଏସବୁ ଗ୍ରହମାନଙ୍କ ଫଳ ନୁହେଁ ?
-ଉତ୍ତର- ନା, ଏସବୁ ପାପ-ପୁଣ୍ୟର ଫଳ।
-ପ୍ରଶ୍ନ -ତେବେ କ’ଣ ଜ୍ୟୋତିଷ ଶାସ୍ତ୍ର ମିଥ୍ୟା ?
ଉତ୍ତର – ନା, ସେଥିରେ ଯେଉଁ ଅଙ୍କଗଣିତ, ବୀଜଗଣିତ ଓ ରେଖାଗଣିତ ବିଦ୍ୟା ଅଛି, ସେସବୁ ସତ୍ୟ; କିନ୍ତୁ ଫଳାଫଳର ଯେଉଁ ଲୀଳା ଅଛି, ସେସବୁ ମିଥ୍ୟା।
ପ୍ରଶ୍ନ – ତା’ହେଲେ ଏ ଯେଉଁ ଜାତକ ବା ଜନ୍ମପତ୍ର, ସେସବୁ କଣ ନିଷ୍ଫଳ ?
ଉତ୍ତର -ଆନନ୍ଦ ହଁ । ତାହା ‘ଜନ୍ମପତ୍ର’ ତ ନୁହେଁ, ବରଂ ତା’ ନାମ ‘ଶୋକପତ୍ର’ ରଖାଯିବା ଉଚିତ। କାରଣ ସନ୍ତାନଟିଏ ଜନ୍ମ ଜନ୍ମ ହେଲେ ପରିବାରରେ ସମସ୍ତଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଏ। କିନ୍ତୁ ସେ ଆ ସେତେ ତେବେଳ ପର୍ଯ୍ୟନ୍ତ ରହେ, ଯେତେବେଳ ଯାଏ ଜନ୍ମପତ୍ରିକା ତିଆରି ହୋଇ ଗ୍ରହଙ୍କ ଫଳାଫଳ ଫଳ ଶୁଣାଯାଇନି । ତବେଳେ ପୁରୋହିତ ନବଜାତ ଶିଶୁର ଜାତକ ତିଆରି କରିବା କଥା କହନ୍ତି ସେତେବେଳେ ମାତା-ପିତା ପୁରୋହିତଙ୍କୁ ତଙ୍କୁ କହନ୍ତି – ‘ଗୋସେଇଁ ! ଆମ ପିଲା ପାଇଁ ଭଲ ଭାବେ ଜାତକଟିଏ କରିଦେବେ କରିଦେବେ।’ ଧନୀଲୋକଙ୍କ ଛୁଆ ହୋଇଥିନେ ଥିଲେ ତା’ ପାଇଁ ଲାଲ-ହଳଦିଆ ନାନାରଙ୍ଗର ରେଖାରେ ଚିତ୍ର-ବିଚିତ୍ର ହୋ ହାଇଥିବା ଲମ୍ବା ଚଉଡ଼ା ଜାତକ ଓ ଗରିବ ଲୋକର ଛୁଆ ହୋଇଥିଲେ ତା’ ପାଇଁ ସାଧାରଣ ଭାବେ ତିଆରି ଚାରି ଧାଡ଼ି ଲେଖାବିଶିଷ୍ଟ ଜାତକ ଧରି ଜ୍ୟୋ ଜ୍ୟୋତିଷୀ ପହଞ୍ଚନ୍ତି ଫଳ ଶୁଣାଇବାକୁ। ଛୁଆର ବାପା-ମାଆ ଜ୍ୟୋତିଷୀଙ୍କୁ ବଡ଼ ଆଗ୍ରହର ସହ ପଚାରନ୍ତି ନ୍ତି – – ‘ଆମ ଛୁଆର କୋଷ୍ଠୀଟା ଭଲ ଅଛି ତ ?’ ଜ୍ୟୋତିଷୀ ଉତ୍ତର ଦିଅନ୍ତି – ‘ଯା’ ‘ଯା’ ଅଛି ତା’ ଶୁଣାଇ ଦଉଛି । ଏହାର ଜନ୍ମଗ୍ରହ ବହୁତ ଭଲ ଓ ମିତ୍ର ଗ୍ରହ ବି ଭଲ । ତା’ ଫଳରେ ଇଏ ଧନଶାଳୀ ଓ ପ୍ରତିଷ୍ଠାବା ପ୍ରତିଷ୍ଠାବାନ୍ ହେବ। ଯେଉଁ ସହ ସଭା-ସମିତିରେ ବସିବ, ସମସ୍ତଙ୍କ ଉପରେ ପ୍ରଭାବ ବିସ୍ତାର କରିବ। ଶରୀର ଆରୋଗ୍ୟ ରହିବ ଓ ରାଜମାନ୍ୟପ୍ରାପ୍ତି ବି ହେବ’ ଇତ୍ୟାଦି। ଏ ସବୁ କଥା ଶୁଣି ପିତାମାତା ପ୍ରଭୃତି ବଡ଼ ଖୁସି ହୋଇ ଜ୍ୟୋତିଷୀଙ୍କ ବହୁତ ଭ୍ରଂଶସା ସା କରନ୍ତି – ‘ଗୋସେଇଁ ! ଆପଣ ଦିବ୍ୟଦ୍ରଷ୍ଟା’ । କିନ୍ତୁ ଜ୍ୟୋତିଷୀ ଜାଣନ୍ତି ଯେ ଏ ପ୍ରଶଂସାରେ ତାଙ୍କର ଅସଲ ଉଦ୍ଦେଶ୍ୟ ସାଧୂତ ହେବାର ଅର୍ଥାତ୍ ପକେଟ ବିଶେଷ ଗରମ ହେବାର ସମ୍ଭାବନା ନାହିଁ । ତା’ପାଇଁ ଅନ୍ୟ ଉ ଉପାୟ ଅବଲମ୍ବନ ଆବଶ୍ୟକ। ତା’ ପରେ ସେ କହନ୍ତି – ‘ଏ ଗ୍ରହମାନେ ତ ଅତି ଉତ୍ତମ, କିନ୍ତୁ ଏମାନେ କ୍ରୂର ଅର୍ଥାତ୍ ଅମୁକ-ଅମୁକ ଗ୍ରହ ଯୋଗରେ ୮ ବର୍ଷ ବୟସରେ ଏହାର ମୃତ୍ୟୁ-ଯୋଗ ଅଛି।’ ଏ କଥା ଶୁଣି ମାତା-ପିତା ଆଦିଙ୍କ ସନ୍ତାନ ଜନ୍ମର ଅ ଆନନ୍ଦ ନିମିଷେକରେ ଉଭେଇଯାଏ। ଦୁଃଖସାଗରରେ ମଗ୍ନ ଓ କିଂକର୍ତ୍ତବ୍ୟବିମୂଢ଼ ହୋଇ ବାପା-ମା ଜ୍ୟୋତିଷୀଙ୍କୁ ପଚାରନ୍ତି ‘ଆଜ୍ଞା ! ବର୍ତ୍ତମାନ କ’ଣ କରାଯାଇପାରିବ ?’ ସେତେବେଳେ ଜ୍ୟୋତିଷୀ କହନ୍ତି – ‘ପ୍ରତିକାର ପାଇଁ ବ୍ୟବସ୍ଥା କର।’ ଯେତେବେଳେ ପ୍ରତିକାର ପାଇଁ ଉପାୟ କ’ଣ ବୋଲି ଜ୍ୟୋତିଷୀଙ୍କୁ ପ୍ରଶ୍ନ କରନ୍ତି, ସେତେବେଳେ ଥୋପ ଠିକ୍ ଲାଗିଥିବା ଅନୁମାନ କରି ଜ୍ୟୋତିଷୀ କହନ୍ତି – ‘ଏୟା-
ଏୟା ଦାନ କର, ଗ୍ରହର ମନ୍ତ୍ର ଜପ କରାଅ, ଗ୍ରହଶାନ୍ତ ହୋମ କର, ପ୍ରତିଦିନ ବ୍ରାହ୍ମଣ ଭୋଜନ କରାଅ, ତେବେ ହୁଏତ ଇଏ ଗ୍ରହପୀଡ଼ାରୁ ମୁକ୍ତ ହୋଇପାରେ।’ ଜ୍ୟୋତିଷୀ ‘ହୋଇପାରେ’ ଶବ୍ଦ ପ୍ରୟୋଗ କରିବାର କାରଣ ଏଇଆ ଯେ, ଯଦି ଦୈବାତ୍ ସନ୍ତାନଟି ମରିଯାଏ ତେବେ ସେ କହିବେ ଯେ, “ ମୁଁ କ’ଣ କରିପାରିବି, ଈଶ୍ୱରଙ୍କଠୁ ବଡ଼ କେହି ନାହିଁ। ମୁଁ ବହୁତ ଚେଷ୍ଟା କଲି, ଆଉ ତୁମେ ବି କରେଇଲ, ହେଲେ ‘ବିଧିର ବିଧାନ କେ କରିବ ଆନ’ ? ତା’ କର୍ମ ଏତିକି ହିଁ ଥୁଲା।” ଆଉ ଯଦି ପିଲାଟି ବଞ୍ଚୁଯାଏ, ତେବେ ସେ କହନ୍ତି – ‘ଦେଖ, ଆମ ମନ୍ତ୍ରର କରାମତି ଏବଂ ଦେବତା–ବ୍ରାହ୍ମଣଙ୍କ କେମିତି ଶକ୍ତି ! ତୁମ ସନ୍ତାନ ମରଣ ଦୁଆରୁ ଫେରିଆସିଲା।’
-ଏ ସ୍ଥଳରେ ଏପରି ହେବା ଉଚିତ ଯେ ଏମାନଙ୍କ ଗ୍ରହହୋମ, ମନ୍ତ୍ରଜପ, ପୂଜାପାଠ ଦ୍ବାରା ଯଦି କିଛି ଫଳ ନ ହୁଏ ତେବେ ଏ ଧୂର୍ଭମାନଙ୍କଠାରୁ ଦୁଇ-ତିନି ଗୁଣ ଅର୍ଥ ଆଦାୟ କରିବା ଉଚିତ। ଆଉ ଯଦି ସନ୍ତାନଟି ବଞ୍ଚୁଯାଏ, ତେବେ ବି ଏପରି ଟଙ୍କା ଅସୁଲ କରିବା ଉଚିତ। କାରଣ ଜ୍ୟୋତିଷୀମାନେ ତ କହିଥିଲେ ଯେ ‘ବ୍ୟକ୍ତିର କର୍ମ ଓ ପରମେଶ୍ଵରଙ୍କ ବ୍ୟବସ୍ଥାକୁ ଅନ୍ୟଥା କରିବାର ସାମର୍ଥ୍ୟ କାହାର ନାହିଁ।’ ତେଣୁ ସନ୍ତାନର ମାଆ-ବାପା ବି ତାଙ୍କୁ ସେମିତି କହିବା ଉଚିତ – ‘ଆମ ସନ୍ତାନ ନିଜ କର୍ମ ଓ ପରମେଶ୍ଵରଙ୍କ ନିୟମ ଅନୁସାରେ ବଞ୍ଚୁରହିଛି, ତୁମ କର୍ମ ଯୋଗୁଁ ନୁହେଁ।’ ତୃତୀୟରେ, ସେହିପରି କାନଫୁଙ୍କା ଗୁରୁ ଆଦି ବି ସ୍ୱାର୍ଥବଶତଃ ଗୃହସୁନ ଗୃହସ୍ରମାନଙ୍କୁ ଅନେକ ପ୍ରକାର ଦାନ-ପୁଣ୍ୟ କରିବାର ଉପଦେଶ ଦେଇ ନିଜେ ସେ ଦାନ ଗ୍ରହଣ କରି ମାଲାମାଲ୍ ହୋଇଥା ଥାନ୍ତି। ତେଣୁ ସେମାନଙ୍କୁ ବି ସେଭଳି ଉତ୍ତର ଦେବା ଉଚିତ, ଯେପରି ଜ୍ୟୋତିଷୀଙ୍କୁ ଦେଇଥିଲେ।
ବର୍ତ୍ତମାନ ବିଚାର କରିବା ଶୀତଳା ଏବଂ ମନ୍ତ୍ର-ଯନ୍ତ୍ର-ତନ୍ତ୍ର ଆଦି କଥା। ଏସବୁ ବି ଏମିତି ହିଁ ପାଖଣ୍ଡର ପସରା । କେହି କହିଥାନ୍ତି – ‘ଆମେ ମନ୍ତ୍ରରେ ସିଦ୍ଧ କରି ଯେଉଁ ଡେଉଁରିଆ, କବଚ, ଯନ୍ତ୍ର, ତାବିଜ ଆଦି ତିଆରି କରିଥାଉ, ତାକୁ ଧାରଣ କଲେ ସେ ମନ୍ତ୍ର-ଯନ୍ତ୍ରର ପ୍ରଭାବ ବଳରେ ତା’ର ଅଧିଷ୍ଠାତା ଦେବତା, ପୀର ଆଦି ସେ ଧାରଣକାରୀ ଉପରେ କୌଣସି ବାଧା-ବିଘ୍ନ, ଆପଦ–ବିପଦ ପଡ଼ିବାକୁ ଦିଅନ୍ତି ନାହିଁ।’ ସେମାନଙ୍କୁ ପଚାରିବା ଉଚିତ – “କ’ଣ ତୁମେ ପରମେଶ୍ୱରଙ୍କ ନିୟମ, ମୃତ୍ୟୁ ଓ କର୍ମଫଳରୁ ବି କାହାକୁ ରକ୍ଷା କରିପାରିବ ? ତୁମର ଏ ମନ୍ତ୍ର-ଯନ୍ତ୍ର, ଡେଉଁରିଆ-କବଚ ଧାରଣ କରି ବି ତ କେତେ ପିଲା ମରିଯାଇଛନ୍ତି। ଅନ୍ୟ ଘର କଥା ଛାଡ଼, ତୁମ ପରିବାରରେ କ’ଣ କୌଣସି ଛୁଆ କେବେ ମରିନାହାନ୍ତି ? ତୁମ ଛୁଆକୁ ତୁମେ କେମିତି ରକ୍ଷା କରିପାରିଲନି ? ଆଚ୍ଛା, ପିଲା କଥା ତେଣିକି ଥାଉ, ତୁମେ ନିଜେ କ’ଣ ମୃତ୍ୟୁ ମୁଖରୁ ରକ୍ଷା ପାଇଯାଇପାରିବ ? ” ସେତେବେଳେ ସେମାନଙ୍କ ପାଖରେ ଆଉ କିଛି ନ ଥାଏ ଉତ୍ତର ଦେବାକୁ ଏବଂ ସେ ଧୂର୍ଭଦଳ ଜାଣିପାରନ୍ତି ଯେ ଏଇଠି ଆମ ଚାଲବାଜି ଚଳିବ ନାହିଁ। ତେଣୁ ଚୁପ୍ଚାପ୍ ପୃଷ୍ଠଭଙ୍ଗ ଦେବା ହିଁ ଶ୍ରେୟଷ୍କର ପନ୍ଥା ମନେକରି ତାକୁଇ ଅବଲମ୍ବନ କରନ୍ତି ।
ଅତଏବ ଏସବୁ ମିଥ୍ୟା ବ୍ୟବହାର ପରିତ୍ୟାଗ କରି ଧାର୍ମିକ, ସର୍ବୋପକାରୀ, ନିଷ୍କପଟ ଭାବେ ସମସ୍ତଙ୍କୁ ବି ବିଦ୍ୟାଦାତା, ଉତ୍ତମ ବିଦ୍ୱାନଙ୍କ ପ୍ରତ୍ୟୁପକାର କରିବା ଉଚିତ, ଯେପରିକି ସେମାନେ ଜଗତର ଉପକା କାର କରନ୍ତି । ତଥା ଏପରି କାର୍ଯ୍ୟ କେବେ ବି ଛାଡ଼ିବା ଅନୁଚିତ। ଆଉ ଯେଉଁମାନେ ରସାୟନ, ସେମାନଙ୍କ ହୃଦୟରେ ଦୃଢ଼ ସଂସ୍କା ଦୃଢ଼ ସଂସ୍କାର ପକାଇ ଦେବା ଦରକାର, ଯଦ୍ୱାରା ସେମାନେ କାହାର ବି ମାୟାଜାଲରେ ପଡ଼ି ଦୁଃଖ ନ ପାଇବେ ।
-ପୁନଶ୍ଚ ବୀର୍ଯ୍ୟର ସୁରକ୍ଷା ଦ୍ବାରା ଆନନ୍ଦ ଲାଭ ହୁଏ ଏବଂ ବୀର୍ଯ୍ୟନାଶ କଲେ ଦୁଃଖ ମିଳେ, ଏ କଥା ବି ସନ୍ତାନଙ୍କୁ ଜଣାଇ ଦେବେ । କହିବେ – “ ଦେଖ ! ଯାହାର ଶରୀରରେ ବୀର୍ଯ୍ୟ ସୁରକ୍ଷିତ ରହେ, ତା’ର ଆରୋଗ୍ୟ, ବୁଦ୍ଧି, ବଳ, ପରାକ୍ରମ ଇତ୍ୟାଦି ବୃଦ୍ଧି ପାଇ ତାକୁ ବହୁତ ସୁଖ ପ୍ରାପ୍ତ ହୁଏ । ବୀର୍ଯ୍ୟ ରକ୍ଷାର ଉପାୟ ହେଲା ଅଶାଳୀନ ପୁସ୍ତକ ପଠନ, ବିଷୟ-ଭୋଗ ଆଲୋଚନା, ଅସଂଯମୀ-ଦୁଶ୍ଚରିତ୍ରଙ୍କ ସଙ୍ଗ, ବିଷୟ-ବାସନାର ଚିନ୍ତନ ତଥା ସ୍ତ୍ରୀଲୋକ ଦର୍ଶନ, ସ୍ପର୍ଶନ, ସମ୍ଭାଷଣ ଓ ଏକାନ୍ତ ସେବନ ଆଦି କର୍ମରୁ ବ୍ରହ୍ମଚାରୀମାନେ ଦୂରରେ ରହି ଉତ୍ତମ ଶିକ୍ଷା ଓ ପୂର୍ଣ୍ଣ ବିଦ୍ୟା ପ୍ରାପ୍ତି ପାଇଁ ସଦା ଯନ୍ବାନ୍ ହେବା। ବ୍ରହ୍ମଚାରୀମାନେ ଏପରି କରିଥାନ୍ତି, ତୁମେ ବି ସେପରି ରହି ଉତ୍ତମ ଶିକ୍ଷା ଓ ପୂର୍ଣ୍ଣ ବିଦ୍ୟା ପ୍ରାପ୍ତ କର। ଯାହାର ଶରୀର ବୀର୍ଯ୍ୟହୀନ ସେ ନପୁଂସକ ଓ ମହା କୁଲକ୍ଷଣ ଯୁକ୍ତ ହୁଏ, ଏବଂ ତାହାକୁ ପ୍ରମେହ ରୋଗ ବି ହୁଏ | ସେ ଦୁର୍ବଳ, ନିସ୍ତେଜ, ବୁଦ୍ଧିହୀନ ତଥା ଉତ୍ସାହ, ସାହସ, ଧୈର୍ଯ୍ୟ, ବଳ, ପରାକ୍ରମ ଆଦି ଗୁଣରୁ ରହିତ ହୋଇ ମହାନ୍ ବିନାଶକୁ ପ୍ରାପ୍ତ ହୋଇଯାଏ । ବିଦ୍ୟା ଅର୍ଜନ ଓ ବ୍ରହ୍ମଚର୍ଯ୍ୟ ପାଳନ ପାଇଁ ଜୀବନର ପ୍ରଥମ ଭାଗ ହିଁ ଅତ୍ୟନ୍ତ ଉପଯୁକ୍ତ ସମୟ । ଯଦି ତୁମେ ସୁ-ଶିକ୍ଷା ଓ ବିଦ୍ୟା ଅର୍ଜନ ଏବଂ ବୀର୍ଯ୍ୟ ରକ୍ଷା କରିବାରେ ଏ ସମୟରେ ଯନ୍ବାନ୍ ନ ହେବ, ତେବେ ଏ ଜନ୍ମରେ ତୁମକୁ ଏହି ଅମୂଲ୍ୟ ସମୟ ଆଉ ମିଳିବ ନାହିଁ। ଯେତେଦିନ ଯାଏ ଆମେ ଘର-ସଂସାର ଦାୟିତ୍ଵ ବୁଝୁଥିବା ଲୋକ ବଞ୍ଚୁଛୁ ସେତେଦିନ ପର୍ଯ୍ୟନ୍ତ ବିଦ୍ୟା ଅର୍ଜନ ଓ ଶାରୀରିକ ବଳ ବୃଦ୍ଧି କରିବା ନିମନ୍ତେ ତତ୍ପର ରହିବା ତୁମ କର୍ତବ୍ୟ।”
ଏହିପରି ଅନ୍ୟାନ୍ୟ ଶିକ୍ଷା ବି ମାତା-ପିତା ସନ୍ତାନମାନଙ୍କୁ ଦେବେ। ଏଇଥ୍ ପାଇଁ ‘ମାତୃମାନ୍ ପିତୃମାନ୍’ ଶବ୍ଦ ଶାସ୍ତ୍ରରେ ଉଲ୍ଲେଖ ଅଛି। ଅର୍ଥାତ୍ ଜନ୍ମଠାରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ମାତା ଓ ୬ ରୁ ୮ବର୍ଷ ବୟସ ପର୍ଯ୍ୟନ୍ତ ପିତା ସନ୍ତାନକୁ ଶିକ୍ଷା ଦେବେ । ୯ମ ବର୍ଷ ଆରମ୍ଭରେ ଦ୍ବିଜମାନେ ନିଜ ସନ୍ତାନଙ୍କ ଉପନୟନ କରି ଆଚାର୍ଯ୍ୟକୁଳକୁ ଅର୍ଥାତ୍ ଯେଉଁଠାରେ ପୂର୍ଣ୍ଣ ବିଦ୍ୱାନ୍ ପୁରୁଷ ଓ ପୂର୍ଣ୍ଣ ବିଦୁଷୀ ସ୍ତ୍ରୀମାନେ ଶିକ୍ଷା ଓ ବିଦ୍ୟା ଦାନ କରୁଥିବେ ସେଠାକୁ ପୁତ୍ର-କନ୍ୟାଙ୍କୁ ପଠାଇଦେବେ। ଶୂଦ୍ରାଦି ବର୍ଣ୍ଣ ସନ୍ତାନଙ୍କ ଉପନୟନ ନ କରି ବିଦ୍ୟାଭ୍ୟାସ ପାଇଁ ଗୁରୁକୁଳକୁ ପଠାଇବେ।
ଅଧ୍ୟାପନା ସମୟରେ ଯେଉଁମାନେ ସନ୍ତାନମାନଙ୍କୁ ଲାଳନ ନ କରି ତାଡ଼ନ କରନ୍ତି, ସେମାନଙ୍କ ସନ୍ତାନଗଣ ସଭ୍ୟ, ଶିକ୍ଷିତ ଓ ବିଦ୍ବାନ୍ ହୋଇଥାନ୍ତି। ଏ ସମ୍ବନ୍ଧରେ ବ୍ୟାକରଣ ‘ମହାଭାଷ୍ୟ’ରେ କୁହାଯାଇଛି —
ଯେଉଁ ମାତା-ପିତା ଓ ଆଚାର୍ଯ୍ୟ ନିଜର ସନ୍ତାନ ଓ ଶିଷ୍ୟମାନଙ୍କୁ ତା ତାଡ଼ନ କରନ୍ତି, ବୁଝିବାକୁ ହେବ ଯେ ସେମାନେ ସ୍ଵୀୟ ସନ୍ତାନ ଓ ଶିଷ୍ୟଙ୍କୁ ସ୍ଵହସ୍ତରେ ଅମୃତ ପାନ କରାଉଛନ୍ତି । ଆଉ ଯେଉଁମାନେ ସନ୍ତାନ ବା ଶିଷ୍ୟମାନଙ୍କୁ ଲାଳନ କରନ୍ତି, ସେମାନେ ନିଜ ସନ୍ତ ସନ୍ତାନ ଓ ଶିଷ୍ୟଙ୍କୁ ବିଷ ପିଆଇ ନାଶ କରିଦିଅନ୍ତି । କାରଣ ଲାଳନ ଦ୍ଵାରା ସନ୍ତାନ ଓ ଶିଷ୍ୟ ଦୋଷଯୁକ୍ତ ଏବଂ ତାଡ଼ନ ଦ୍ୱାରା ଗୁଣଯୁକ୍ତ ହୁଅନ୍ତି । । ତା’ ସହ ସନ୍ତାନ ଓ ଶିଷ୍ୟଗଣଙ୍କ କର୍ତ୍ତବ୍ୟ ଯେ ସେମାନେ ସର୍ବଦା ତାଡ଼ନାରେ ରେ ପ୍ରସନ୍ନ ଓ ଲା ଲାଳନରେ ଅପ୍ରସନ୍ନ ରହିବେ। କିନ୍ତୁ ଏଠାରେ ଧ୍ୟାନରଖୁବା
ଉଚିତ ଯେ ମାତା-ପିତା ଓ ଶିକ୍ଷକମାନେ କଦାପି ଈର୍ଷା-ଦ୍ବେଷ ବଶତଃ ତାଡ଼ନା କରିବେ ନାହିଁ । ବାହାରେ ଯଦିଓ ଭୟ ପ୍ରଦର୍ଶନ କରୁଥିବେ, ଅନ୍ତରରେ କିନ୍ତୁ ସର୍ବଦା କୃପାଦୃଷ୍ଟି ରଖୁଥିବେ।
ମାତା, ପିତା ଓ ଆଚାର୍ଯ୍ୟ ଅନ୍ୟାନ୍ୟ ଶିକ୍ଷା ଦେଲା ପରି ଚୋରି, ବ୍ୟଭିଚାର, ଆଳସ୍ୟ, ପ୍ରମାଦ, ମାଦକ ଦ୍ରବ୍ୟ ସେବନ, ମିଥ୍ୟାଭାଷଣ, ହିଂସା, କ୍ରୂରତା, ଈର୍ଷା, ଦ୍ବେଷ, ମୋହ ଇତ୍ୟାଦି ଦୋଷ ଛାଡ଼ିବା ଓ ସଦାଚାର ଗ୍ରହଣ କରିବା ବିଷୟକ ଶିକ୍ଷା ବି ଦେବେ । କାରଣ ଯେଉଁ ବ୍ୟକ୍ତି କାହା ଆଗରେ ଜୀବନରେ ଥରେ ବି ଚୋରି, ଅସଦାଚରଣ ଓ ମିଥ୍ୟାଭାଷଣ ଆଦି କର୍ମ କରେ, ସେହି ବ୍ୟକ୍ତି ତା’ ନିକଟରେ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତିଷ୍ଠା ଲାଭକରିପାରେ ନାହିଁ। କଥା ଦେଇ ରଖୁ ନଥୁବା ବ୍ୟକ୍ତିର ଯେପରି ହାନି ହୋଇଥାଏ, ସେପରି ଅନ୍ୟର ହୁଏ ନାହିଁ । ଏଣୁ ଯାହାକୁ ଯାହା ପ୍ରତିଶ୍ରୁତି ଦେବ ତାକୁ ସେଭଳି ନିଶ୍ଚୟ ପୂର୍ଣ୍ଣ କରିବା ଆବଶ୍ୟକ । ଅର୍ଥାତ୍ ଯଦି କେହି କାହାକୁ କହେ – ‘ମୁଁ ତୁମକୁ ଏତେଟା ସମୟରେ ସାକ୍ଷାତ କରିବି ବା ତୁମେ ମୋତେ ଏତେଟା ସମୟରେ ଦେଖାକର କିମ୍ବା ଅମୁକ ବସ୍ତୁ ଅମୁକ ସମୟରେ ମୁଁ ତୁମକୁ ଦେବି’ ଇତ୍ୟାଦି, ତେବେ ଏସବୁକୁ କହିବା ଅନୁସାରେ ହିଁ ପୂର୍ଣ କରିବା ଉଚିତ। ନଚେତ୍ କେହି ତାକୁ ବିଶ୍ଵାସ କରିବେ ନାହିଁ। ଏଣୁ ସମସ୍ତେ ସଦା ସତ୍ୟଭାଷଣ କରିବା ଉଚିତ ଏବଂ ସତ୍ୟପ୍ରତିଜ୍ଞାଯୁକ୍ତ ହେବା ଅର୍ଥାତ୍ ପ୍ରତିଶ୍ରୁତିକୁ ଠିକ୍-ଠିକ୍ ପାଳନ କରିବା ଆବଶ୍ୟକ।
ଅଭିମାନ କରିବା ଉଚିତ ନୁହେଁ। କାରଣ ‘ଅଭିମାନଃ ଶ୍ରିୟଂ ହନ୍ତି’ ( ବିଦୁର ନୀତି) — ଅଭିମାନ ବା ଅହଂକାର ସମସ୍ତ ଶୋଭା ଓ ଲକ୍ଷ୍ମୀକୁ ନାଶ କରିଦିଏ। ଛଳ-କପଟ ଓ କୃତଘ୍ନତାଠୁ ସଦା ଦୂରରେ ରହିବା ଆବଶ୍ୟକ। କେହି ଆମ ଆମ ସହ ଛଳ-କପଟ ବା କୃତଘ୍ନତା କଲେ ଆମ ହୃଦୟ ଯେତେବେଳେ ଦୁଃଖୀ ହୋଇଯାଏ, ସେତେବେଳେ ଆମେ ଏପରି କଲେ ଲେ ଅନ୍ୟକୁ କେତେ ଦୁଃଖ ହେଉ ନ ଥୁବ ? ‘ଛଳ’ ଓ ‘କପଟ’ର ଅର୍ଥ ହେଲା ଭିତରେ ଗୋଟିଏ ପ୍ରକାର ଭାବନା ଓ ବାହାରେ ଆଉ ଗୋଟିଏ ପ୍ରକାର ଆଚରଣ କରି ଅନ୍ୟକୁ ଭ୍ରମରେ ପକାଇ ଓ ଅନ୍ୟର ହାନିକୁ ଚିନ୍ତା ନ କରି ନିଜ ସ୍ୱାର୍ଥ ସିଦ୍ଧ କରିବା । କେହି ଆମ ପ୍ରତି କରିଥିବା ଉପକାରକୁ ନ ମାନିବାକୁ ‘କୃତଘ୍ନତା’ କୁହାଯାଏ। କ୍ରୋଧା ଧାଦି ଦୋଷ ଛାଡ଼ି ଶାନ୍ତ ରହିବ ଓ କଟୁ ବଚନ ତ୍ୟାଗ କରି ମଧୁର ବଚନ କହିବ। ଅନାବଶ୍ଯକ ଅଧୂକ କଥା କହିବ ନାହିଁ। ଯେତିକି କହିବା ଦରକାର ତା’ଠୁ କମ୍ କହିବ ନାହିଁ କି ବେଶି କହିବ ନାହିଁ। ଗୁରୁଜନଙ୍କୁ ସମ୍ମା ସମ୍ମାନ ଦେବ। ସେମାନେ ଆସିବା ସମୟରେ ବସିଥିଲେ ଉଠିଯାଇ ପ୍ରଥମେ ‘ନମସ୍ତେ’ କହିବ । ସେମାନଙ୍କୁ ଉଚ୍ଚ ଆସନରେ ବସାଇବ। ସେମାନଙ୍କ ଆଗରେ ତାଙ୍କଠୁ ଉତ୍ତମ ଆସନରେ ବସିବ ନାହିଁ। ସଭାରେ ସେପରି ଆସନ ଗ୍ରହଣ କରିବ, ଯେଉଁଥ୍ ପାଇଁ ନିଜ ଯୋଗ୍ୟତା ଥିବ ଓ କେହି ଉଠାଇ ଦେବାର ଭୟ ନ ଥିବ । କାହାକୁ ଦ୍ବେଷ-ବିରୋଧ କରିବ ନାହିଁ । ପ୍ରସନ୍ନ ରହି ଗୁଣ ଗ୍ରହଣ ଓ ଦୋଷ ତ୍ୟାଗ ପାଇଁ ଯନୂବାନ୍ ହେବ । ସଜ୍ଜନଙ୍କ ସ ସଙ୍ଗ କରିବ ଓ କୁସଙ୍ଗରୁ ଦୂରେଇ ରହିବ । କାୟ-ମନୋ-ବାକ୍ୟରେ ପ୍ରୀତିପୂର୍ବକ ମାତା, ପିତା ଓ ଆଚାର୍ଯ୍ୟଙ୍କ ସେବା କରିବ ।
କର ଏବଂ ଯାହା-ଯାହା ଖରାପ କର୍ମ ସେସବୁକୁ ତ୍ୟାଗ କରିଦିଅ । ଯାହା-ଯାହା ସତ୍ୟ ବୋଲି ଜାଣିବ ସେସବୁକୁ ପ୍ରକାଶ ଓ ପ୍ରଚାର କରିବ। କୌଣସି ପାଖଣ୍ଡି, ଦୁରାଚାରୀକୁ ବିଶ୍ଵାସ କରିବ ନାହିଁ। ଯେଉଁ-ଯେଉଁ ଉତ୍ତମ କର୍ମ କରିବାକୁ ମାତା, ପିତା ଓ ଆଚାର୍ଯ୍ୟ ଆଜ୍ଞା ଦେବେ ସେସବୁକୁ ପାଳନ କରିବ। ମାତା-ପିତା ଧର୍ମ, ବିଦ୍ୟା, ସଦାଚାର ସମ୍ବନ୍ଧୀୟ ଯେଉଁସବୁ ଶ୍ଳୋକ, ‘ନିଘଣ୍ଟୁ’, ‘ନିରୁକ୍ତ’, ‘ଅଷ୍ଟାଧ୍ୟାୟୀ’ କିମ୍ବା ଅନ୍ୟ ଗ୍ରନ୍ଥର ସୂତ୍ର ଅଥବା ବେଦମନ୍ତ୍ର କଣ୍ଠସ୍ଥ କରାଇଥାନ୍ତି, ଆଚାର୍ଯ୍ୟ ସେସବୁର ଅର୍ଥ ବିଦ୍ୟାର୍ଥୀଙ୍କୁ ପୁନଃ-ପୁନଃ ଜଣାଇବେ। ପ୍ରଥମ ସମୁଲ୍ଲାସରେ ପରମେଶ୍ଵରଙ୍କ ନାମ ମାଧ୍ୟମରେ ତାଙ୍କ ସ୍ଵରୂପର ଯେପରି ବର୍ଣ୍ଣନା କରାଯାଇଛି, ଈଶ୍ୱରଙ୍କୁ ସେପରି ମାନି ତାଙ୍କ ଉପାସନା କରିବେ। ଯେପରି କରିବା ଦ୍ବାରା ଆରୋଗ୍ୟ, ବିଦ୍ୟା ଓ ବଳ ପ୍ରାପ୍ତ ହେବ, ସେପରି ଭୋଜନ, ଆଚ୍ଛାଦନ ଓ ବ୍ୟବହାର କରିବ ଓ କରାଇବ। ଅର୍ଥାତ୍ ଯେତିକି ଭୋକ ଥୁବ ତା’ଠୁ କିଛି କମ୍ ଖାଇବ । ମଦ୍ୟ, ମାସାଂଦି ପଦାର୍ଥ ସେବନ କରିବ ନାହିଁ। ଅଜ୍ଞାତ ଗଭୀର ଜଳରେ ପ୍ରବେଶ କରିବ ନାହିଁ। କାରଣ ଜଳଜନ୍ତୁ ବା ଅନ୍ୟ କୌଣସି ପଦାର୍ଥଠାରୁ ଦୁଃଖ ମିଳିପାରେ ଅଥବା ପହଁରା ଜାଣିନଥିଲେ ବୁଡ଼ିଯିବାର ସମ୍ଭାବନା ଥାଏ। ଏଣୁ ମହର୍ଷି ମନୁ କହନ୍ତି – ‘ନାବିଜ୍ଞାତେ ଜଲାଶୟେ’ (ମନୁ, ୪:୧୨୯) – ଅଜ୍ଞାତ ଜଳାଶୟରେ ପଶି ସ୍ନାନାଦି କରିବ ନାହିଁ। –
ଯେଉଁ ମାତା-ପିତା ସ୍ଵ ସନ୍ତାନମାନଙ୍କୁ ବିଦ୍ୟା ପ୍ରାପ୍ତି କରାନ୍ତି ନାହିଁ, ସେମାନେ ନିଜ ସନ୍ତାନଙ୍କ ପରମ ଶତ୍ରୁ। ସେ ବିଦ୍ୟାହୀନ ସନ୍ତାନଗଣ ବିଦ୍ଵାନଙ୍କ ସଭାରେ ହଂସଙ୍କ ମଧ୍ୟରେ ବଗ ଭଳି ଅଶୋଭିତ ଓ ତିରସ୍କୃତ ହୋଇଥାନ୍ତି।
ଅତଏବ ତନୁ, ମନ, ଧନର ଉପଯୋଗ କରି ନିଜ ସନ୍ତାନମାନଙ୍କୁ ବିଦ୍ବାନ, ଧାର୍ମିକ, ସଭ୍ୟ ଓ ସୁଶିକ୍ଷିତ କରିବା ପିତାମାତାଙ୍କର କର୍ତ୍ତବ୍ୟ କର୍ମ, ପରମଧର୍ମ ଓ ଯଶସ୍କର କାର୍ଯ୍ୟ । ସନ୍ତାନମାନଙ୍କ ଶିକ୍ଷା ବିଷୟରେ ଏଠାରେ ସାମାନ୍ୟ କିଛି ଲେଖାଗଲା। ବୁଦ୍ଧିମାନ୍ ଲୋକେ ଏତିକିରୁ ବି ବହୁତ କିଛି ବୁଝିପାରିବେ।